ବଡ଼ ବିଭ୍ରାଟ: ଲିଭିଲା ଫ୍ଲଡ୍ ଲାଇଟ୍‌, ୨୦ ମିନିଟ୍‌ ବନ୍ଦ ରହିଲା ଖେଳ

Advertisment

ବାରବାଟୀ ଦିନିକିଆ ଅନ୍ତର୍ଜାତୀୟ ମ୍ୟାଚରେ ଖେଳ ମଝିରେ ଫ୍ଲଡ୍ ଲାଇଟ୍ ବନ୍ଦ ହୋଇଯିବା ଭଳି ଅଭାବନୀୟ ଘଟଣା ଘଟିଛି। ଏହାକୁ ନେଇ ଅନ୍ତର୍ଜାତୀୟସ୍ତରରେ ଏବେ ଓସିଏ ବିଶେଷକରି ଓଡ଼ିଶା ନିନ୍ଦିତ ହୋଇଛି।

ବାରବାଟୀ ଦିନିକିଆ ଅନ୍ତର୍ଜାତୀୟ ମ୍ୟାଚରେ ଖେଳ ମଝିରେ ଫ୍ଲଡ୍ ଲାଇଟ୍ ବନ୍ଦ ହୋଇଯିବା ଭଳି ଅଭାବନୀୟ ଘଟଣା ଘଟିଛି। ଏହାକୁ ନେଇ ଅନ୍ତର୍ଜାତୀୟସ୍ତରରେ ଏବେ ଓସିଏ ବିଶେଷକରି ଓଡ଼ିଶା ନିନ୍ଦିତ ହୋଇଛି।

ddaadd

କଟକ: ବାରବାଟୀ ଦିନିକିଆ ଅନ୍ତର୍ଜାତୀୟ ମ୍ୟାଚରେ ଖେଳ ମଝିରେ ଫ୍ଲଡ୍ ଲାଇଟ୍ ବନ୍ଦ ହୋଇଯିବା ଭଳି ଅଭାବନୀୟ ଘଟଣା ଘଟିଛି। ଏହାକୁ ନେଇ ଅନ୍ତର୍ଜାତୀୟସ୍ତରରେ ଏବେ ଓସିଏ ବିଶେଷକରି ଓଡ଼ିଶା ନିନ୍ଦିତ ହୋଇଛି। ଏଭଳି ଅବ୍ୟବସ୍ଥାକୁ ନେଇ ଆଗାମୀ ଦିନରେ ମ୍ୟାଚ ଆୟୋଜନ ଉପରେ ବି ପ୍ରଶ୍ନଚିହ୍ନ ଲାଗିଯାଇଛି। ଗଲା ଆଠ ଦିନ ଧରି ନିୟମିତ ଭାବେ ବାରବାଟୀ ଷ୍ଟାଡିୟମ୍‌ରେ ଫ୍ଲଡ୍‌ ଲାଇଟ୍‌ ପରୀକ୍ଷା ହେଉଥିଲା। କିନ୍ତୁ ରବିବାର ଭାରତର ଦୁଇ ଓପନିଂ ବ୍ୟାଟ୍‌ସମ୍ୟାନ ରୋହିତ ଶର୍ମା ଓ ଶୁବମନ୍ ଗିଲ ଧୂଆଁଧାର ବ୍ୟାଟିଂ କରୁଥିବା ବେଳେ ଠିକ ୬ଟା ୧୯ ମିନିଟ୍‌ରେ ଫ୍ଲଡ୍‌ ଲାଇଟ୍ ଲିଭି ଯାଇଥିଲା। କ୍ରିକେଟ୍‌ ଆସୋସିଏସନ୍‌ କାର୍ଯ୍ୟାଳୟ ପାଖ ଲିଜେଣ୍ଡାରି ବକ୍ସ ଉପର ଷ୍ଟାଣ୍ଡ୍‌ର ଫ୍ଲଡ୍‌ ଲାଇଟ୍‌ ହଠାତ୍‌ ବନ୍ଦ ହୋଇଗଲା।

ଖେଳ ଜମି ଆସୁଥିବା ବେଳେ ହଠାତ୍‌ ଲାଇଟ୍‌ ବନ୍ଦ ହେବା ଯୋଗୁଁ ଖେଳ ଅଟକି ଯାଇଥିଲା। ଦର୍ଶକମାନଙ୍କ ମଧ୍ୟରେ ବି ତୀବ୍ର ପ୍ରତିକ୍ରିୟା ସୃଷ୍ଟି ହୋଇଥିଲା। ୨୦ ମିନିଟ୍‌ ପରେ ଅର୍ଥାତ ୬ଟା ୩୯ରେ ପୁଣି ଖେଳ ଆରମ୍ଭ ହୋଇଥିଲା। ଜେନେରେଟର୍‌ ଖରାପ ହୋଇଯିବାରୁ ଏଭଳି ସ୍ଥିତି ସୃଷ୍ଟି ହୋଇଥିବା କୁହାଯାଉଛି। ନୂଆ ଜେନେରେଟର୍‌ ଲାଗିବା ପରେ ଲାଇଟ୍‌ ଜଳିଥିଲା। ମାତ୍ର ଲାଇଟ୍‌ ଆସିବା ପରେ ବି ଉଚ୍ଚ ଶଦ୍ଦ କରି ମ୍ୟୁଜିକ୍‌ ବାଜିବାରୁ ଅମ୍ପାୟାର୍‌ ୨/୩ ମିନିଟ୍‌ ପର୍ଯ୍ୟନ୍ତ ଖେଳ ବନ୍ଦ କରିଥିଲେ। ମ୍ୟୁଜିକ୍‌ ବନ୍ଦ ପରେ ପୁଣି ଖେଳ ଆରମ୍ଭ ହୋଇଥିଲା। ବାରବାଟୀ ଷ୍ଟାଡିୟମ୍‌ରେ ଏଭଳି ବିଭ୍ରାଟ ପ୍ରଥମ ଘଟଣା ବୋଲି କୁହାଯାଉଛି।  ୨୦୦୩ ମସିହାରେ ଭାରତ-ନ୍ୟୁଜିଲାଣ୍ଡ୍‌ ମ୍ୟାଚ୍‌ରୁ ଏହି ଫ୍ଲଡ୍ ଲାଇଟ୍ ବ୍ୟବସ୍ଥା ଆରମ୍ଭ ହୋଇଥିଲା। ୨୦୧୫ ମସିହାରେ ଭାରତ-ଦକ୍ଷିଣ ଆଫ୍ରିକା ଟ୍ବେଣ୍ଟି-୨୦ ମ୍ୟାଚ୍‌ବେଳେ ପ୍ରଶଂସକଙ୍କ ବୋତଲ ଫିଙ୍ଗା ଘଟଣାକୁ ବି ମନେ ପକାଇ ଦେଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe