ମାଲକାନଗିରି ମହାବିଦ୍ୟାଳୟର ବାର୍ଷିକ କ୍ରୀଡା ମହୋତ୍ସବ ଉଦଯାପିତ

ମାଲକାନଗିରି ମହାବିଦ୍ୟାଳୟର ବାର୍ଷିକ କ୍ରୀଡା ମହୋତ୍ସବ ଉଦଯାପିତ

ମାଲକାନଗିରି: ମାଲକାନଗିରି ମହାବିଦ୍ୟାଳୟର ୪୧ତମ ବାର୍ଷିକ କ୍ରୀଡା ମହୋତ୍ସବ ଉଦଯାପିତ ହୋଇଯାଇଛି।ଏହି କ୍ରୀଡା ମହୋତ୍ସବ ୨୫ ଏବଂ ୨୬ ତାରିଖ ଦୁଇ ଦିନ ଧରି ଚାଲିଥିଲା।ଉଦଯାପନୀ ଉତ୍ସବରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସମାରୀ ଟାଙ୍ଗୁଲ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ନେହରୁ ଯୁବ କେନ୍ଦ୍ରର ସଂଯୋଜକ ହରିଷ ରୂପାଲ ,ମହାବିଦ୍ୟାଳୟର ଅଧ୍ୟକ୍ଷ ଅଶୋକ କୁମାର ଷଡଙ୍ଗୀ ,ଅର୍ଥଶାସ୍ତ୍ର ବିଭାଗର ମୁଖ୍ୟ ପ୍ରଧ୍ୟାପକ ଲିଙ୍ଗରାଜ ମିଶ୍ର,ଡ.ରଂଜନ କୁମାର ସ୍ବାଇଁ ଯୋଗଦାନ କରିଥିଲେ। ମହାବିଦ୍ୟାଳୟର କ୍ରୀଡା ସଂଘର କର୍ମକର୍ତ୍ତା ଖେଳ ଶିକ୍ଷକ ଅଭିମନ୍ୟୁ ଦଳବେହେରା,ଅଧ୍ୟାପିକା ପ୍ରେମରେଖା ଭତ୍ରା,ନମିତା ଦଣ୍ଡସେନା,ଜୀମୂତ ନାୟକ,ସୁଶାନ୍ତ ମାଝି ପ୍ରମୁଖ ଉପସ୍ଥିତ ରହି କ୍ରୀଡାର ଆୟୋଜନ କରିଥିଲେ।

ଏହି ବାର୍ଷିକ କ୍ରୀଡା ଉତ୍ସବରେ ୧୦୦ ମିଟର ଦୌଡ ପ୍ରତିଯୋଗିତା,୨୦୦,୪୦୦ ମିଟର ଦୌଡ,ଲମ୍ବଡିଆଁ,ସଟପୁଟ,ମ୍ୟୁଜିକ ଚ୍ୟାର ଇତ୍ୟାଦି କ୍ରୀଡା ଅନୁଷ୍ଠିତହୋଇଥିଲା।ଏହି କ୍ରୀଡା ଉତ୍ସବରେ ପୁରୁଷ ବଭାଗରେ ଲିଙ୍ଗରାଜ ଦୋରା ଏବଂ ମହିଳା ବିଭାଗରେ ଆରତୀ ମାଢି ଚମ୍ପିୟାନ ହୋଇଥିଲେ। ଏହି ଅବସରରେ ଜିଲ୍ଲାରେ ପ୍ରଥମ ଥର ମହାବିଦ୍ୟାଳୟରେ ଇତିହାସ ବିଭାଗର ଅଧ୍ୟାପକ ଗୋକୁଳାନନ୍ଦ ପାତ୍ର ନିଜର ପିତାମାତାଙ୍କ ସ୍ମୃତି ଉଦେଶ୍ୟରେ ପୁରୁଷ ବର୍ଗ ପାଇଁ ଚନ୍ଦ୍ରଶେଖର ସମ୍ମାନ ଏବଂ ମହିଳା ବର୍ଗ ପାଇଁ ଲଳୀତା ଦେବୀ ସମ୍ମାନ ପ୍ରତିବର୍ଷ ପ୍ରଦାନ କରିବା ସହ ଏକ ହଜାର ଟଂକା ଅର୍ଥ ରାଶି ପ୍ରଦାନ କରିବେ।ଆଜିର ମହିଳା ଏବଂ ପୁରୁଷ ଚମ୍ପିୟାନଙ୍କୁ ଏହି ସମ୍ମାନ ପ୍ରଦାନ କରାଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe