ମା ମଝିଘରିଆଣୀ ମନ୍ଦିରର ହୁଣ୍ଡି ଗଣତି ଶେଷ, ୬୮ ଲକ୍ଷ ୭୪ ହଜାର ୧୪୦ ନଗଦ ମିଳିଲା

Advertisment
ମା ମଝିଘରିଆଣୀ ମନ୍ଦିରର ହୁଣ୍ଡି ଗଣତି ଶେଷ, ୬୮ ଲକ୍ଷ ୭୪ ହଜାର ୧୪୦ ନଗଦ ମିଳିଲା

Sambad

ରାୟଗଡ଼ା: ରାୟଗଡ଼ାର ଅଧିଷ୍ଠାତ୍ରୀ ମା ମଝିଘରିଆଣୀ ମନ୍ଦିର ଦାନ ହୁଣ୍ଡି ୩ ମାସ ପରେ ଆଜି ଖୋଲା ଯାଇ ସନ୍ଧ୍ୟାରେ ଗଣତି ଶେଷ ହୋଇଛି। ଗଣତି ଶେଷ ପରେ ହୁଣ୍ଡିରୁ ୬୮ ଲକ୍ଷ ୭୪ ହଜାର ୧୪୦ ନଗଦ ଟଙ୍କା ସହିତ ୫୩ ଗ୍ରାମ ସୁନା, ୧ କେଜି ୭୯୭ ଗ୍ରାମ ରୁପା ସହିତ ବିଦେଶୀ ମୁଦ୍ରା ୧୬ଟି ଯେଉଁଥିରେ ରହିଛି ୟୁନାଇଟେଡ଼ ଷ୍ଟେଟ ଅଫ ଆମେରିକା ୧ ଡଲାର ୨ଟି ନୋଟ, ୫ ଡଲାର ୩ଟି, ୧୦ ଡଲାର ୨ଟି, ୨୦ ଡଲାର ୧ଟି ରହିଥିବା ବେଳେ କାନାଡ଼ା ୧୦ ଡଲାର ୧ଟି, କୁଏତ ୧ ରିଏଲ ୨ଟା, ୟୁନାଇଟେଡ଼ ଆରବ ୫ ଟି ନୋଟ ସହ ପୁରୁଣା ୫୦୦ ଟଙ୍କିଆ ୪ଟି ନୋଟ ମିଳିଛି। ଏହି ଗଣତି ସମୟରେ ସ୍ଥାନୀୟ ତହସିଲଦାରଙ୍କ ତତ୍ବାବଧାନରେ ପୁଲିସର କଡ଼ା ସୁରକ୍ଷା ବଳୟ ମଧ୍ୟରେ ମନ୍ଦିର ପରିଚାଳନା କମିଟିର କର୍ମକର୍ତ୍ତା ଓ ଦେବୋତ୍ତର ବିଭାଗଙ୍କ ଉପସ୍ଥିତିରେ ମନ୍ଦିରର ୯ଟି ଦାନ ହୁଣ୍ଡି ଆଜି ସକାଳ ୯ ଘଣ୍ଟିକା ସମୟରୁ ଖୋଲାଯାଇ ଗଣତି ଚାଲିଥିଲା।

ହୁଣ୍ଡିରୁ ଦାନ ଅର୍ଥ ଗଣତି କର୍ଯ୍ୟରେ ସଂଘଟନର ମହିଳା ଓ ପୁରୁଷ ସେଚ୍ଛାସେବି ସଂଗଠନର ସଦସ୍ୟ, ଓ କିଛି ଛାତ୍ରଛାତ୍ରୀଙ୍କୁ ନିୟୋଜିତ କରାଯାଇଥିଲା। ଏଥିରେ ପ୍ରାୟ ୧୫୦ରୁ ଊର୍ଦ୍ଧ୍ବ କର୍ମକର୍ତ୍ତା ଗଣତି ପକ୍ରିୟାରେ ନିୟୋଜିତ ହୋଇଥିଲେ। ଗଣତି କାର୍ଯ୍ୟରେ ନିୟୋଜିତ ହୋଇ ନିଜକୁ ଭାଗ୍ୟବାନ ମନେ କରିଛନ୍ତି ଗଣତିରେ ନିୟୋଜିତ ଏସ.ହେଚ୍.ଜି ମହିଳା ସଦସ୍ୟମାନେ। ଗତ ୩ ମାସ ତଳେ ଅର୍ଥାତ ୨୧.୦୬.୨୩ ତାରିଖରେ ଦାନ ହୁଣ୍ଡିରୁ ୫୮ ଲକ୍ଷ ୨୪ ହଜାର ୯୫୦ ଟଙ୍କା, ସୁନା ୩୯ ଗ୍ରାମ ଓ ରୁପା ୧ କେଜି ୬୫୦ ଗ୍ରାମ ସଂଗ୍ରହ ହୋଇଥିବା ବେଳେ ୭ ଡଲାର ବିଦେଶ ନୋଟ୍ ମଧ୍ୟ ସଂଗ୍ରହ ହୋଇଥିଲା। ଆଜି ହୁଣ୍ଡିରୁ ମିଳିଥିବା ଅର୍ଥକୁ ୟୁନିୟନ ବ୍ୟାଙ୍କରେ ରଖାଯିବ ଏବଂ ଏହି ଅର୍ଥ ମନ୍ଦିରର ପାରିପାର୍ଶ୍ବିକ ଉନ୍ନତି ସହ ଭକ୍ତଙ୍କ ଉନ୍ନତିମୂଳକ କାର୍ଯ୍ୟ ନିମନ୍ତେ ଖର୍ଚ୍ଚ କରାଯିବ ବୋଲି ମନ୍ଦିର ପରିଚାଳନା କମିଟିର ଅଧ୍ୟକ୍ଷ ରାଇସିଙ୍ଗ ବିଡିକା ପ୍ରକାଶ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe