ମାଳି ପର୍ବତ ବକ୍ସାଇଟ ଖଣି ପରିବେଶ ମଞ୍ଜୁରି ପ୍ରସଂଗ: ମାମଲା ଶୁଣାଣିରେ ପୂର୍ଣ୍ଣଚ୍ଛେଦ ପକାଇଲେ ହାଇକୋର୍ଟ

Advertisment
ଓୟୁଏଟି ଆଦେଶ ରଦ୍ଦ କଲେ ହାଇକୋର୍ଟ

Live Law

କଟକ : କୋରାପୁଟ ଜିଲ୍ଲା ମାଳିପର୍ବତ ବକ୍ସାଇଟ ଖଣି ପ୍ରକଳ୍ପକୁ ନେଇ ଅନୁଷ୍ଠିତ ଜନ ଶୁଣାଣିକୁ ବିରୋଧ କରି ଦାୟର ମାମଲାର ଶୁଣାଣିରେ ହାଇକୋର୍ଟ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି। ଏଥି ସହିତ ପରିବେଶ ମଞ୍ଜୁରି ପ୍ରଦାନ ପ୍ରସଂଗରେ ପୂର୍ବରୁ ପ୍ରଦାନ କରାଯାଇଥିବା ଅନ୍ତରୀଣ ନିର୍ଦ୍ଦେଶ ଉଠାଇଛନ୍ତି। ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ.ମୁରଲୀଧର ଓ ଜଷ୍ଟିସ ଏମ.ଏସ.ରମଣଙ୍କୁ ନେଇ ଗଠିତ ଖଣ୍ଡପୀଠରେ ମାମଲାର ଶୁଣାଣି ସମୟରେ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ଦାଖଲ ସତ୍ୟପାଠରୁ ଜାନୁଆରି ୭ରେ ସାନି ଜନ ଶୁଣାଣି ଶାନ୍ତିପୂର୍ଣ୍ଣ ଭାବେ ଅନୁଷ୍ଠିତ ହୋଇଥିବା ସ୍ପଷ୍ଟ ହୋଇଥିଲା। ହାଇକୋର୍ଟଙ୍କ ଡିସେମ୍ବର ୧ର ନିର୍ଦ୍ଦେଶ ସଂପୂର୍ଣ୍ଣ ଭାବେ ପାଳନ କରାଯାଇ ଜନ ଶୁଣାଣି କରାଯାଇଥିଲା। ସତ୍ୟପାଠ ସହିତ ଜାନୁଆରି ୭ ଜନ ଶୁଣାଣିର ଭିଡିଓଗ୍ରାଫ ମଧ୍ୟ ବୋର୍ଡ ତରଫରୁ ଦାଖଲ କରାଯାଇଥିଲା।

ଜନଶୁଣାଣି ସମୟରେ ୭୮ଜଣ ନିଜ ମତ ରଖିଥିଲେ ବୋଲି ବୋର୍ଡ ତରଫରୁ ଦର୍ଶାଯାଇଥିଲା। କିନ୍ତୁ ଜନ ଶୁଣାଣି ପ୍ରସଂଗକୁ ନେଇ ପ୍ରସ୍ତୁତ ରିପୋର୍ଟରେ ଆବେଦନକାରୀ ଦେଇଥିବା ମତାମତ ପ୍ରସଂଗରେ ସଂପୂର୍ଣ୍ଣ ଭାବେ ଉଲ୍ଲେଖ କରାଯାଇ ନାହିଁ ବୋଲି ଆବେଦନକାରୀଙ୍କ ତରଫରୁ ଦର୍ଶାଯାଇଥିଲା। ପରିବେଶ ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ ପାଖକୁ ପଠାଯାଇଥିବା ସ୍ମାରକପତ୍ର ଗୁଡିକ ସହିତ ଜନ ଶୁଣାଣି ସଂପର୍କିତ ରିପୋର୍ଟକୁ ଏକ୍ସପର୍ଟ ଅାପ୍ରାଇଜାଲ କମିଟି ବିଚାରକୁ ନେବ ବୋଲି ହାଇକୋର୍ଟ କହିଛନ୍ତି। ଏଥିସହିତ ଆବେଦନକାରୀ ଓ ହିଣ୍ଡାଲକୋ ଇଣ୍ଡଷ୍ଟ୍ରିଜ ତରଫରୁ ଏହି ପ୍ରସଂଗରେ ଲିଖିତ ତଥ୍ୟ ମଧ୍ୟ କମିଟି ନିକଟରେ ଫେବ୍ରୁଆରି ୬ ସୁଦ୍ଧା ଦାଖଲ କରାଯାଇ ପାରିବ ବୋଲି ହାଇକୋର୍ଟ କହିଛନ୍ତି। ଏହି ପ୍ରସଂଗରେ ଆଇନ ଅନୁସାରେ କମିଟି ଆଗେଇ ପାରିବ ବୋଲି ହାଇକୋର୍ଟ କହିବା କହିବା ସହିତ ପୂର୍ବରୁ ପ୍ରଦାନ କରାଯାଇଥିବା ଅନ୍ତରୀଣ ଆଦେଶ ଉଠାଇବାକୁ ନିର୍ଦ୍ଦେଶ ଦେଇଛନ୍ତି। ନିରଂଜନ ଖିଲ୍ଲୋ ଓ ଅନ୍ୟମାନଙ୍କ ଆବେଦନର ଶୁଣାଣି କରି ହାଇକୋର୍ଟ ଏପରି ନିର୍ଦ୍ଦେଶ ଦେଇଛନ୍ତି।

ଅନ୍ୟପକ୍ଷରେ ହିଣ୍ଡାଲକୋ ଇଣ୍ଡଷ୍ଟ୍ରିଜ ତରଫରୁ ଦାୟର ଆବେଦନର ହାଇକୋର୍ଟ ଶୁଣାଣି କରି ପରିବେଶ ମଞ୍ଜୁରି ସଂପର୍କିତ ପ୍ରକ୍ରିୟା ଚୂଡାନ୍ତ ନ ହେବା ପର୍ଯ୍ୟନ୍ତ ମାମଲାରେ ଉଲ୍ଲେଖ ଥିବା ଖଣିକୁ ଅନ୍ୟ କୌଣସି ତୃତୀୟ ପକ୍ଷକୁ ଲିଜ୍ ଦିଆଯାଇ ପାରିବ ନାହିଁ ବୋଲି ନିର୍ଦ୍ଦେଶ ଦେଇଛନ୍ତି। ସମୟରେ ପରିବେଶ ମଞ୍ଜୁରି ନ ମିଳିବା ଯୋଗୁଁ ଖଣି ବିଭାଗ ୨୦୨୨ ଅକ୍ଟୋବର ୧୨ରେ ଜାରି କରିଥିବା ନିର୍ଦ୍ଦେଶ କାର୍ଯ୍ୟକାରୀ ଉପରେ ହାଇକୋର୍ଟ ଅଙ୍କୁଶ ଜାରି କରିଛନ୍ତି। ହିଣ୍ଡାଲକୋ ଆବେଦନର ଶୁଣାଣିରେ ମଧ୍ୟ ହାଇକୋର୍ଟ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe