ବାବୁଲା ପାଢ଼ୀ ହତ୍ୟା ମାମଲା: ମୁଖ୍ୟ ଅଭିଯୁକ୍ତ‌ ଜେଲ୍‌ ଗଲା

Advertisment
ହତ୍ୟାକାରୀକୁ ଆଜୀବନ ଜେଲ୍ ଦଣ୍ଡାଦେଶ

କଣ୍ଟାମାଳ : ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ୍‌ ପଲଶାଗୋରା ଗାଁର ବାବୁଲା ପାଢ଼ୀ ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ସତ୍ୟବାନ କର୍ଣ୍ଣକୁ ପୁଲିସ ଗିରଫ କରି ଗୁରୁବାର କୋର୍ଟଚାଲାଣ କରିଥିଲା। ଜାମିନ ନାମଞ୍ଜୁର ହେବାରୁ ତାକୁ ବିଚାର ବିଭାଗୀୟ ଜେଲ୍‌ ହାଜତକୁ ପଠାଇଦିଆଯାଇଛି।

ପୁଲିସର ସୂଚନା ଅନୁସାରେ, ପଲଶାଗୋରା ବସଷ୍ଟାଣ୍ଡ ନିକଟ ନଳକୂପ ଚାନ୍ଦିନୀରେ ବୁଧବାର ବାବୁଲାଙ୍କ ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଥିଲା। ଏନେଇ ଲୋକେ ମନମୁଣ୍ଡା ପୁଲିସକୁ ସୂଚନା ଦେଇଥିଲେ। ବାବୁଲା ପାଢ଼ୀ ସେହି ଗାଁର ସତ୍ୟବାନ କର୍ଣ୍ଣର ଘର ସମ୍ମୁଖରେ ସାଇକଲ ରଖିବାକୁ ନେଇ ଗଣ୍ଡଗୋଳ ହୋଇଥିଲା। ସତ୍ୟବାନ ଓ ତା’ ଭାଇ ସହିତ ମିଶି ବାବୁଲାଙ୍କୁ ହତ୍ୟା କରିଥିବା ନେଇ ମୃତକଙ୍କ ମା’ ବାସନ୍ତୀ ପାଢ଼ୀ ମନମୁଣ୍ଡା ଥାନାରେ ଅଭିଯୋଗ କରିଥିଲେ। ପୁଲିସ ତଦନ୍ତ କରି ମୁଖ୍ୟ ଅଭିଯୁକ୍ତ ସତ୍ୟବାନକୁ ଗିରଫ କରିଥିଲା। ଅନ୍ୟ ଅଭିଯୁକ୍ତ ଫେରାର ଥିବା ମନମୁଣ୍ଡା ଥାନାର ଭାରପ୍ରାପ୍ତ ଅଧିକାରୀ ତୁଳାରାମ ମହାନନ୍ଦ ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe