ଆଇଏଏସ୍ ସ୍ତରରେ ଅଦଳବଦଳ, ପାଞ୍ଚ ବରିଷ୍ଠ ଅଧିକାରୀଙ୍କୁ ନୂତନ ଦାୟିତ୍ବ

Advertisment
ଆଇଏଏସ୍ ସ୍ତରରେ ଅଦଳବଦଳ, ପାଞ୍ଚ ବରିଷ୍ଠ ଅଧିକାରୀଙ୍କୁ ନୂତନ ଦାୟିତ୍ବ

ଭୁବନେଶ୍ୱର: ଓଡ଼ିଶା ସରକାର ଆଜି ଆଇଏଏସ୍ ସ୍ତରରେ ଅଦଳବଦଳ କରିଛନ୍ତି। ପାଞ୍ଚ ଜଣ ବରିଷ୍ଠ ଅଧିକାରୀଙ୍କୁ ନୂତନ ଦାୟିତ୍ବ ଦିଆଯାଇଥିବା ନେଇ ଆଜି  ସରକାରୀ ବିଜ୍ଞପ୍ତି ପ୍ରକାଶ ପାଇଛି।

ବର୍ତ୍ତମାନ ସରକାରୀ, ଇସ୍ପାତ ଏବଂ ଖଣି ବିଭାଗରେ ଏସିଏସ୍ ଭାବରେ କାର୍ଯ୍ୟ କରୁଥିବା ୧୯୮୭ ବ୍ୟାଚର ଆଇଏଏସ୍ ଅଧିକାରୀ ରାଜ କୁମାର ଶର୍ମାଙ୍କୁ କୃଷି ଉତ୍ପାଦନ କମିଶନର ଭାବେ ନୂତନ ଦାୟିତ୍ବ ଦିଆଯାଇଛି।

ସେହିପରି ୧୯୯୧ ବ୍ୟାଚର ଆଇଏଏସ୍ ଅଧିକାରୀ ଅଧିକାରୀ ଅନୁ ଗର୍ଗଙ୍କୁ ଜଳସମ୍ପଦ ବିଭାଗର ପ୍ରମୁଖ ଶାସନ ସଚିବ ଭାବେ ଅବସ୍ଥାପିତ କରାଯିବା ସହ ଡବ୍ଲୁସିଡି ଏବଂ ମିଶନ ଶକ୍ତି ସଚିବ ଭାବେ ଅତିରିକ୍ତ ଦାୟିତ୍ବ ଦିଆଯାଇଛି। ଶ୍ରୀମତୀ ଗର୍ଗ ପୂର୍ବରୁ ଶ୍ରମ ଓ ଇଏସ୍ଆଇ ବିଭାଗର ପ୍ରମୁଖ ସଚିବ ଭାବରେ କାର୍ଯ୍ୟ କରିବା ସହିତ ମହିଳା ଓ ଶିଶୁକଲ୍ୟାଣ ବିଭାଗର ପ୍ରମୁଖ ସଚିବ ଏବଂ ମିଶନ୍ ଶକ୍ତିର ଦାୟିତ୍ବ ଅତିରିକ୍ତ ଦାୟିତ୍ବ ତୁଲାଉଥିଲେ।

publive-image

ଏମ୍ଏସ୍ଏମ୍ଇ ବିଭାଗର ପ୍ରମୁଖ ଶାସନ ସଚିବ ଭାବରେ କାର୍ଯ୍ୟ କରୁଥିବା  ୧୯୯୧ ବ୍ୟାଚର ଆଇଏଏସ୍ ଅଧିକାରୀ ସତ୍ୟବ୍ରତ ସାହୁଙ୍କୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ପ୍ରମୁଖ ସଚିବଙ୍କ ଅତିରିକ୍ତ ଦାୟିତ୍ବ ଦିଆଯାଇଛି।

ବର୍ତ୍ତମାନ ଜଳ ସମ୍ପଦ ବିଭାଗର ପ୍ରମୁଖ ସଚିବ ଥିବା ୧୯୯୩ ବ୍ୟାଚର ଆଇଏଏସ୍ ଅଧିକାରୀ ଅଧିକାରୀ ସୁରେନ୍ଦ୍ର କୁମାରଙ୍କୁ କଟକ ଉନ୍ନୟନ ପ୍ରାଧିକରଣ (ସିଡିଏ)ର ଅତିରିକ୍ତ ଦାୟିତ୍ବ ସହିତ ଇସ୍ପାତ ଏବଂ ଖଣି ବିଭାଗର ପ୍ରମୁଖ ସଚିବ ଦାୟିତ୍ବ ଦିଆଯାଇଛି।

ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ପ୍ରମୁଖ ସଚିବ ଭାବରେ କାର୍ଯ୍ୟ କରୁଥିବା ୧୯୯୫ ବ୍ୟାଚର ଆଇଏଏସ୍ ଅଧିକାରୀ ଅଧିକାରୀ ଚିତ୍ରା ଅରୁମୁଗମଙ୍କୁ  ଶ୍ରମ ଏବଂ ଇଏସଆଇ ବିଭାଗର ପ୍ରମୁଖ ସଚିବ ଭାବରେ ନିଯୁକ୍ତି ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe