ଶ୍ରୀମନ୍ଦିରରେ ମକର ସଂକ୍ରାନ୍ତି: ଶ୍ରୀଜିଉଙ୍କ ମକର ଚଉରାଶି ବେଶ

ଶ୍ରୀମନ୍ଦିରରେ ବଡ଼ ମହାସ୍ନାନ: ଦୁଇଘଣ୍ଟା ଦର୍ଶନ ବନ୍ଦ

atlasobscura.com

ପୁରୀ : ଶ୍ରୀମନ୍ଦିରରେ ଶନିବାର ଦିନ ପବିତ୍ର ମକର ସଂକ୍ରାନ୍ତି ପାଳିତ ହୋଇଯାଇଛି। ଏହି ଅବସରରେ ମହାପ୍ରଭୁ ମକର ଚଉରାଶି ବେଶରେ ଦର୍ଶନ ଦେଇଛନ୍ତି। ଏଥିସହ ଆଜିଠାରୁ ଉତ୍ତରାୟଣ ଯାତ୍ରା ଆରମ୍ଭ ହୋଇଛି।

ଏହି ଅବସରରେ ଶ୍ରୀମନ୍ଦିର ଚତୁଃପାର୍ଶ୍ବରେ ଥିବା ମଠମାନଙ୍କରେ ମକର ଚାଉଳ ପ୍ରସ୍ତୁତ କରାଯାଇ ମହାପ୍ରଭୁଙ୍କୁ ଅର୍ପଣ କରାଯାଇଛି। ସେପଟେ ଦୁଇବର୍ଷର କୋଭିଡ୍‌ କଟକଣା ପରେ ଆଜି ଭକ୍ତମାନେ ମନଭରି ମହାପ୍ରଭୁଙ୍କ ମକର ଚଉରାଶି ବେଶ ଦର୍ଶନ କରିଛନ୍ତି। ଏଥିପାଇଁ ଶ୍ରୀମନ୍ଦିରରେ ଭକ୍ତଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି। ‌ସିଂହଦ୍ବାର, ପଶ୍ଚିମଦ୍ବାରରେ ଭକ୍ତଙ୍କ ଲମ୍ବାଧାଡ଼ି ଦେଖିବାକୁ ମିଳିଥିଲା।

ଶନିବାର ଦିନ ମହାପ୍ରଭୁଙ୍କୁ ମକର ଚୁଳ ଲାଗି ହେବା ପରେ କର୍ପୁର ଲାଗିପୂର୍ବକ ବେଶ ବଢ଼ିଥିଲା। ମଧ୍ୟାହ୍ନ ଧୂପ ପରେ ଘଣ୍ଟ, ଛତା କାହାଳୀ ପଟୁଆର ସହକାରେ ଭୋଗ ଛାମୁକୁ ଆସିଥିଲା। ପୂର୍ବଦିନରୁ ଭୋଗମଣ୍ଡପ ଘରେ ଅଧିବାସ ହୋଇ ରଖାଯାଇଥିବା ମକର ଭୋଗ ସହ ପୂର୍ବରୁ ସୁଦ୍ଧସୁଆରମାନେ ଦେଇଥିବା ନଡ଼ିଆ, ଘିଅ, ମିଠା ମସଲା, ଦୁଧ, ସର ଆଦିରେ ମକର ଚାଉଳ ପ୍ରସ୍ତୁତ ହୋଇଥିଲା। ଗତକାଲି ଅଲାମଚଣ୍ଡୀ ମନ୍ଦିରରୁ ପଟୁଆରରେ ଯାଇଥିବା ମକର ତାଡ଼ରେ ଏହି ମକର ଚାଉଳ ପ୍ରସ୍ତୁତ କରାଯାଇଥିଲା। ଶନିବାର ଦିନ ପଟୁଆରରେ ବଡ଼ଦେଉଳକୁ ତିନିବେଢ଼ା ବୁଲି ଭିତରେ ପନ୍ତିରେ ବଢ଼ାଯାଇଥିଲା। ଟେରା ଫିଟିଲା ପରେ ମହାପ୍ରସାଦ ଭିତରେ ଥାଇ ତିନିବାଡ଼ରେ ବନ୍ଦାପନା ବଢ଼ିଥିଲା। ମକର ସଂକ୍ରାନ୍ତି ଅବସରରେ ମହାପ୍ରଭୁଙ୍କ ନିକଟରେ ୮୪ ପ୍ରକାରର ଭୋଗ ଲାଗି ହୋଇଥିଲା। ଏହାକୁ ମକର ଚଉରାଶି ଭୋଗ କୁହାଯାଏ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe