ବୃହତ ଜଳ ପ୍ରକଳ୍ପକୁ ତୁରନ୍ତ ବନ୍ଦ କରାଯାଉ: କଂଗ୍ରେସ

ବୃହତ ଜଳ ପ୍ରକଳ୍ପକୁ ତୁରନ୍ତ ବନ୍ଦ କରାଯାଉ: କଂଗ୍ରେସ

ଭୁବନେଶ୍ବର : କେନ୍ଦ୍ରାପଡ଼ା ଜିଲ୍ଲା ଖରସ୍ରୋତା ନଦୀରେ ନିର୍ମାଣାଧୀନ ବୃହତ୍ ପାଇପ ଜଳ ପ୍ରକଳ୍ପକୁ ଆଇଆଇଟି ହାଇଦ୍ରାବାଦର ଜାଲି ରିପୋର୍ଟ ଦେଖାଇ ରାଜ୍ୟ ସରକାର ପ୍ରକଳ୍ପ ମଞ୍ଜୁର କରିଛନ୍ତି। ଆରଟିଆଇ ତଥ୍ୟ ରାଜ୍ୟ ସରକାରଙ୍କ ଜାଲିଆତିକୁ ସ୍ପଷ୍ଟ ଦିବାଲୋକରେ ଧରା ପକେଇ ଦେଇଛି। ରାଜ୍ୟ ଇତିହାସରେ ଏହା ସବୁଠାରୁ କଳିଙ୍କିତ ଘଟଣା। ତେଣୁ ଏହି ଅବୈଧ ପ୍ରକଳ୍ପକୁ ତୁରନ୍ତ ବନ୍ଦ କରିବା ସହିତ ସଂପୃକ୍ତ ଠିକାଦାର ସଂସ୍ଥାକୁ ରାଜ୍ୟରେ କଳାତାଲିକାଭୁକ୍ତ କରାଯାଉ ବୋଲି କଂଗ୍ରେସ ପକ୍ଷରୁ ଦାବି କରାଯାଇଛି।

ବୁଧବାର କଂଗ୍ରେସ ଭବନରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ ମୁଖପାତ୍ର ସତ୍ୟପ୍ରକାଶ ନାୟକ କହିଲେ, ପରିବେଶ ମଞ୍ଜୁରି ପାଇଁ ଜାଲ ରିପୋର୍ଟ ପ୍ରଦାନ କରିବା ଏକ ଧର୍ତବ୍ୟ ଅପରାଧ। ଏଭଳି ଏକ ବିରାଟ ଘୋଟାଲା ପଛରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଭୂମିକାକୁ ଏଡ଼ାଇ ଦିଆଯାଇ ନ ପାରେ। ସେଥିପାଇଁ ପ୍ରତାପ ଦେବଙ୍କ ସହ ଅନ୍ୟ ବିଜେଡି ନେତା ମୁହଁ ଖୋଲୁ ନାହାନ୍ତି। ଏହି ଜାଲି ରିପୋର୍ଟ ପାଇଁ କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କ ସହ ଆରଡବ୍ଲୁଏସ୍‌ଏସ୍‌ର ମୁଖ୍ୟଯନ୍ତ୍ରୀଙ୍କ ବିରୋଧରେ ମକଦ୍ଦମା ରୁଜୁ କରାଯିବା ଜରୁରୀ। ଯଦି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଏହି ଘୋଟାଲାରେ କୌଣସି ଭୂମିକା ନାହିଁ ତେବେ ଜାଲ ରିପୋର୍ଟ ମାମଲାରେ ମୁଖ୍ୟମନ୍ତ୍ରୀ କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦେଶ ଦିଅନ୍ତୁ। ଏହି ଜାଲ ସାର୍ଟିଫିକେଟ୍ କେଉଁଠୁ ଆସିଲା, କିଏ ଏହି ଜାଲ ସାର୍ଟିଫିକେଟ୍ ପ୍ରସ୍ତୁତ କରିଛି ଏସବୁର ତଦନ୍ତ ସରିବା ପର୍ଯ୍ୟନ୍ତ ଗ୍ରାମୀଣ ଜଳ ‌ଯୋଗାଣ ବିଭାଗର ମୁଖ୍ୟମନ୍ତ୍ରୀଙ୍କୁ ନିଲମ୍ବନ କରାଯାଉ ବୋଲି ଶ୍ରୀ ନାୟକ ଦାବି କରିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ ମୁଖପାତ୍ର ମନୋଜ ମହାପାତ୍ର, ପ୍ରଶାନ୍ତ ଶତପଥୀ, ସାଧାରଣ ସଂପାଦକ ଚିନ୍ମୟ ସୁନ୍ଦର ଦାସ ଓ ଗଣମାଧ୍ୟମ ସଂଯୋଜକ ଦୀପକ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe