ବୋଲେରୋ ଧକ୍କାରେ ଶିଶୁପୁତ୍ର ମୃତ; ବ୍ରହ୍ମପୁର-ଫୁଲବାଣୀ ରାସ୍ତା ୩ ଘଣ୍ଟା ଅବରୋଧ

ବୋଲେରୋ ଧକ୍କାରେ ଶିଶୁପୁତ୍ର ମୃତ; ବ୍ରହ୍ମପୁର-ଫୁଲବାଣୀ ରାସ୍ତା ୩ ଘଣ୍ଟା ଅବରୋଧ

ଚକାପାଦ: କନ୍ଧମାଳ ଜିଲ୍ଲା ଶଙ୍କରାଖୋଲ ଠାରୁ ୩ କିଲୋମିଟର ଦୂର ଟିକାବାଲି ଥାନା ଅଧୀନ ଶ୍ରାମ୍ବୁଡ଼ି ଗ୍ରାମ ୧୫୭ ନମ୍ବର ରାଜ୍ୟ ରାଜପଥରେ ଆଜି ବୋଲେରୋ ଧକ୍କାରେ ୫ ବର୍ଷ ବୟସର ଶିଶୁପୁତ୍ର ପ୍ରାଣ ହରାଇଛି। ମୃତକଜଣକ ହେଉଛି, ଟିକାବାଲି ବ୍ଲକ୍ କଟିମାହା ପଞ୍ଚାୟତ ମୁଣିଙ୍ଗିଆ ଗ୍ରାମର ବିରାଟ ପ୍ରଧାନଙ୍କ ଏକମାତ୍ର ପୁଅ ରିତେଶ (୫)। ରିତେଶ ଗତକାଲି ପରିବାର ସହ ମାଉସୀଙ୍କ ବାହାଘରରେ ଯୋଗ ଦେବାକୁ ଅଜା ମାଲି କହଁରଙ୍କ ଘର ଶ୍ରାମ୍ବୁଡ଼ି ଗ୍ରାମକୁ ଆସିଥିଲା। ଆଜି ସକାଳ ୧୦ଟାରେ ସେ ରାସ୍ତା ପାର ହୋଇ କୁରକୁରେ କିଣି ଦୋକାନରୁ ଫେରୁଥିବା ସମୟରେ ଟିକାବାଲି ପଟୁ ଦ୍ରୁତ ଗତିରେ ଆସୁଥିବା ବ‌ୋଲେରୋଟି ତାକୁ ଧକ୍କା ଦେଇଥିଲା। ରିତେଶ ପ୍ରାୟ ୧୦ ମିଟର ଦୂରରେ ଛିଟିକି ପଡ଼ି ଘଟଣାସ୍ଥଳରେ ହିଁ ପ୍ରାଣ ହରାଇଥିଲା।

ଏହି ଘଟଣା ପରେ ଉତ୍ତେଜନା ଦେଖାଦେଇଥିଲା। ମୃତକଙ୍କ ପରିବାରବର୍ଗ ଓ ଗ୍ରାମବାସୀ କ୍ଷତିପୂରଣ ପ୍ରଦାନ ଦାବିରେ ଶବକୁ ରଖି ଫୁଲବାଣୀ-ବ୍ରହ୍ମପୁର ରାସ୍ତାକୁ ତିନିଘଣ୍ଟା ଧରି ଅବରୋଧ କରିଥିଲେ। ଫଳରେ ଯାନବାହନ ଚଳାଚଳ ବନ୍ଦ ହୋଇଯାଇଥିଲା। ଟିକାବାଲି ଥାନାଧିକାରୀ କଲ୍ୟଣୀମୟୀ ଷେଣ୍ଢ ଓ ଚକାପାଦ ତହସିଲଦାର ପ୍ରଭାସ କୁମାର ବୁଡେକ ପହଞ୍ଚି ସେମାନଙ୍କୁ ବୁଝାସୁଝା କରିଥିଲେ। ଶଙ୍କରାଖୋଲ ପଞ୍ଚାୟତ କାର୍ଯ୍ୟାଳୟ ପକ୍ଷରୁ ଶବ ସତ୍କାର ପାଇଁ ୨ହଜାର ଟଙ୍କା ଓ ରେଡକ୍ରସ ପାଣ୍ଠିରୁ ୧୦ ହଜାର ଟଙ୍କା ପ୍ରଦାନ କରାଯାଇଥିଲା। ଦୁର୍ଘଟଣା ସ୍ଥଳରେ ସ୍ପିଡବ୍ରେକର୍ ଲଗାଇବା ଓ ବୋଲେରୋ ଚାଳକକୁ ଗିରଫ ପାଇଁ ପ୍ରତିଶ୍ରୁତି ଦିଆଯିବା ପରେ ଅବରୋଧ ପ୍ରତ୍ୟାହୃତ ହୋଇଥିଲା। ଏନେଇ ଟିକାବାଲି ଥାନାରେ କେସ୍ ନମ୍ବର ୭୨/୨୩ରେ ମାମଲା ରୁଜୁ ସହ ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe