୨ କୁଖ୍ୟାତ ମାଓବାଦୀଙ୍କୁ ଧରିଲା ମାଲକାନଗିରି ପୁଲିସ: ପିସ୍ତଲ, ଡିଟୋନେଟର୍‌, ଜୀବନ୍ତ ଗୁଳି ଜବତ

Advertisment

ମାଲକାନଗିରି ପୁଲିସ ୨ ଦୁର୍ଦ୍ଦାନ୍ତ ନକ୍ସଲଙ୍କୁ ଗିରଫ କରିଛି।  ସେମାନେ ହେଲେ ରାକେଶ କୁଞ୍ଜାମ ଓ କେସା କାବାସୀ। ଉଭୟଙ୍କ ଉପରେ ୪ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର ଘୋଷଣା ହୋଇଥିଲା।

ମାଲକାନଗିରି ପୁଲିସ ୨ ଦୁର୍ଦ୍ଦାନ୍ତ ନକ୍ସଲଙ୍କୁ ଗିରଫ କରିଛି।  ସେମାନେ ହେଲେ ରାକେଶ କୁଞ୍ଜାମ ଓ କେସା କାବାସୀ। ଉଭୟଙ୍କ ଉପରେ ୪ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର ଘୋଷଣା ହୋଇଥିଲା।

cxxccx

ମାଲକାନଗିରି: ମାଲକାନଗିରି ପୁଲିସ ୨ ଦୁର୍ଦ୍ଦାନ୍ତ ନକ୍ସଲଙ୍କୁ ଗିରଫ କରିଛି।  ସେମାନେ ହେଲେ ରାକେଶ କୁଞ୍ଜାମ ଓ କେସା କାବାସୀ। ଉଭୟଙ୍କ ଉପରେ ୪ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର ଘୋଷଣା ହୋଇଥିଲା। କେସା କାବାସୀ କାଙ୍ଗେରଘାଟି ଏରିଆ କମିଟି ଓ ରାକେଶ ଆନ୍ଧ୍ର-ଓଡ଼ିଶା ବର୍ଡର୍‌ ଜୋନାଲ କମିଟିର ବୋଲି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ମାଲକାନଗିରି ଏସ୍‌ପି ବିନୋଦ ପାଟିଲ ଏଚ୍‌ ଓ ବିଏସଏଫ କମାଣ୍ଡାଣ୍ଟ ଭିପି ସିଂ। ଉଭୟଙ୍କ ନିକଟରୁ ପିସ୍ତଲ, ଡିଟୋନେଟର୍‌, ଜୀବନ୍ତ ଗୁଳି, କୋଡେକ୍ସ ତାର, ରେଡିଓ, ଷ୍ଟିଲ୍‌ ଡବା, ଵାକିଟକି, ଟର୍ଚ୍ଚ ଲାଇଟ୍‌, ବ୍ୟାଟେରି, କଟୁରି ପ୍ରଭୃତି ଜବତ କରିଛି ପୁଲିସ। 

ମାଥିଲି ଥାନା ସୋଡ଼ିଗୁଡା ଏବଂ ତେନ୍ତୁଳିଗୁଡ଼ା ଜଙ୍ଗଲରେ ନକ୍ସଲ ଥିବା ନେଇ ବିଶେଷ ସୂତ୍ରରୁ ଖବର ମିଳିଥିଲା। ଯବାନଙ୍କୁ ଦେଖି ନକ୍ସଲମାନେ ଗୁଳି ଚାଳନା କରି ଚମ୍ପଟ ମାରିବାକୁ ଉଦ୍ୟମ କରିଥିଲେ। ତେବେ ଯବାନମାନେ ଜଙ୍ଗଲକୁ ଘେରି ଯାଇ ୨ ନକ୍ସଲଙ୍କୁ ଗିରଫ କରିଥିଲେ। ଗିରଫ ନକ୍ସଲ କେସାର ଘର ଛତିଶଗଡ଼ ବସ୍ତର ଜିଲ୍ଲାର ଚନ୍ଦାମେଟାରେ ଏବଂ ରାକେଶର ଘର ବିଜାପୁର ଜିଲ୍ଲାର ତୋମଡ଼ ଗ୍ରାମରେ ବୋଲି ଜଣାପଡ଼ିଛି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe