ଗଡ଼ିଶାଗୋଦା : ପୁରୀ ଜିଲ୍ଲା କଣାସ ବ୍ଲକ୍ରେ ପ୍ରବାହିତ ଦୟା ନଦୀର ଶାଖା ମକରା ନଦୀର କଉଡ଼ିଆପୁର ନିକଟରେ ଗତକାଲି ଏକ ଘାଇ ହେବାରୁ ପ୍ରଶାସନ ସହାୟତାରେ ଲୋକମାନେ ଘାଇଟିକୁ ବନ୍ଦ କରିବା ପାଇଁ ବହୁଚେଷ୍ଟା କରି ମଧ୍ୟ ବିଫଳ ହୋଇଥିଲେ। ତେବେ ବୁଧବାର ଦିନ ଏହି ଘାଇଟି ୧୦୦ ଫୁଟ୍ରୁ ଅଧିକ ମେଲିଯାଇଛି। ଫଳରେ, ବନ୍ୟାଜଳ ଦୁତ୍ରଗତିରେ ଚାଷ ଜମି ଓ ଗ୍ରାମକୁ ପ୍ରବେଶ କରୁଥିବାରୁ ସାହୁପଡ଼ା, କାଦୁଆ, ବଡାଲ, ବକୁ, ଦେଇପୁର, ଗଡ଼ଖାରଦ, ଦୋଛିଆଁ ପଞ୍ଚାୟତର ଅନେକ ଗ୍ରାମ ଜଳମଗ୍ନ ହୋଇଛି। ଅନେକ ସ୍ଥାନରେ ରାସ୍ତା ବୁଡ଼ିଯିବାରୁ ଯୋଗାଯୋଗ ବିଚ୍ଛିନ୍ନ ହେବା ସହିତ ଧାନଜମିରେ ବନ୍ୟାଜଳ ଲହଡ଼ି ଭାଙ୍ଗୁଛି।
ଅଧିକ ମେଲିଲା ମକରା ନଦୀବନ୍ଧ ଘାଇ
Advertisment
Follow Us