ଅଧପନ୍ତରିଆ ଭାବେ ପଡ଼ି ରହିଛି ମଲାଗୁଣୀ-ରାଜୁଆ ଘେରିବନ୍ଧ ନିର୍ମାଣ, ଗମନାଗମନରେ ଘୋର ଅସୁବିଧା ଭୋଗୁଛନ୍ତି ୮ ପଞ୍ଚାୟତବାସୀ

Advertisment
ଅଧପନ୍ତରିଆ ଭାବେ ପଡ଼ି ରହିଛି ମଲାଗୁଣୀ-ରାଜୁଆ ଘେରିବନ୍ଧ ନିର୍ମାଣ, ଗମନାଗମନରେ ଘୋର ଅସୁବିଧା ଭୋଗୁଛନ୍ତି ୮ ପଞ୍ଚାୟତବାସୀ

ନିରାକାରପୁର : ଖୋର୍ଦ୍ଧା ବ୍ଲକ୍‌ ଅନ୍ତର୍ଗତ ଓରବରସିଂହ ପଞ୍ଚାୟତର ଲେଖନପୁରସ୍ଥିତ ମଲାଗୁଣୀ ନଦୀଠାରୁ କଣାସ ବ୍ଲକ୍‌ ଦେଇ ଯାଇଥିବା ରାଜୁଆ ନଦୀର ଘେରିବନ୍ଧ ନିର୍ମାଣ କାର୍ଯ୍ୟ ସରୁନି। ଫଳରେ ପ୍ରତିବର୍ଷ ଉପରୋକ୍ତ ଦୁଇଟି ନଦୀରେ ବନ୍ୟା ଆସିବା ଦ୍ବାରା ଏହି ଅଞ୍ଚଳରେ ପାଣି ପଶି ବ୍ୟାପକ କ୍ଷୟକ୍ଷତି ହେଉଛି। ଓରବରସିଂହ ପଞ୍ଚାୟତ ଖୋର୍ଦ୍ଧା ଜିଲ୍ଲାର ସବୁଠାରୁ ତଳିଆ ଅଞ୍ଚଳ ଭାବେ ବିବେଚିତ ହୁଏ। ବଜାର, ସ୍କୁଲ, କଲେଜଠାରୁ ଆରମ୍ଭ କରି ଡାକ୍ତରଖାନା ଆଦି ପାଇଁ ଏହି ପଞ୍ଚାୟତବାସୀ ବିଶେଷକରି ପୁରୀ ଜିଲ୍ଲାର କଣାସ ବଜାର ଉପରେ ନିର୍ଭର କରିଥାନ୍ତି। ତେଣୁ ନିର୍ମାଣାଧୀନ କାଦୁଅ ରାସ୍ତାରେ ଗମନାଗମନରେ ଘୋର ଅସୁବିଧା ଭୋଗିଥାନ୍ତି। ଚଳିତ ବର୍ଷ ଜଳସେଚନ ବିଭାଗ ପକ୍ଷରୁ ଉକ୍ତ ବନ୍ଧ ରାସ୍ତା ମରାମତି ନିମନ୍ତେ ୨୨ଲକ୍ଷ ଟଙ୍କା ମଞ୍ଜୁରୁ ହୋଇଥିଲା। ତେବେ ଗତ ନିର୍ବାଚନ ଠାରୁ ଏହିକାର୍ଯ୍ୟ ଆରମ୍ଭ ହୋଇଥିଲେ ମଧ୍ୟ ଠିକାଦାରଙ୍କ ଅବହେଳା ଯୋଗୁଁ ରାସ୍ତାକାର୍ଯ୍ୟ ଅଧପନ୍ତରିଆ ଭାବେ ପଡ଼ି ରହିଛି।

publive-image

ଏହିରାସ୍ତା ଉପରେ କଣାସ ବ୍ଲକ୍‌ର ବଡାସ, ଦୋକନ୍ଦା, ଗଡ଼ବଳଭଦ୍ରପୁର, ଦିବ୍ୟସିଂହପୁର, ବକୁ ସମେତ ଖୋର୍ଦ୍ଧା ବ୍ଲକ୍‌ର ଓରବରସିଂହ, ନରଣଗଡ, ଗୋଳବାଇ ଆଦି ପଞ୍ଚାୟତର ହଜାର ହଜାର ଲୋକେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ରାସ୍ତାର ଅବସ୍ଥା ଏବେ ଏଭଳି ଯେ, ଠିକାଦାର ଜଣକ ରାସ୍ତାସାରା ପଥର ବିଛେଇ ସେଥିରେ ମୋରମ କିମ୍ବା ବାଲି ଫିଲିଙ୍ଗି ନ କରିବା କାରଣରୁ ଅଧିବାସୀମାନେ ନର୍କ ଯନ୍ତ୍ରଣା ଭୋଗ କରୁଛନ୍ତି। ତୁରନ୍ତ ଏହାର ମରାମତି ନ ହେଲେ ବାଧ୍ୟ ହୋଇ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ସ୍ଥାନୀୟ ବାସିନ୍ଦା ପ୍ରକାଶ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe