ମାଲକାନଗିରି ଜିଲ୍ଲା କ୍ରିଡ଼ାକ୍ଷେତ୍ରରେ ବହୁ ଆଗରେ ରହିଛି, ରାଜ୍ୟ ସରକାର ଆହୁରି ଅଧିକ ବିକାଶ କରିବେ: ମନ୍ତ୍ରୀ

Advertisment

ମାଲକାନଗିରିରେ ଜିଲ୍ଲାସ୍ତରୀୟ ୭୮ତମ ସ୍ଵାଧୀନତା ଦିବସ ପାଳିତ

ମାଲକାନଗିରିରେ ଜିଲ୍ଲାସ୍ତରୀୟ ୭୮ତମ ସ୍ଵାଧୀନତା ଦିବସ ପାଳିତ

ମାଲକାନଗିରି ଜିଲ୍ଲା କ୍ରିଡ଼ାକ୍ଷେତ୍ରରେ ବହୁ ଆଗରେ ରହିଛି, ରାଜ୍ୟ ସରକାର ଆହୁରି ଅଧିକ ବିକାଶ କରିବେ: ମନ୍ତ୍ରୀ

ମାଲକାନଗିରି:  ୭୮ତମ ସ୍ଵାଧୀନତା ଦିବସ ମାଲକାନଗିରି ଜିଲ୍ଲାରେ ହର୍ଷୋଲ୍ଲାସର ସହିତ ପାଳିତ ହୋଇ ଯାଇଛି। ଏହି ଅବସରରେ ଦିନ ୯ଟା୧୫ ମିନିଟ୍ ସମୟରେ ମାଲକାନଗିର ଡିଏନକେ ପଡିଆ ଠାରେ ଓଡ଼ିଶା ସରକାରଙ୍କ ଶିକ୍ଷା, କ୍ରୀଡା ଓ ଯୁବ ସେବା, ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତୋଳନ କରିଥିଲେ। ଏହାପରେ ମୁଖ୍ୟ ଅତିଥି ମିଳିତ ପ୍ୟାରେଡର ଅଭିବାଦନ ଗ୍ରହଣ କରିଥିଲେ। ପରେ ସେ ମାଲକାନଗି ଜିଲ୍ଲାର ଜନସାଧାରଣଙ୍କୁ ୭୮ତମ ସ୍ଵାଧୀନତା ଦିବସ ଅଭିନନ୍ଦନ ଜଣାଇବା ସହ ସ୍ବାଧୀନ ଭାରତ ପାଇଁ ବଳିଦାନ ଦେଇଥିବା ସ୍ବାଧିନତା ସଂଗ୍ରାମୀ ସହିଦ୍ ଲକ୍ଷ୍ମଣ ନାୟକ, ତାମାଦୋରା, ଗଙ୍ଗାଧର କପେ ଭଳି ବହୁ ସଂଗ୍ରାମୀଙ୍କୁ ମନେପକାଇ ଭାରତ ସ୍ବାଧୀନତାରେ ଏମାନଙ୍କ ଅବଦାନ ବିଶୟର ଜନସାଧାରଣଙ୍କୁ ଜଣାଇ ଥିଲେ।

କ୍ରୀଡ଼ାମନ୍ତ୍ରୀ କହିଛନ୍ତି, ମାଲକାନଗିରି ଜିଲ୍ଲା କ୍ରିଡ଼ା କ୍ଷେତ୍ରରେ ବହୁ ଆଗରେ ରହିଛି। ଜିଲ୍ଲାର ବିକାଶ ପାଇଁ ଏ ସରକାର ସବୁ ପ୍ରକାର ପ୍ରୟାସ କରିବ। ଏ ସରକାର ଲୋକଙ୍କ ସରକାର। ଏଣୁ ଲୋକମାନଙ୍କର ସମସ୍ତ ସମସ୍ୟାର ସମାଧାନ କରାଯିବ।

ପରେ ଜିଲାର କୃତି ଛାତ୍ରଛାତ୍ରୀମାନଙ୍କୁ ମନ୍ତ୍ରୀ ପୁରସ୍କୃତ କରିଥିଲେ। ଏହି କାର୍ଯ୍ୟକ୍ରମ ସରିଲା ପରେ ମୁଖ୍ୟ ଅତିଥି ଜେଲ୍‌ରେ ଥିବା କଏଦୀମାନଙ୍କୁ ମିଷ୍ଠାନ ବଣ୍ଟନ କରିଥିଲେ। ମାଲକାନଗିରି ମୁଖ୍ୟ ଚିକିତ୍ସାଳୟରେ ରୋଗୀମାନଙ୍କୁ ଫଳ ଓ ମିଷ୍ଟାନ୍ନ ବାଣ୍ଟିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe