ଇସ୍ରୋ ଯିବେ ପଛୁଆ ଇଲାକାର ପ୍ରତିଭାଶାଳୀ ପୁଅ, ରାଜ୍ୟର ଶ୍ରେଷ୍ଠ ୨୦ ଜ୍ୟୋର୍ତିବିଜ୍ଞାନ ପ୍ରତିଭାଙ୍କ ଭିତରେ ମାଲକାନଗିରିର ଅବିନାଶ

Advertisment
ଇସ୍ରୋ ଯିବେ ପଛୁଆ ଇଲାକାର ପ୍ରତିଭାଶାଳୀ ପୁଅ, ରାଜ୍ୟର ଶ୍ରେଷ୍ଠ ୨୦ ଜ୍ୟୋର୍ତିବିଜ୍ଞାନ ପ୍ରତିଭାଙ୍କ ଭିତରେ ମାଲକାନଗିରିର ଅବିନାଶ

ମାଲାକାନଗିରି: ଇସ୍ରୋ ଯିବେ ପଛୁଆ ଅଞ୍ଚଳର ପ୍ରତିଭାଶାଳୀ ଛାତ୍ର। ସଫଳ ମହାକାଶ ବିଜ୍ଞାନୀ ହେବେ ମାଓ ପ୍ରବଣ ମାଲକାନଗିରି ଜିଲ୍ଲାର ଛାତ୍ର ଅଭିନାଶ ବେହେରା। ମାଲାକନଗିରି ଜିଲ୍ଲାର ବାଲିମେଳା ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର ଦଶମ ଶ୍ରେଣୀ ଛାତ୍ର ଅଭିନାଶ ବେହେରା ୨୦୧୯-୨୦ ଯୁବ ଜ୍ୟୋର୍ତିବିଜ୍ଞାନ ପ୍ରତିଭା ଅନ୍ବେଷଣ କାର୍ଯ୍ୟକ୍ରମରେ ୨୦ଜଣ ଛାତ୍ର ମନୋନୀତ ହୋଇଛନ୍ତି। ଏହି ୨୦ଜଣିଆ ତାଲିକାରେ ରହିଛନ୍ତି ବାଲିମେଳା ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର ମେଧାବୀ ଛାତ୍ର ଅବିନାଶ ବେହେରା।

ଚଳିତ ବର୍ଷ ଏହି ସମ୍ମାନ ଜନକ ଜ୍ୟୋର୍ତିବିଜ୍ଞାନ ପ୍ରତିଭା ଅନ୍ବେଷଣ କାର୍ଯ୍ୟକ୍ରମ ଲାଗି ରାଜ୍ୟର ୩୦୦ବିଦ୍ୟାଳୟର ୬୨୦୦୦ଛାତ୍ର-ଛାତ୍ରୀ ଅଂଶ ଗ୍ରହଣ କରିଥିଲେ। ଆଉ ବ୍ରହ୍ମାଣ୍ଡର ଚମତ୍କାର ଶୀର୍ଷକରେ ନିଜ ଉଲ୍ଲେଖନୀୟ ଉପସ୍ଥାପନ ଯୋଗୁଁ ପଠାଣି ସାମନ୍ତ ପ୍ଲାନେଟାରିୟମ ଠାରେ ଆୟୋଜିତ ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ସଫଳତା ଲାଭ କରିଥିଲେ ଅଭିନାଶ। ଅବିନାଶଙ୍କ ସହ ମନୋନୀତ ହୋଇଥିବା ୨୦ଜଣ ଛାତ୍ର ଏବେ ଇସ୍ରୋ ଯିବେ।

ଅଭିନାଶ ମହାକାଶ ବିଜ୍ଞାନରେ ପିଲାଟି ଦିନରୁ ରୁଚି ରଖୁଥିବା ବେଳେ ଇସ୍ରୋ ପରିଦର୍ଶନ ପୂର୍ବରୁ ମହାକାଶ ଗ୍ରହ, ନକ୍ଷେତ୍ର ସମ୍ପର୍କରେ ଅଧିକ ତଥ୍ୟ ହାସଲ କରିବାରେ ଲାଗି ପଡିଛନ୍ତି। ପ୍ରତି ବର୍ଷ ଟାଟା ଷ୍ଟିଲ ପକ୍ଷରୁ ଆୟୋଜିତ ଯୁବ ମହାକାଶ ବିଜ୍ଞାନୀ ପ୍ରତିଭା ଅନ୍ବେଷଣ କାର୍ଯ୍ୟକ୍ରମ ଜରିଆରେ ପିଲାଙ୍କୁ ମହାକାଶ ବିଜ୍ଞାନ ପ୍ରତି ଆକୃଷ୍ଟ କରିବା ପାଇଁ ଗୁରୁତ୍ୱପୂର୍ଣ୍ଣ ଭୁମିକା ଗ୍ରହଣ କରି ଆସିଛି। ତେବେ ତୁଳସୀ ଦୁଇ ପତ୍ରରୁ ବାସିଲା ଭଳି ଅଭିନାଶ ମଧ୍ୟ ଆଗାମୀ ଦିନରେ ସଫଳ ମହାକାଶ ବିଜ୍ଞାନୀ ହୋଇ ପାରିବେ ବୋଲି ଆଶା ରଖିଛନ୍ତି ଅଭିନାଶଙ୍କ ଶିକ୍ଷକ ଓ ଅଭିଭାବକ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe