ଘୁମୁସର ବନଖଣ୍ଡରେ ଅସୁସ୍ଥ ଦନ୍ତା ହାତୀର ମୃତ୍ୟୁ

Advertisment
ପଥରଗାଡ଼ିଆରେ ରାତିଯାକ ହାତୀ, ସନ୍ଧ୍ୟାରୁ ପଡ଼ିଯାଉଛି ତାଟି

ଭଂଜନଗର: ଗଂଜାମ ଜିଲ୍ଲା ଉତ୍ତର ଘୁମୁସର ବନଖଣ୍ଡ ଗାଲେରି ବନାଞ୍ଚଳର ତିଳିସିଙ୍ଗି ସେକ୍ସନରେ ଅସୁସ୍ଥ ଥିବା ଦନ୍ତା ହାତୀର ମୃତ୍ୟୁ ଘଟିଛି। ଆଜି ସକାଳ ସମୟରେ ଦନ୍ତାଟି ଅସୁସ୍ଥ ଅବସ୍ଥାରେ କରଡାବଣି ଓ ବେରୁଆବାଡ଼ି ମଧ୍ୟରେ ଥିବା ଘାଇ ନିକଟରେ ଘୁରି ବୁଲୁଥିଲା। ଏହା ପରେ ବନ କର୍ମଚାରୀ ମାନେ ପହଂଚି ଗତିବିଧି ନଜର କରିବା ପରେ ସେ ଦୀର୍ଘ ଦିନ ଧରି ଅସୁସ୍ଥ ଥିବା ଜଣାପଡିଥିଲା।

ଉତ୍ତର ଘୁମୁସର ବନଖଣ୍ଡର କେନ୍ଦ୍ରୀୟ ବନାଞ୍ଚଳର ରେଞ୍ଜଙ୍କ ଅବସରକାଳୀନ କାଯ୍ୟକ୍ରମରେ ଅଧିକାରୀମାନେ ବ୍ୟସ୍ତ ଥିବାରୁ ଅସୁସ୍ଥ ଦନ୍ତା ପ୍ରତି ବିଭାଗ ପକ୍ଷରୁ ଗୁରୁତ୍ୱ ଦିଆଯାଇନଥିଲା। ଦନ୍ତା ଦୀର୍ଘ ସମୟ ଧରି ଘାଇ ନିକଟରେ ଛିଡ଼ା ହୋଇ ରହିଥିବା ବେଳେ କନକ ନିୟୁଜ ଦିନ ତମାମ ଏହି ଖବର ପ୍ରସାରଣ କରିଥିଲା। ଏହା ସ୍ୱତେ ସ୍ଥାନୀୟ ଡିଏଫଓ ଓ ଅନ୍ୟାନ୍ୟ ବନ ବିଭାଗ କର୍ମଚାରୀ ମାନେ ରେଞ୍ଜଙ୍କ ବିଦାୟ ସମ୍ବର୍ଦ୍ଧନା ରେ ବ୍ୟସ୍ତ ଥିବାରୁ ହାତୀ କୁ ଚିକିତ୍ସା କରାଯାଇନଥିବା ଆଲୋଚନା ହେଉଛି। ଆସନ୍ତାକାଲି ହାତୀ ର ଶବ ବ୍ୟବଚ୍ଛେଦ ହେବ ବୋଲି ସୂଚନା ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe