ବିଶ୍ୱବିଦ୍ୟାଳୟ ଓ ସ୍ବୟଂଶାସିତ ମହାବିଦ୍ୟାଳୟକୁ ନିର୍ଦେଶ : ମାର୍ଚ୍ଚ ସୁଦ୍ଧା ଏନ୍‌ଏଡିକୁ କାର୍ଯ୍ୟକ୍ଷମ କର

Advertisment
ଅନୁଦାନ ବିଜ୍ଞପ୍ତି ପ୍ରତ୍ୟାହାର କଲା ଉଚ୍ଚଶିକ୍ଷା ବିଭାଗ

dhe odisha

ଭୁବନେଶ୍ୱର : ୨୦୨୧ ମାର୍ଚ୍ଚ ୩୧ ସୁଦ୍ଧା ନ୍ୟାସନାଲ ଏକାଡେମିକ୍‌ କମ୍ପୋଜିଟୋରି(ଏନ୍‌ଏଡି)କୁ କାର୍ଯ୍ୟକ୍ଷମ କରିବାକୁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଆଜି ରାଜ୍ୟର ସମସ୍ତ ବିଶ୍ବବିଦ୍ୟାଳୟ କୁଳପତି, ସରକାରୀ ଓ ବେସରକାରୀ ସ୍ବୟଂଶାସିତ ମହାବିଦ୍ୟାଳୟ ଅଧ୍ୟକ୍ଷଙ୍କୁ ନିର୍ଦେଶ ଦିଆଯାଇଛି। ଓଡ଼ିଶା ପବ୍ଲିକ ସର୍ଭିସ୍‌ ଆକ୍ଟ ୨୦୧୨ ଅନୁଯାୟୀ ଏକ ନିର୍ଦ୍ଦିଷ୍ଟ ସମୟ ସୁଦ୍ଧା ଛାତ୍ରଛାତ୍ରୀଙ୍କୁ ସାର୍ଟିଫିକେଟ୍‌ ଓ ମାର୍କସିଟ୍‌ ଦିଆଯିବା କଥା। ରାଜ୍ୟ ସରକାରଙ୍କ ଦ୍ବାରା ୫-ଟି ବ୍ୟବସ୍ଥା ଲାଗୁ ହେବା ପରେ ଅଫ୍‌ଲାଇନ୍‌ ତଥା ଶାରୀରିକ ଉପସ୍ଥିତି ବଦଳରେ ଅନ୍‌ଲାଇନ୍‌ ମାଧ୍ୟମରେ ଛାତ୍ରଛାତ୍ରୀଙ୍କୁ କିଭଳି ସୁବିଧା ଯୋଗାଇ ଦିଆଯାଇପାରିବ ସେଦିଗରେ ଧ୍ୟାନ ଦେବାର ଆବଶ୍ୟକତା ରହିଛି। ତେଣୁ ବିଶ୍ବବିଦ୍ୟାଳୟ ଓ କଲେଜଗୁଡ଼ିକ ଅନ୍‌ଲାଇନ୍‌ରେ ଛାତ୍ରଛ‌ାତ୍ରୀଙ୍କୁ ସେବା ପ୍ରଦାନ ଉପରେ ଗୁରୁତ୍ବ ଦେବା ସହ ନିଜସ୍ବ ଅନ୍‌ଲାଇନ୍‌ ସେବା ବ୍ୟବହାର କରନ୍ତୁ ବୋଲି ଏଥିରେ ଉଲ୍ଲେଖ କରାଯାଇଛି।

ବିଭାଗ ପକ୍ଷରୁ ଚିଠିରେ କୁହାଯାଇଛି ଯେ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଏନ୍‌ଏଡି ବ୍ୟବସ୍ଥା ଆରମ୍ଭ ହୋଇଥିବା ନେଇ ଗତ ଜୁନ୍‌ ମାସରେ ୟୁଜିସି ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି। ଏନ୍‌ଏଡି ଦ୍ବାରା ଛାତ୍ରଛାତ୍ରୀ, ଶିକ୍ଷାନୁଷ୍ଠାନ ଉପକୃତ ହୋଇପାରିବେ। ଛାତ୍ରଛାତ୍ରୀ ଯେଉଁଠି ବି ଥିଲେ ଅନ୍‌ଲାଇନ୍‌ରେ ଆବେଦନ କରି ସେମାନଙ୍କ ଏକାଡେମିକ୍‌ ସାର୍ଟିଫିକେଟ୍‌ ପାଇପାରିବେ। ସବୁ ସମୟରେ ସ୍ଥାୟୀ ସାର୍ଟିଫିକେଟ୍‌ ଅନ୍‌ଲାଇନ୍‌ରେ ଉପଲବ୍ଧ ହେବ। ଯାଞ୍ଚ ସମୟରେ ଫଟୋକପି, ଓରିଜିନାଲ କପି ଆଦି ଦେବାକୁ ପଡ଼ିବ ନାହିଁ। ଶିକ୍ଷାନୁଷ୍ଠାନ ମଧ୍ୟ ସାର୍ଟିଫିକେଟ୍‌ ପ୍ର‌ିଣ୍ଟ କରି ବାଣ୍ଟିବାକୁ ପଡ଼ିବ ନାହିଁ। ବହୁ ସମୟ ଧରି ସାର୍ଟିଫିକେଟ୍‌କୁ ସାଇତି ରଖାଯାଇପାରିବ। ଅନ୍‌ଲାଇନ୍‌ରେ ନକଲ ସାର୍ଟିଫିକେଟ୍‌ ପ୍ରଦାନ କରାଯିବ। କମ୍ପାନିଗୁଡ଼ିକ କର୍ମଚାରୀଙ୍କ ସାର୍ଟିଫି‌କେଟ୍‌କୁ ଅନ୍‌ଲାଇନ୍‌ରେ ଯାଞ୍ଚ କରିପାରିବେ। ନକଲି ସାର୍ଟିଫିକେଟ୍‌ ହୋଇପାରିବ ନାହିଁ। ଯାଞ୍ଚ ସମୟ ଓ ଏଥିପାଇଁ ହେଉଥିବା ବ୍ୟୟକୁ ରୋକାଯାଇପାରିବ। ସମସ୍ତ ବିଶ୍ବବିଦ୍ୟାଳୟ, ସ୍ବୟଂଶାସିତ ମହାବିଦ୍ୟାଳୟ ୨୦୧୫ ଶିକ୍ଷାବର୍ଷଠାରୁ ବର୍ତମାନ ପର୍ଯ୍ୟନ୍ତ ପାସ୍‌ କରିଥିବା ଛାତ୍ରଛାତ୍ରୀଙ୍କ ସାର୍ଟିଫିକେଟ୍‌ ୨୦୨୧ ମାର୍ଚ୍ଚ ୩୧ ସୁଦ୍ଧା ଏନ୍‌ଏଡିରେ ରଖିବେ। ଭବିଷ୍ୟତରେ ଯେଉଁ ସବୁ ସାର୍ଟିଫିକେଟ୍‌ ଇସ୍ୟୁ ହେବ ତାହାକୁ ଏନ୍‌ଏଡିରେ ରଖିବାକୁ କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe