ଅନ୍ଧବିଶ୍ୱାସ କବଳରେ ମାଲକାନଗିରି : ମହିଳାଙ୍କୁ ଘୁଷୁରି ବିଷ୍ଠା ଖୁଆଇଲା ଗୁଣିଆ

Advertisment

ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି

ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି

ଅନ୍ଧବିଶ୍ୱାସ କବଳରେ ମାଲକାନଗିରି : ମହିଳାଙ୍କୁ ଘୁଷୁରି ବିଷ୍ଠା ଖୁଆଇଲା ଗୁଣିଆ

ମାଲକାନଗିରି : ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲାରେ ଗୁଣିଗାରେଡ଼ି ଭଳି ଅନ୍ଧବିଶ୍ବାସ ଘଟଣା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। କାହାକୁ ରୋଗ ହେଲେ ଲୋକେ ମେଡିକାଲ ଯିବା ବଦଳରେ ଦିଶାରୀ କିମ୍ବା ଗୁଣିଆ ପାଖକୁ ଯିବା ପାଇଁ ପସନ୍ଦ କରୁଛନ୍ତି। ତାର ପରିଣତି ଏତେ ଭୟଙ୍କର ହେଉଛି ଯେ ଜଣେ ରୋଗୀଣା ମହିଳାଙ୍କୁ ଭଲ କରିବାକୁ ଯାଇ ଗୁଣିଆ ତାଙ୍କୁ ନିସ୍ତୁକ ମାଡ଼ ମାରିବା ସହ ଘୁଷୁରି ବିଷ୍ଠା ଖୁଆଇଛି। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ମାଲକାନଗିରି ବ୍ଲକ୍‌ ଅନ୍ତର୍ଗତ ତଣ୍ଡାପାଲ୍ଲୀ ପଞ୍ଚାୟତର ଏମଭି-୬ ଗ୍ରାମରେ।

publive-image

ଏହି ଗାଁର ସନ୍ତୋଷ ଅରାଉଙ୍କ ପତ୍ନୀ ଲିପିକାଙ୍କ ଦେହ ଅସୁସ୍ଥ ହୋଇଥିଲା। ତାଙ୍କ ଶରୀରକୁ ମୃତ ମହିଳାଙ୍କ ଆତ୍ମା ପଶି ଆସିଥିବା ପରିବାର ଲୋକେ ସନ୍ଦେହ କରି ଗୁଣିଆକୁ ଡାକି ଝଡ଼ାଫୁଙ୍କା କଲେ। ଗତକାଲି ଗୁଣିଆ ଲିପିକାଙ୍କଠାରୁ ଭୂତ ଛଡ଼ାଇବା ପାଇଁ ନିସ୍ତୁକ୍‌ ପିଟିବା ସହ ନିଆଁ ଧାସ ଦେଇଥିଲା। ଫଳରେ ଲିପିକାଙ୍କ ମୁହଁ ପୋଡ଼ିଯାଇଥିବା ବେଳେ ଦେହ ସାରା କ୍ଷତ ଚିହ୍ନ ରହିଛି। ଏହାପରେ ଗୁଣିଆ ଘୁଷୁରି ବିଷ୍ଠା ଆଣି ଲିପିକାଙ୍କୁ ଖୁଆଇଥିଲା। ଲିପିକା ଏବେ ଗୁରୁତର। ପୂର୍ବରୁ ଦେହ ଖରାପ ରହିଥିବା ବେଳେ ଗୁଣିଆର ମାଡ଼ ଓ ଅତ୍ୟାଚାରରେ ସେ ଅଧିକ ଗୁରୁତର ହୋଇପଡ଼ିଛନ୍ତି। ଅଙ୍ଗନବାଡ଼ି ଦିଦି, ଆଶା କର୍ମୀ ଏବଂ ସ୍ବାସ୍ଥ୍ୟ କର୍ମୀ ତିନି ଜଣ ମିଶି ଜବରଦସ୍ତ ଲିପିକାଙ୍କୁ ମାଲକାନଗିରି ମେଡିକାଲ ନେଇଛନ୍ତି। ଲିପିକା ଏବେ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଥିବା ବେଳେ ଗୁଣିଆର ଦେଖା ମିଳି ନାହିଁ।

କେବଳ ଏହି ଗ୍ରାମରେ ନୁହେଁ; ମାଲାକନଗିରି ବ୍ଲକ୍‌ର ପେଡ଼ାକୋଣ୍ଡା ପଞ୍ଚାୟତ କେନ୍ଦୁଗୁଡ଼ା ଗ୍ରାମରେ ମଧ୍ୟ ଅନ୍ଧବିଶ୍ବାସ ପାଇଁ କିଛି ଦିନ ତଳେ ୧୭ରୁ ଊର୍ଦ୍ଧ୍ବ ଲୋକଙ୍କ ଅଜଣା ରୋଗରେ ମୃତ୍ୟୁ ହୋଇଥିଲା। ଏହି ଘଟଣାରେ ଲୋକେ ଗୁଣି ସନ୍ଦେହରେ ଜଣଙ୍କୁ ହତ୍ୟା ମଧ୍ୟ କରିଥିଲେ। ଏଭଳି ପରିସ୍ଥିତିରେ ପ୍ରଶାସନ ପକ୍ଷରୁ ଲୋକଙ୍କୁ ସଚେତନ କରା ନ ଗଲେ ଆଗକୁ ଏହା ଉଗ୍ରରୂପ ନେବ ବୋଲି ବୁଦ୍ଧିଜୀବୀ ମତ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe