ମାଲକାନଗିରି: ରବିବାର ମଧ୍ୟାହ୍ନରେ ଚିତ୍ରକୋଣ୍ଡା ବ୍ଲକ୍ ଅନ୍ତର୍ଗତ ପାଖି ଗ୍ରାମର ଜଣେ ବ୍ୟକ୍ତି ମାଓବାଦୀଙ୍କ ଗୁଳିରେ ପ୍ରାଣ ହରାଇଛନ୍ତି।
ପୀଡ଼ିତ ଶାମା ପାଙ୍ଗୀ ସ୍ପିଲ୍େଓ୍ଵ ଲଞ୍ଚ୍ ଘାଟରେ କାମ କରୁଥିବାବେଳେ ବିଚ୍ଛିନ୍ନାଞ୍ଚଳରୁ ମାଓବାଦୀମାନେ ଏକ ଘରୋଇ ବୋଟ୍ ଯୋଗେ ଆସି ତାଙ୍କ ଉପରୁକୁ ଗୁଳି ଚଳାଇଥିଲେ। ଶାମାଙ୍କ ପେଟରେ ଗୋଟିଏ ଗୁଳି ବାଜିଛି ଏବଂ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। ପୁଲିସ ସୂଚନାଦାତା ସନ୍ଦେହରେ ତାଙ୍କୁ ମାଓବାଦୀମାନେ ସ୍ପଷ୍ଟ ଦିବାଲୋକରେ ହତ୍ୟା କରିଥିବା କୁହାଯାଉଛି। ତାଙ୍କୁ ଗୁଳି ମାରିବା ପରେ ମାଓବାଦୀମାନେ ନକ୍ସଲ୍ ଜିନ୍ଦାବାଦ ଧ୍ୱନି ଦେଇ ଫେରିଯାଇଥିଲେ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us