ଧରାହେଲା ବାରୁଆଁ ଗଣଦୁଷ୍କର୍ମ ଘଟଣାର ମୁଖ୍ୟ ଅଭିଯୁକ୍ତ ପ୍ରଦୀପ ସାହୁ

Advertisment
ଧରାହେଲା ବାରୁଆଁ ଗଣଦୁଷ୍କର୍ମ ଘଟଣାର ମୁଖ୍ୟ ଅଭିଯୁକ୍ତ ପ୍ରଦୀପ ସାହୁ

ଭୁବନ: ବାରୁଆଁ ଗଣଦୁଷ୍କର୍ମ ଘଟଣାରେ ମୁଖ୍ୟ ଆସାମୀଙ୍କୁ ଧରିଛି କ୍ରାଇମ୍ ବ୍ରାଞ୍ଚ। ୨ଦିନଧରି କ୍ରାଇମ୍ ବ୍ରାଞ୍ଚ ପକ୍ଷରୁ ବିଭନ୍ନ ସ୍ଥାନରେ ଚଢ଼ଉ କରାଯାଇଥିଲା । କଟକ କ୍ରାଇମ୍ ବ୍ରାଞ୍ଚ ଏସ ପି ବିକାଶ ରଜନ ବେହୁରାଙ୍କ ନିର୍ଦ୍ଦେଶ କ୍ରମେ ଇନ୍ସପେକ୍ଟର ଦେବୀ ପ୍ରସାଦ ଦାସ ମୁଖ୍ୟ ଅଭିଯୁକ୍ତ ଗଡ଼ନୃସିଂହପ୍ରସାଦ ଗ୍ରାମର ପ୍ରଦୀପ ସାହୁ(ପଦିଆ) (୪୫)ଙ୍କୁ ଅନୁଗୁଳ ଜିଲ୍ଲାର ଏକ ମଠରୁ ଧରା ହୋଇଥିବା ବେଳେ ଅନ୍ୟ ଜଣେ ଅଭିଯୁକ୍ତ ମଙ୍ଗୁଳି ଦେହେରି (ବାଜ)ଙ୍କୁ ପାଣିକୋଇଲି ଅଞ୍ଚଳରୁ ଧରାଯାଇଛି। ଏହି କାର୍ଯ୍ୟରେ ଭୁବନ ଥାନାଧିକାରୀ ନରେଶ ଚନ୍ଦ୍ର ସାହୁ ସହଯୋଗ କରିଥିଲେ।

publive-image

ଘଟଣାରୁ ପ୍ରକାଶ ଯେ ଅକ୍ଟୋବର ୨୦ତାରିଖରେ ସାରା ରାଜ୍ୟରେ ହୋଇଥିଲା ବସ ଧର୍ମଘଟ। ଦଶହରା ନିମନ୍ତେ କଲେଜ ଛୁଟି ହୋଇଥାଏ। ଘରକୁ ଯିବା ପାଇଁ ସୁକିନ୍ଦା ଖଣି ଅଞ୍ଚଳର ଜଣେ କଲେଜ ଛାତ୍ରୀ ନିଜ ପୁରୁଷ ବନ୍ଧୁଙ୍କୁ ଡକାଇ ତାଙ୍କ ସାଥୀରେ ଘରକୁ ଫେରୁଥିଲେ। ସନ୍ଧ୍ୟ ୭.୩୦ରେ ଛାତ୍ରୀ ଜୀବନରେ ଆଣିଦେଇଥିଲା ଭିନ୍ନ ମୋଡ଼। ଦଶହରା ଛୁଟି ଘରକୁ ଯାଇ ମଜା କରିଥାନ୍ତେ। କିନ୍ତୁ ଘରକୁ ଫେରିବା ବେଳକୁ ବାଟରେ ନାରୀ ମାଂସ ଲୋଭୀ ରାକ୍ଷସ କବଳରେ ପଡିଯାଇଥିଲେ ଛାତ୍ରୀ ଜଣଙ୍କ। ଭୁବନର ଏକ କଲେଜରେ ପାଠ ପଢୁଥିଲେ ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଲକ କାଳିଆପାଣି ଥାନା ଅନ୍ତର୍ଗତ ଏକ ଗ୍ରାମର ପୁରୁଷ ବନ୍ଧୁ ଢେଙ୍କାନାଳ ଜିଲ୍ଲାର ଏକ ଉପାନ୍ତ ଗ୍ରାମର ଛାତ୍ରୀ।

ଅକ୍ଟୋବର ୨୦ ଶୁକ୍ରବାର ସନ୍ଧ୍ୟାରେ ନିଜ ପ୍ରେମିକ ଓରଫ ସ୍ୱାମୀଙ୍କ ସହ ଘରକୁ ଫେରୁଥିଲେ। ବାରୁଆଁ ଗ୍ରାମ ନିକଟରେ ଛାତ୍ରୀଙ୍କୁ ପରିସ୍ରା ଲାଗି ଯାଇଥିବା ବେଳେ ୨ଜଣ ବାଇକରେ ଆସି ଅଟକାଇଥିଲେ। ବାଇକ ଚାବି ଓ ମୋବାଇଲ ନେଇ ଯିବା ପରେ ଅନ୍ୟ ୨ ଜଣ ପହଞ୍ଚିଥିଲେ।୪ଜଣ ଯାକ ନିକଟସ୍ଥ କାଜୁ ଜଙ୍ଗଲକୁ ନେଇ ଜଣ ଜଣ କରି ଦୁଷ୍କର୍ମ କରିଥିଲେ ଓ ଭିଡିଓ ମଧ୍ୟ କରିଥିଲେ। ଭିଡିଓ ଡିଲିଟ ନିମନ୍ତେ ଟଙ୍କା ମାଗିଥିଲେ। ପରେ କୌଶଳ କ୍ରମେ ଛାତ୍ରୀ ଏବଂ ତାଙ୍କ ବନ୍ଧୁ ଘରକୁ ଯାଇଥିଲେ। ପର ଦିନ ଥାନାରେ ଅଭିଯୋଗ କରିଥିଲ । ଗଡ଼ ନୃସିଂହ ପ୍ରସାଦ ଗ୍ରାମର ବିକ୍ରମ ଜେନାଙ୍କୁ ଭୁବନ ପୁଲିସ ଗିରଫ କରିଥିଲା । ଏହି ଘଟଣାକୁ ପୁଲିସ ପକ୍ଷରୁ ନଭେମ୍ବର ୨୦ତାରିଖରେ କଟକ କ୍ରାଇମ୍ ବ୍ରାଞ୍ଚକୁ ଦିଆଯାଇଥିଲା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe