ବୁଡ଼ିଲା ମାଲେସିଆ ଜାହାଜ କଣ୍ଟେନର, ଛିଣ୍ଡିଗଲା ଦଉଡ଼ି

Advertisment

ଆଜିଠୁ କଢା‌‌ହେବ ତେଲ, ଦୁଇଦିନ ଭିତରେ ସରିବ, ମହଜୁଦ ଅଛି ୩୦ ହଜାର ଲିଟର ଡିଜେଲ, ୨ ହଜାର ଲିଟର ଲ୍ୟୁବ ଅଏଲ୍

ଆଜିଠୁ କଢା‌‌ହେବ ତେଲ, ଦୁଇଦିନ ଭିତରେ ସରିବ, ମହଜୁଦ ଅଛି ୩୦ ହଜାର ଲିଟର ଡିଜେଲ, ୨ ହଜାର ଲିଟର ଲ୍ୟୁବ ଅଏଲ୍

ବୁଡ଼ିଲା ମାଲେସିଆ ଜାହାଜ କଣ୍ଟେନର, ଛିଣ୍ଡିଗଲା ଦଉଡ଼ି

ପୁରୀ/ବ୍ରହ୍ମଗିରି: ଯାନ୍ତ୍ରିକ ତ୍ରୁଟି ‌ଯୋଗୁଁ ଚିଲିକା ରାଜହଂସରେ ଅଚଳ ଅବସ୍ଥାରେ ପଡ଼ିରହିଥିବା ମାଲେସିଆ ଜାହାଜର କଣ୍ଟେନର୍‌ ଧୀରେ ଧୀରେ ବୁଡ଼ିବାକୁ ଆରମ୍ଭ କଲାଣି। କଣ୍ଟେନର୍‌ ଭିତରେ ଥିବା ଫାଟ ବାଟ ଦେଇ ପାଣି ପଶୁଛି। ପ୍ରତିକାର ବ୍ୟବସ୍ଥା କରାନଗଲେ ଜାହାଜଟି ସଂପୂର୍ଣ୍ଣ ବୁଡିଯିବାର ଆଶଙ୍କା ଉପୁଜିଛି। ଅନ୍ୟପକ୍ଷରେ ଆସନ୍ତାକାଲିଠାରୁ ଜାହାଜରୁ ତେଲ ନିଷ୍କାସନ କରାଯିବ ଏବଂ ଏହି କାମକୁ ଦୁଇଦିନ ଭିତରେ ସାରିବାକୁ ନିର୍ଦ୍ଦେଶ ଦିଆଯାଇଥିବା ପୁରୀ ଜିଲ୍ଲାପାଳ ବଲୱନ୍ତ ସିଂହ ସୂଚନା ଦେଇଛନ୍ତି। ଏକ ଛୋଟ କଣ୍ଟେନର୍‌ ଦ୍ବାରା ତେଲ କଢାଯିବ। ଏ ନେଇ ମାଲେସିଆ ଜାହାଜ କର୍ତୃପକ୍ଷଙ୍କ ସହିତ ଯୋଗାଯୋଗ କରାଯାଇଥିବା ଜିଲ୍ଲାପାଳ କହିଛନ୍ତି। ତେବେ ଜାହାଜର ଇଞ୍ଜିନ ସୁରକ୍ଷିତ ଥିବା ଜଣାପଡିଛି। ଗତ ୯ ତାରିଖରୁ ଅଚଳ ହୋଇ ରାଜହଂସରେ ଅଟକିଥିବା ମ‌ାଲେସିଆ ଜାହାଜର କଣ୍ଟେନର୍‌ ଅବସ୍ଥା ଦିନକୁ ଦିନ ବିଗିଡିବାରେ ‌ଲାଗିଛି। ଜାହାଜ ଗୋଟିଏ କଡ଼କୁ ଢଳି ପଡିଥିବା ବେଳେ ଆଜି ଢେଉ ମାଡ଼ରେ ଏହାର କଣ୍ଟେନର୍‌ ଭିତରେ ପାଣି ପଶିଛି। ଢେଉ ମାଡ଼ରେ ଜାହାଜର କଣ୍ଟେନର ମୁହାଣଠାରୁ ଅଧ କିଲୋମିଟର ସମୁଦ୍ର ଭିତରକୁ ପଳାଇଛି। ଜାହାଜ ଲଙ୍ଗର ପକାଇଥିବା ଦୁଇଟି ଦଉଡ଼ି ମଧ୍ୟ ଛିଣ୍ଡିଯାଇଛି। ଫଳରେ ଜାହାଜର ସ୍ଥିତି ସଂଗିନ ଆଡ଼କୁ ଗତି କରୁଛି। କେବଳ ତେଲ ନୁହେଁ, ପୂରା ଜାହାଜକୁ ସେଠାରୁ ଅପସାରଣ କରିବାକୁ ସ୍ଥାନୀୟ ଲୋକେ ଦାବି ଜଣାଇଛନ୍ତି। ପ୍ରକାଶଥାଉକି, ଏହି ଜାହାଜରେ ୩୦ ହଜାର ଲିଟର ଡିଜେଲ୍‌, ୨ ହଜାର ଲିଟର ଲ୍ୟୁବି ଅଏଲ୍‌ ଓ ୧୦୦ ଲିଟର ହାଇଡ୍ରୋଲିକ୍ ଅଏଲ୍‌ ରହିଛି। ଜାହାଜରୁ ତେଲ୍ ଲିକ୍ ହେ‌ଲେ ଚିଲିକାର ଜୈବ ବିବିଧତା ଉପରେ ଏହାର ପ୍ରଭାବ ପଡିବାର ସମ୍ଭାବନା ଥିବାରୁ ଜିଲ୍ଲା‌ ପ୍ରଶାସନ ତେଲ କାଢିନେବାକୁ ନିଷ୍ପତ୍ତି ନେଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe