ଆକାଶ ମାର୍ଗରେ ପାରଦର୍ଶିତା ଦେଖାଇଲେ ବଣ୍ଡା ଛାତ୍ର, ଯୁଦ୍ଧ ବିମାନରୁ କଲେ ‘ପାରା ଗ୍ଲାଇଡିଂ‘

Advertisment
ଆକାଶ ମାର୍ଗରେ ପାରଦର୍ଶିତା ଦେଖାଇଲେ ବଣ୍ଡା ଛାତ୍ର, ଯୁଦ୍ଧ ବିମାନରୁ କଲେ ‘ପାରା ଗ୍ଲାଇଡିଂ‘

ମାଲକାନଗିରି: ଆକାଶ ମାର୍ଗରେ ପାରଦର୍ଶିତା ଦେଖାଇଛଇ ବଣ୍ଡା ଜନଜାତିର ଯୁକ୍ତ ୩ ଶେଷ ବର୍ଷର ଛାତ୍ର ଲକିନାଥ କିରସାନି। ସର୍ବ ଭାରତୀୟସ୍ତରରେ ୧୪ ଲକ୍ଷ ଏନସିସି କ୍ୟାଡେଡ ଥିବା ବେଳେ ମାତ୍ର ୪୦ ଜଣକୁ ଚୟନ କାରାଯାଇଥିଲା। ଆଗ୍ରାରେ ଥିବା ଆର୍ମି ଏୟାରବୋନ ଟ୍ରେନିଂ ସ୍କୁଲରେ ତାଲିମ ନେଇ ଯୁଦ୍ଧ ବିମାନ ଏଏନ-୩୨ ଏୟାରକ୍ରାଫ୍ଟରୁ ୧୨ ଶହ ଫୁଟ ଉପରୁ କରିଛନ୍ତି ପାରା ଗ୍ଲାଇଡିଂ, ଯାହାକି ମାଲକାନଗିରିବାସୀଙ୍କ ପାଇଁ ଆଣିଦେଇଛି ଗୌରବ।

ମାଲକାନଗିରି ଜିଲ୍ଲାର ବଣ୍ଡା ଜନଜାତିର ଛାତ୍ର ଲକିନାଥ କିରସାନି ଆକାଶ ମାର୍ଗରେ ଦେଖାଉଛନ୍ତି ପାରଦର୍ଶିତା। ଯୁଦ୍ଧ ବିମାନ ଏଏନ-୩୨ ଏୟାରକ୍ରାଫ୍ଟରୁ ୧୨ ଶହ ଫୁଟ ଉପରୁ କରୁଛନ୍ତି ପାରା ଗ୍ରାଇଡିଂ। ସର୍ବ ଭାରତୀୟ ସ୍ତରରେ ୧୪ ଲକ୍ଷ ଏନସିସି କ୍ୟାଡଡଙ୍କ ମଧ୍ୟରୁ ଓଡିଶାର ଏକମାତ୍ର ବଣ୍ଡା ଜନଜାତିର ଯୁକ୍ତ ୩ର ଶେଷ ବର୍ଷର ଛାତ୍ର ଲକିନାଥ ହୋଇଥିଲେ ସାମିଲ। ୨୫ ଦିନିଆ କ୍ୟାମ୍ପରେ ଆଗ୍ରା ଏୟାରବନ ଟ୍ରେନିଂ ସ୍କୁଲରେ ୧୫ ଦିନ ନେଇଥିଲେ ତାଲିମ। କିଭଳି ଯୁଦ୍ଧବିମାନରୁ ଆବଶ୍ୟକସ୍ଥଳେ ପାରାଚୁଟ ମାଧ୍ୟମରେ ତଳକୁ ଗ୍ଲେଡିଂ କରିବା ରଣ କୌଶଳ ଶିଖିଥିଲେ।ଲୋକନାଥଙ୍କ ପାରଦର୍ଶିତାକୁ ଦେଖି ଉତ୍ସାହିତ କରିଥିଲେ ଏୟାର ଫୋର୍ସର କର୍ମଚାରୀ।

publive-image

ପ୍ରଥମେ ୩୦ ଫୁଟରୁ ଆରମ୍ଭ କରି ୧୨ ଶହ ଫୁଟ ଉଚ୍ଚତାରୁ ଯୁଦ୍ଧବିମାନରୁ କରିଥିଲେ ଗ୍ଲାଡିଂ। ଉପାନ୍ତ ବଣ୍ଡାଜନଜାତିର ଛାତ୍ର ଆଗ୍ରାରେ ଏୟାର ଫୋର୍ସର ଏହି କ୍ୟାମ୍ପରେ ସାମିଲ ହୋଇ ବେଶ ଉତ୍ସାହିତ ଅଛି ଲୋକିନାଥ। ଆଗାମୀ ଦିନରେ ସେନାବାହିନୀରେ ସାମିଲ ହେବା ପାଇଁ ସେ ରଖିଛନ୍ତି ଲକ୍ଷ୍ୟ। ଏହାସହ ଆଦିବାସୀ ପିଲାଙ୍କୁ କିଭଳି ଏଭଳି ପ୍ରକ୍ରିୟାରେ ସାମିଲ ହେବା ପାଇଁ ଉତ୍ସାହିତ କରିବ ବୋଲି କହିଛନ୍ତି ଲକିନାଥ। ୨୫ ଦିନିଆ କ୍ୟାମ୍ପରେ ସାମିଲ ହୋଇ ଫେରିବା ପରେ ଲକିନାଥ ପଢିଥିବା ମାଲକାନଗିରି ମହାବିଦ୍ୟାଳୟର ଛାତ୍ରଛାତ୍ରୀ ଓ ଅଧ୍ୟାପକ ଲକିନାଥ ପାଇଁ ଗର୍ବିତ। ମାଲକାନଗିରି ଭଳି ଉପାନ୍ତ ଏନସିସି କ୍ୟାଡେଟ ସର୍ବଭାରତୀୟ ସ୍ତରରେ ଚମକ ପଦର୍ଶନ କରିଥିବାରୁ ଗର୍ବିତ ଥିବା କହିଛନ୍ତି ମାଲକାନଗିରି ମହାବିଦ୍ୟାଳୟର ଅଧ୍ୟକ୍ଷ ଅଶୋକ ଷଡଙ୍ଗୀ। ଲକିନାଥଙ୍କ ଭବିଷ୍ୟତ ଉଜ୍ବଳ କାମନା କରିଛନ୍ତି ଅଧ୍ୟକ୍ଷ। ମାଲକାନଗିରିର ଆଦିମ ଜନଜାତି ବଣ୍ଡାର ଛାତ୍ରଛାତ୍ରୀ ଗୋଟିଏ ପରେ ଗୋଟିଏ ସଫଳତା ଆଣି ଜିଲ୍ଲାକୁ ଗର୍ବିତ କରୁଥିବା ବେଳେ ଅନ୍ୟମାନଙ୍କୁ ଯୋଗାଇ ଆସୁଛନ୍ତି ପ୍ରେରଣା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe