ସହରାଞ୍ଚଳର ବସ୍ତିକୁ ବାସପୋଯୋଗୀ କରାଯାଉ: ମୁଖ୍ୟ ସଚିବ

Advertisment

୬୦ ହଜାର ପରିବାର ଜମି ଅଧିକାର ପ୍ରମାଣପତ୍ର ପାଇଛନ୍ତି

୬୦ ହଜାର ପରିବାର ଜମି ଅଧିକାର ପ୍ରମାଣପତ୍ର ପାଇଛନ୍ତି

ଭୁବନେ‌ଶ୍ୱର : ବସ୍ତିରେ ମିଳୁନି ପାଣି, ଲାଇଟ୍‌

Telegraph India

ଭୁବନେଶ୍ବର : ସହରାଞ୍ଚଳର ବସ୍ତିକୁ ବାସପୋଯୋଗୀ ବସତିରେ ପରିଣତ କରିବାର ଆବଶ୍ୟକତା‌ ରହିଛି। ଏଥି ପାଇଁ ସେଠାରେ ରାସ୍ତା, ବିଜୁଳି, ପାନୀୟ ଜଳ ଓ ଖୋଲା ସ୍ଥାନ ଆଦି ସର୍ବନିମ୍ନ ସୁବିଧା ଯୋଗାଇବାକୁ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ନଗର ଉନ୍ନୟନ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି।

publive-image The News Room

ଆଜି ଲୋକସେବା ଭବନରେ ଏକ ଉଚ୍ଚସ୍ତରୀୟ ବୈଠକରେ ମୁଖ୍ୟ ଶାସନ ସଚିବ ବସ୍ତିବାସିନ୍ଦାଙ୍କୁ ଜମି ଅଧିକାର ପ୍ରଦାନ କାର୍ଯ୍ୟର ଅଗ୍ରଗତିର ସମୀକ୍ଷା କରିଥିଲେ। ସମୀକ୍ଷାରୁ ଜଣାପଡ଼ିଥିଲା ଯେ ବସ୍ତି ବାସିନ୍ଦାଙ୍କୁ ଜମି ଅଧିକାର ଆଇନ୍‌, ୨୦୧୭ ଅନୁଯାୟୀ ୪୮ଟି ପୌରପାଳିକା ଓ ୬୧ଟି ଏନ୍‌ଏସିରେ ଡ୍ରୋନ୍ ସର୍ଭେ ଓ ସାମାଜିକ-ଅର୍ଥନୈତିକ ସର୍ଭେ ଶେଷ ହୋଇଛି। ପ୍ରାୟ ୧.୬୫ ଲକ୍ଷ ପରିବାର ଚିହ୍ନଟ ହୋଇଛନ୍ତି ଓ ସେମାନଙ୍କୁ ଜମି ଅଧିକାର ଦେବା ପାଇଁ ତାଲିକା କରାଯାଇଛି। ସେମାନଙ୍କ ମଧ୍ୟରୁ ୬୦ ହଜାର ପରିବାରକୁ ଜମି ଅଧିକାର ପ୍ରମାଣପତ୍ର ଦିଆସରିଛି। ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର ଜମିର ଚିହ୍ନଟ ଓ କିସମ ପରିବର୍ତ୍ତନ କାର୍ଯ୍ୟକୁ ତ୍ବରାନ୍ବିତ କରିବା ପାଇଁ ରାଜସ୍ବ ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ। ଏହା ଫଳରେ ବସ୍ତିରେ ଭୂମିହୀନ ପରିବାରକୁ ଜମି ଅଧିକାର ଦିଆଯାଇପାରିବ। ସହରାଞ୍ଚଳରେ ଜଙ୍ଗଲ କିସମ ଜମିରେ ସର୍ବନିମ୍ନ ମୌଳିକ ଭିତ୍ତିଭୂମି କାର୍ଯ୍ୟ ହାତକୁ ନେବା ସମୟରେ ଯେପରି କୌଣସି ଅସୁବିଧା ନ ହୁଏ, ସେଥି ପାଇଁ ଜଙ୍ଗଲ ସଂରକ୍ଷଣ ଆଇନ୍‌ରେ ଆବଶ୍ୟକ ବ୍ୟବସ୍ଥା କରିବାକୁ ଶ୍ରୀ ମହାପାତ୍ର ନିର୍ଦ୍ଦେଶ ଦେଇଥିଲେ।

ଗୃହ ଓ ନଗର ଉନ୍ନୟନ ବିଭାଗର ପ୍ରମୁଖ ଶାସନ ସଚିବ ଜି ମାଥିଭାଥାନନ୍‌ କହିଥିଲେ ଯେ ଜାଗା ମିସନ୍‌କୁ ମିଳିତ ଜାତିସଂଘ ପାୟୋନିଅରିଂ ମଡେଲ୍‌ ଭାବେ ସ୍ବୀକୃତି ଦେଇଛି। ୨୦୧୮-୧୯ରେ ଜାଗା ମିସନ୍‌ ହୁଡ୍‌କୋର ବେଷ୍ଟ୍‌ ପ୍ରାକ୍ଟିସ୍ ଆୱାର୍ଡ ପାଇଛି। ୨୦୨୦ ପାଇଁ ଜନାଗ୍ରହ ପକ୍ଷରୁ ଓଡ଼ିଶାକୁ ଶ୍ରେଷ୍ଠ ରାଜ୍ୟ ପୁରସ୍କାର ଦିଆଯାଇଛି। ବୈଠକରେ ଜଙ୍ଗଲ ଓ ପରିବେଶ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ମୋନା ଶର୍ମା, ରାଜସ୍ବ ବିଭାଗର ପ୍ରମୁଖ ସଚିବ ବିଷ୍ଣୁପଦ ସେଠୀ, ଆଇନ୍ ବିଭାଗର ପ୍ରମୁଖ ସଚିବ ଶଶିକାନ୍ତ ମିଶ୍ର, ପୌର ପ୍ରଶାସନ ନିର୍ଦ୍ଦେଶକ ସଂଗ୍ରାମଜିତ ନାୟକ, ରାଜସ୍ବ ବିଭାଗର ଅତିରିକ୍ତ ସଚିବ ଅଭୟ କୁମାର ନାୟକଙ୍କ ସମେତ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe