ମାଳିପଦର ଏନକାଉଣ୍ଟର ଘଟଣା: ୨ ମୃତକ ପରିବାରକୁ କ୍ଷତିପୂରଣ ଦାବି ନେଇ ଆନ୍ଦୋଳନ ପାଇଁ ସଜବାଜ

Advertisment
ମାଳିପଦର ଏନକାଉଣ୍ଟର ଘଟଣା: ୨ ମୃତକ ପରିବାରକୁ କ୍ଷତିପୂରଣ ଦାବି ନେଇ ଆନ୍ଦୋଳନ ପାଇଁ ସଜବାଜ

ମାଲକାନଗିରି: କୋରାପୁଟ ଜିଲ୍ଲାର ବୈପାରିଗୁଡା ମାଳିପଦରର ଠାରେ ଗତ ନଭେମ୍ବର ୧୦ ତାରିଖରେ ହୋଇଥିବା ଏନକାଉଣ୍ଟରରେ ଦୁଇ ଜଣ ଶ୍ରମିକଙ୍କର ମୃତ୍ୟୁ ହୋଇଥିବା ନେଇ ଅଭିଯୋଗ ହୋଇଥିଲା, ଯେଉଁ ଦୁଇ ଜଣ ପୁଲିସ ଗୁଳିରେ ମୃତ୍ୟୁବରଣ କରିଛନ୍ତି ସେମାନେ ନକ୍ସଲ ନଥିଲେ ବରଂ ସେମାନେ ଗଂଜେଇ ବୋହିବା କାମ କରୁଥିଲେ। ପୁଲିସ ସେମାନଙ୍କୁ ଧରି ମାରିଥିବା ପରିବାର ଲୋକେ ଅଭିଯୋଗ କରିଥିଲେ। ଏନେଇ ରାସ୍ତାରୋକ ହେବା ସହ ଚାରି ଜଣ ଜେଲ ମଧ୍ ଯାଇଥିଲେ।

ତେବେ ଆଜି ପର୍ଯ୍ୟନ୍ତ ଏହୁ ଦୁଇ ପରିବାରକୁ ସରକାରଙ୍କ ତରଫରୁ କୌଣସି କ୍ଷତିପୂରଣ ମିଳିନଥିବା ବେଳେ ଆଶ୍ବାସନା ଦେବାକୁ ମଧ୍ୟ କେହି ନେତା କିମ୍ବା ପ୍ରଶାସନ ତରଫରୁ ସେମାନଙ୍କ ନିକଟରେ ପହଞ୍ଚିଲେ ନାହିଁ। କେବଳ ଜଣେ କଂଗ୍ରେସର ବରିଷ୍ଠ ନେତା ଶରତ ଚନ୍ଦ୍ର ବୁରୁଦା ଏହି ଦୁଃଖୀ ପରିବାରଙ୍କ ନିକଟରେ ପହଞ୍ଚି ନ୍ୟାୟ ପାଇଁ ଦାବି କରିଆସୁଛନ୍ତି। ତେବେ ଆଜି ପୁଲିସ ଗୁଳିରେ ମୃତ୍ୟୁବରଣ କରିଥିବା ମାଲକାନଗିରି ଜିଲ୍ଲାର ସର୍ଗିଗୁଡା ଗ୍ରାମର ଧନ କମାର ଏବଂ ନବରଂଗପୁର ଜିଲ୍ଲାର ବାରାଗାଁ ଗ୍ରାମର ଜୟ କୁମାର ନାଗଙ୍କ ପରିବାର ଲୋକେ ସର୍ଗିଗୁଡାରେ ଏକତ୍ର ହୋଇଥିଲେ। ଏହି ଦୁଇ ପରିବାରର ଲୋକେ ଆଗାମୀ ଦିନରେ କ୍ଷତିପୂରଣ ଏବଂ ନ୍ୟାୟ ପାଇଁ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିବେ ବୋଲି ଜଣାପଡିଛି।

ପୁଲିସ ବିରୋଧରେ ଏମାନେ ଆନ୍ଦୋଳନ କରିବାକ ପାଇଁ ସଜବାଜ ହେଉଥିବା ଜଣାପଡିଛି। ମିଥ୍ୟା ଏନକାଉଣ୍ଟର କରି ଦୁଇ ନିରୀହ ପ୍ରାଣୀକୁ ହତ୍ୟା କରିବା ପୁଲିସ ଅଧିକାର ନାହିଁ ବୋଲି କୁହାଯାଇଛି। ତୁରନ୍ତ ଏନେଇ ସରକାର ଏବଂ ପ୍ରଶାସନ କୌଣସି ପଦକ୍ଷେପ ନନେଲେ ଆଗାମୀ ଦିନରେ ଆଇନକୁ ହାତକୁ ନେବାକୁ ବାଧ୍ୟ ହେବୁ ବୋଲି ଏମାନେ କହିଛନ୍ତି। ପରିବାରର ଏହି ଦୁଇ ଜଣ ହିଁ ରୋଜଗାରିଆ ଥିଲେ।ତାଂକର ମୃତ୍ୟୁପରେ ପରିବାର ଏବେ ଦୁଇ ବେଳା ଭାତ ମୁଠାଏ ପାଇବାକୁ ବହୁ କଷ୍ଟ ସ୍ବୀକାର କରୁଥିବା କୁହାଯାଇଛି। ଏହି ଏନକାଉଣ୍ଟରରେ ନିରପେକ୍ଷ ତଦନ୍ତ ହେବା ସହ ମୃତ ପରିବାରଙ୍କୁ ନ୍ୟାୟ ପ୍ରଦାନ କରାଯାଉ ବୋଲି ଦାବି ହୋଇଛି। ଏହି ଦୁଇ ପରିବାର ଆଗକୁ କି ପ୍ରକାର ପଦକ୍ଷେପ ନେଉଛନ୍ତି ଦେଖିବାକୁ ବାକି ରହିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe