ଗଞ୍ଜାମ ଜିଲ୍ଲାରେ ପୁରୁଷ ବନ୍ଧ୍ୟାକରଣ ସ୍ଥିତି : ୩ବର୍ଷରେ ମାତ୍ର ୨୨୪ ଅସ୍ତ୍ରୋପଚାର, ପୂରଣ ହେଉନି ଟାର୍ଗେଟ, ସଚେତନତା ଅଭାବ

Advertisment
ଗଞ୍ଜାମ ଜିଲ୍ଲାରେ ପୁରୁଷ ବନ୍ଧ୍ୟାକରଣ ସ୍ଥିତି : ୩ବର୍ଷରେ ମାତ୍ର ୨୨୪ ଅସ୍ତ୍ରୋପଚାର, ପୂରଣ ହେଉନି ଟାର୍ଗେଟ, ସଚେତନତା ଅଭାବ

Dr. Elist

ବ୍ରହ୍ମପୁର : ଜନସଂଖ୍ୟା ନିୟନ୍ତ୍ରଣ ପାଇଁ ସରକାର ନାନା ଯୋଜନା କରିଛନ୍ତି। ପରିବାର ନିୟୋଜନ ଅସ୍ତ୍ରୋପଚାରକୁ ଅଧିକ ଗୁରୁତ୍ବ ଦିଆଯାଉଛି। ବର୍ତ୍ତମାନ ପୁରୁଷ ବନ୍ଧ୍ୟାକରଣ ଯୋଜନାକୁ ଲୋକଙ୍କ ନିକଟରେ ଗ୍ରହଣୀୟ କରିବା ପାଇଁ ପ୍ରୟାସ ଜାରି ରହିଛି। ଏହି ଯୋଜନାରେ ସାମିଲ ହେଉଥିବା ବ୍ୟକ୍ତିଙ୍କୁ ସ୍ବତନ୍ତ୍ର ଆର୍ଥିକ ସହାୟତା ମଧ୍ୟ ପ୍ରଦାନ କରାଯାଉଛି। ତଥାପି ଲୋକେ ଏ ଦିଗରେ ସଚେତନ ହେଉ ନାହାନ୍ତି। ଗଞ୍ଜାମ ଜିଲ୍ଲାକୁ ପ୍ରତିବର୍ଷ ପୁରୁଷ ବନ୍ଧ୍ୟାକରଣ ପାଇଁ ମିଳୁଥିବା ଟାର୍ଗେଟ ପୂରଣ ହେଉ ନାହିଁ। ଗତ ୩ବର୍ଷରେ ଗଞ୍ଜାମ ଜିଲ୍ଲାରେ ମାତ୍ର ୨୨୪ପୁରୁଷଙ୍କ ବନ୍ଧ୍ୟାକରଣ କରାଯାଇଥିବା ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ସୂତ୍ରରୁ ପ୍ରକାଶ।

ପୁରୁଷ ବନ୍ଧ୍ୟାକରଣ ତାଲିକା
ବର୍ଷ              ଟାର୍ଗେଟ      ହାସଲ
୨୦୧୭-୧୮  ୨୦୭ ୯     ୯
୨୦୧୮-୧୯  ୨୦୭୫     ୨୫
୨୦୧୯-୨୦  ୨୦୭୨     ୧୯୦

publive-image mycontraception.com

ପୁରୁଷ ବନ୍ଧ୍ୟାକରଣ ଉପରେ ଲୋକଙ୍କୁ ସଚେତନ କରିବା ପାଇଁ ବିଭିନ୍ନ ପ୍ରକାର ପଦକ୍ଷେପ ଗ୍ରହଣ କରାଯାଉଛି। ପ୍ରତିବର୍ଷ ନଭେମ୍ବର ୨୧ତାରିଖରୁ ଡିସେମ୍ବର ୪ତାରିଖ ପର୍ଯ୍ୟନ୍ତ ବନ୍ଧ୍ୟାକରଣ ପକ୍ଷ ପାଳନ କରାଯାଉଛି। ଏହି ୧୫ଦିନ ମଧୢରେ ବିଭିନ୍ନ ପ୍ରକାର ସଚେତନତା କାର୍ଯ୍ୟକ୍ରମେ ଆୟୋଜନ କରାଯାଇଥାଏ। କିନ୍ତୁ ଚଳିତ ବର୍ଷ କରୋନା ଯୋଗୁଁ ସଭା, ସମିତି ବାତିଲ କରାଯାଇଛି। ଜିଲ୍ଲାର ପ୍ରତ୍ୟେକ ସ୍ବାସ୍ଥ୍ୟକେନ୍ଦ୍ରରେ ପରିବାର କଲ୍ୟାଣ ବିଭାଗ ତରଫରୁ ଲୋକଙ୍କୁ ସଚେତନ କରି ବନ୍ଧ୍ୟାକରଣ ପାଇଁ କୁହାଯାଉଛି। ତଥାପି ଲୋକେ ଏଥିପ୍ରତି ସଚେତନ ହୋଇପାରୁ ନାହାନ୍ତି। ଗଞ୍ଜାମ ଜିଲ୍ଲା ସମେତ ରାଜ୍ୟର ଅଧିକା˚ଶ ଜିଲ୍ଲାରେ ଏହି ଯୋଜନାର ଫଳ ନୈରାଶ୍ୟଜନକ ରହିଛି। ପ୍ରତିବର୍ଷ ଏହି ଯୋଜନାକୁ ସଫଳ କରିବା ପାଇଁ ଟାର୍ଗେଟ ଧାର୍ଯ୍ୟ କରାଯାଉଛି। ଟାର୍ଗେଟ ହାସଲ ହେବା ତ ଦୂର କଥା, ଅଧା ମଧ୍ୟ ପୂରଣ ହେଉ ନାହିଁ। ପରିବାର ନିୟୋଜନ ଯୋଜନାରେ ମହିଳାଙ୍କ ଅସ୍ତ୍ରୋପଚାର ପାଇଁ ଧାର୍ଯ୍ୟ ଟାର୍ଗେଟ ମଧ୍ୟ ହାସଲ ହୋଇପାରୁ ନାହିଁ। ତଥାପି ମହିଳା ବନ୍ଧ୍ୟାକରଣ ସଂଖ୍ୟା ସନ୍ତୋଷଜନକ ରହିଛି। ମହିଳାମାନେ ଧୀରେ ଧୀରେ ସଚେତନ ହୋଇ ଅସ୍ତ୍ରୋପଚାର ପାଇଁ ଆକୃଷ୍ଟ ହେଉଛନ୍ତି। କିନ୍ତୁ ପୁରୁଷ ବନ୍ଧ୍ୟାକରଣ କ୍ଷେତ୍ରରେ ସେଭଳି ଆଗ୍ରହ ଦେଖାଯାଉ ନାହିଁ।

ମିଳିଥିବା ସୂଚନା ଅନୁସାରେ ୨୦୧୯-୨୦ ଆର୍ଥିକ ବର୍ଷରେ ପରିବାର ନିୟୋଜନ ଯୋଜନାରେ ଜିଲ୍ଲାରେ ୧୪ହଜାର ୫୦୫ଜଣ ମହିଳାଙ୍କ ଅସ୍ତ୍ରୋପଚାର ପାଇଁ ଟାର୍ଗେଟ ଧାର୍ଯ୍ୟ କରାଯାଇଥିଲା। ହେଲେ ଏହି ବର୍ଷ ୮ହଜାର ୪୯୮ଜଣ ମହିଳାଙ୍କ ଅସ୍ତ୍ରୋପଚାର କରାଯାଇଛି। ସେହିପରି ପୁରୁଷ ବନ୍ଧ୍ୟାକରଣ କ୍ଷେତ୍ରରେ ଜିଲ୍ଲାରେ ୨୦୧୯-୨୦ ଆର୍ଥିକ ବର୍ଷରେ ୨ହଜାର ୭୨ ଟାର୍ଗେଟ ରଖାଯାଇଥିଲା। କିନ୍ତୁ ସେହିବର୍ଷ ମାତ୍ର ୧୯୦ଜଣ ପୁରୁଷଙ୍କ ବନ୍ଧ୍ୟାକରଣ କରାଯାଇଛି। ଚଳିତ ୨୦୨୦-୨୧ ଆର୍ଥିକ ବର୍ଷରେ କରୋନା ଯୋଗୁଁ ଅସ୍ତ୍ରୋପଚାର ବାଧାପ୍ରାପ୍ତ ହୋଇଛି। ଏବେ ସଚେତନତା ସପ୍ତାହ ଅବସରରେ ପୁଣିଥରେ ଅସ୍ତ୍ରୋପଚାର ଆରମ୍ଭ କରାଯାଇଛି। ଚଳିତ ବର୍ଷ ସେପ୍ଟେମ୍ବର ସୁଦ୍ଧା ୬୫୭ଜଣ ମହିଳାଙ୍କ ବନ୍ଧ୍ୟାକରଣ କରାଯାଇଛି। ବିଶେଷ କରି ଶୀତଦିନରେ ପରିବାର ନିୟୋଜନ ଅସ୍ତ୍ରୋପଚାର ନିମନ୍ତେ ମାଗଣା ଶିବିର ଅନୁଷ୍ଠିତ ହୋଇଥାଏ। ତେଣୁ ଡିସେମ୍ବରରୁ ଫେବ୍ରୁଆରି ମଧୢରେ ଏହି ସ˚ଖ୍ୟା ବଢ଼ିଥାଏ ବୋଲି ବିଭାଗୀୟ ସୂତ୍ରରୁ ପ୍ରକାଶ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe