ମାଲକାନଗିରି ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ନାକା ଲାଛମାୟାଙ୍କ ପରଲୋକ

ମାଲକାନଗିରି ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ନାକା ଲାଛମାୟାଙ୍କ ପରଲୋକ

ମାଲକାନଗିରି : ମାଲକାନଗିରି ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ନାକା ଲାଛମାୟାଙ୍କ ଆଜି ପରଲୋକ ହୋଇଯାଇଛି। କିଛି ଦିନ ତଳେ ହଠାତ୍ ଅସୁସ୍ଥ ହେବାରୁ ତାଙ୍କୁ ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ଆଜି ସକାଳେ ଶେଷ ନିଶ୍ବାସ ତ୍ୟାଗ କରିଥିବା ସୂଚନା ମିଳିଛି। ଏହି ଖବର ପ୍ରଚାର ହେବା ପରେ ମାଲକାନଗିରି ଜିଲ୍ଲା କଂଗ୍ରେସ ସଭାପତି ଗୋବିନ୍ଦ ପାତ୍ର, କାର୍ଯ୍ୟକାରୀ ସଭାପତି ରାମ ପ୍ରସାଦ ପଟନାୟକ, ଏସ୍‌ସି ସେଲ ସଭାପତି ପର୍ଶୁରାମ ଭକ୍ତ ପ୍ରମୁଖ ଡାକ୍ତରଖାନାକୁ ଯାଇ ଶେଷ ଦର୍ଶନ କରିଥିଲେ। ସଂଧ୍ୟାରେ ପୈତୃକ ଗାଁ ପଡ଼ିଆ ବ୍ଲକ୍‌ର କମାରଗୁଡ଼ାକୁ ମରଶରୀରକୁ ନିଆଯାଇଛି। ଆସନ୍ତାକାଲି ଗାଁ ଶ୍ମଶାନରେ ଶେଷକୃତ୍ୟ ସଂପନ୍ନ ହେବ ବୋଲି ସୂଚନା ମିଳିଛି।

ସୂଚନାଯୋଗ୍ୟ, ୧୯୫୦ ମସିହାରେ ଦୁର୍ଗମ ପଡ଼ିଆ ବ୍ଲକର କମାରଗୁଡ଼ା ଗାଁରେ ଗରିବ ପରିବାରରେ ଜନ୍ମଗ୍ରହଣ କରିଥିଲେ ନାକା ଲାଛମାୟା। ୧୯୭୫ ମସିହାରେ ସରକାରୀ ଚାକିରି ଛାଡ଼ି ଜନସେବାରେ ନିଜକୁ ନିୟୋଜିତ କରିଥିଲେ। ଏହାପରେ କଂଗ୍ରେସରେ ସାମିଲ ହୋଇ ପ୍ରତ୍ୟକ୍ଷ ରାଜନୀତିରେ ସକ୍ରିୟ ହୋଇଥିଲେ। ୧୯୭୭ ମସିହା ବିଧାନସଭା ନିର୍ବାଚନରେ କଂଗ୍ରେଟ ଟିକଟରେ ମାଲକାନଗିରି ନିର୍ବାଚନ ମଣ୍ଡଳୀରୁ ଲଢ଼ିଥିଲେ ମଧ୍ୟ ପରାଜିତ ହୋଇଥିଲେ। ୧୯୮୦ ମସିହାରେ ବିଧାନସଭା ଭାଙ୍ଗିଯିବାରୁ ପୁଣି ହୋଇଥିବା ବିଧାନସଭା ନିର୍ବାଚନରେ ତାଙ୍କୁ କଂଗ୍ରେସ ପ୍ରାର୍ଥୀ କରିଥିଲା। ଏଥର ସେ ବିପୁଳ ଭୋଟ ବ୍ୟବଧାନରେ ବିଜୟୀ ହୋଇ ବିଧାୟକ ହୋଇଥିଲେ। ଆଜି ତାଂକର ଦେହାନ୍ତ ଖବର ମିଳିବା ପରେ ବିଭିନ୍ନ ମହଲରେ ଶୋକର ଛାୟା ଖେଳି ଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe