ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା କଲମପୁର ବ୍ଲକର ଖଣ୍ଡିଡଙ୍ଗରିଗୁଡାର ଛାତ୍ରୀଙ୍କୁ ଏସିଡ ଫିଙ୍ଗା ଘଟଣାର ଅଭିଯୁକ୍ତ ପର୍ଶୁରାମ ମାଝୀ(୩୫)କୁ ପୁଲିସ ହାଇଦ୍ରାବାଦରୁ ଗିରଫ କରିଥିବା ନେଇ ଏକ ସାମ୍ବାଦିକ ସମ୍ମିଳନୀରେ କଳାହାଣ୍ଡି ପୁଲିସ ଏସପି ମାଡକର ସନ୍ଦୀପ ସମ୍ପଦ ସୂଚନା ଦେଇଛନ୍ତି। ପୁଲିସର ୩ ଜଣିଆ ଟିମ ହାଇଦ୍ରାବାଦ ଯାଇ ୨୧ ତାରିଖ ରାତି ସାଢେ ୮ଟାରେ ପର୍ଶୁରାମକୁ ନିକନାମପୁର ଠାରୁ ଗିରଫ କରିଥିଲେ। ଆଜି ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଛି। ପର୍ଶୁରାମ ନିଜ ଗ୍ରାମ ଖଣ୍ଡିଡଙ୍ଗରି ଗୁଡାର ଜଣେ କଲେଜ ଛାତ୍ରୀ (୨୧)ଙ୍କୁ ଏକତରଫା ପ୍ରେମ କରି ଆସୁଥିଲେ। ମାତ୍ର ଛାତ୍ରୀ ଜଣକ ଏହାକୁ ଏଡ଼ାଇ ଆସୁଥିଲେ। ଗତ ୧୫ ତାରିଖ ଦିନ ସକାଳ ୭ଟା ରେ ଛାତ୍ରୀ ଜଣଙ୍କ କଲମପୁରକୁ କମ୍ପ୍ୟୁଟର ଶିଖିବା ପାଇଁ ଯାଉଥିବା ବେଳେ ବାଟରେ ପୂର୍ବରୁ ଜଗି ରହିଥିବା ପର୍ଶୁରାମ ବଙ୍କାପଲାଠାରେ ଛାତ୍ରୀଙ୍କ ମୁହଁରେ ଏସିଡ୍ ମାଡ କରି ଫେରାର ହୋଇଯାଇଥିଲା। ପୀଡ଼ିତା ଏବେ କଟକ ବଡ଼ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ଅଭିଯୁକ୍ତ ମୋଟେର ଛକର ଏକ ଦୋକାନରୁ ଏସଡି ଆଣି ରଖିଥିଲେ। ଏନେଇ ଜୟପାଟଣା ଥାନାରେ ଏକ ମାମଲା ରୁଜୁ ହୋଇ ତଦନ୍ତ ଜାରି ରହିଛି।
ହାଇଦ୍ରାବାଦରୁ ମୁଖ୍ୟ ଅଭିଯୁକ୍ତ ଗିରଫ
Advertisment
Follow Us