ମାଓ କ୍ୟାମ୍ପ୍‌ରେ ଚଢ଼ାଉ; ଜିନିଷପତ୍ର ଛାଡ଼ି ଖସି ପଳାଇଲେ ମାଓବାଦୀ

Advertisment
ମାଓ କ୍ୟାମ୍ପ୍‌ରେ ଚଢ଼ାଉ; ଜିନିଷପତ୍ର ଛାଡ଼ି ଖସି ପଳାଇଲେ ମାଓବାଦୀ

ମାଲକାନଗିରି: ଶୁକ୍ରବାର ପ୍ରତ୍ୟୁଷରେ ମାଲକାନଗିରି ସୀମାନ୍ତ ଛତିଶଗଡ଼ର ସୁକ୍‌ମା ଜିଲ୍ଲା ଅନ୍ତର୍ଗତ ଭେଜି ଜଙ୍ଗଲରେ ଏକ ମାଓ କ୍ୟାମ୍ପ୍‌ ଉପରେ ଯବାନ୍‌ମାନେ ଚଢ଼ଉ କରିବାରୁ ମାଓବାଦୀମାନେ ଜିନିଷ ପତ୍ର ଛାଡ଼ି ଧାଇଁ ପଳାଇଛନ୍ତି।

କ୍ୟାମ୍ପ୍‌ରେ ମାଓବାଦୀମାନେ ବୈଠକ ବସାଇ କୌଣସି ଅଘଟଣ ଘଟାଇବାକୁ ଉଦ୍ୟମ କରୁଛନ୍ତି ବୋଲି ସୂଚନା ପାଇବା ପରେ ଭେଜି ନିକଟରେ ଥିବା ୨୦୦୨ କୋବ୍ରା ବାଟାଲିୟନ୍‌ ଭୋର୍‌ବେଳେ ତାଙ୍କ ଉପରେ ଚଢ଼ାଉ କରିଥିଲା। କିନ୍ତୁ, ସେମାନେ ହାଜର ହେବାର ଖବର ପାଇଁ ମାଓବାଦୀମାନେ କ୍ୟାମ୍ପ୍‌ରୁ ଧାଇଁ ପଳାଇ ଯିବାକୁ ସମର୍ଥ ହୋଇଥିଲେ।

ସେମାନଙ୍କ ପରିତ୍ୟକ୍ତ କ୍ୟାମ୍ପ୍‌ରୁ ଦୁଇଟି ବନ୍ଧୁକ, କିଟ୍‌ ବ୍ୟାଗ୍‌, ଅଫୁଟା ଗୁଳି, ସୋଲାର୍‌ ଲାଇଟ୍‌, ନକ୍ସଲ୍‌ ପୋଷାକ, ଔଷଧପତ୍ର ଏବଂ ବିଭିନ୍ନ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ଉଦ୍ଧାର କରାଯାଇଛି।

ଏବେ ମଧ୍ୟ ସେ ଅଞ୍ଚଳରେ କୁଂବି ଅପରେସନ୍‌ ଚାଲିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe