ବ୍ରହ୍ମଗିରି : ଯାନ୍ତ୍ରିକ ତ୍ରୁଟି ଯୋଗୁଁ ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ଥାନା ଚିଲିକାର ରାଜହଂସ ନିକଟ ସମୁଦ୍ରକୂଳରେ ଗତ ଅଗଷ୍ଟ ୯ ତାରିଖରୁ ଅଟକି ରହିଥିବା ମାଲେସିଆ ପଣ୍ୟବାହୀ ଜାହାଜର ଏ ପର୍ଯ୍ୟନ୍ତ ମରାମତି ହୋଇପାରି ନାହିଁ। ଜାହାଜ କଣ୍ଟେନର୍ରେ ଫାଟ ହେବା ପରେ ଏହା ମଧ୍ୟରେ ପାଣି ପଶି ରହିଛି। କଣ୍ଟେନର୍ରୁ ପାଣି ବାହାର କରିବାକୁ ଚେଷ୍ଟା କରାଯାଇଥିଲେ ମଧ୍ୟ ସଫଳତା ମିଳି ନାହିଁ। ସେହିପରି କଣ୍ଟେନର୍କୁ ଭିଡ଼ି ରଖିଥିବା ଦଉଡ଼ି ମଧ୍ୟରୁ ଦୁଇଟି ଦଉଡ଼ି ଛିଣ୍ଡି ଯାଇଛି। ଏବେ କଣ୍ଟେନର୍ଟି କୂଳରୁ କିଛି ଦୂରକୁ ଢେଉରେ ଭାସି ଯାଇ ପାଣିରେ ବୁଡ଼ିବା ଆରମ୍ଭ କରିଛି। ଏହା ଧୀରେ ଧୀରେ ବାଲିରେ ପୋତି ହେବା ସହ ସମୁଦ୍ର ଭିତରକୁ ଢଳି ବୁଡ଼ିବାରେ ଲାଗିଛି। ଅନ୍ୟପଟେ ଜାହାଜରେ ଫାଟ ହୋଇ ପାଣି ପଶିଛି। ଏହା ସହିତ ଜାହାଜ ଗୋଟିଏ ପଟକୁ ଢଳି ରହିଛି। ଏହାକୁ ଗୋଟିଏ ମାତ୍ର ଦଉଡ଼ି ଅଟକାଇ ରଖିଛି। ଦଉଡ଼ିଟି ବେଳାଭୂମିରେ ଥିବା ଏକ ଗଛରେ ବନ୍ଧା ହୋଇ ରହିଛି। ଯଦି ଜାହାଜଟି ଏପରି ଅବସ୍ଥାରେ ରୁହେ ତେବେ ତେଲ ଲିକ୍ ହେବାର ଆଶଙ୍କା ବଢ଼ିଯିବ ବୋଲି କୁହାଯାଉଛି।
ବିଗୁଡ଼ୁଛି ମାଲେସିଆ ଜାହାଜର ସ୍ଥିତି, ସମୁଦ୍ର ଭିତରକୁ ଖସି ଯାଉଛି କଣ୍ଟେନର୍
Advertisment
Follow Us