ରାଜ୍ୟପାଳଙ୍କ ଦିନିକିଆ ମାଲକାନଗିରି ଗସ୍ତ

ରାଜ୍ୟପାଳଙ୍କ ଦିନିକିଆ ମାଲକାନଗିରି ଗସ୍ତ

କୋରାପୁଟ: ଦିନିକିଆ  ମାଲକାନଗିରି ଗସ୍ତରେ ଅଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌। ମଙ୍ଗଳବାର ସେ କୋରାପୁଟରେ ସ୍ବତନ୍ତ୍ର ହେଲିକପ୍ଟରରେ ବିଏସ୍ଏଫ୍ ମୁଖ୍ୟାଳୟରେ ପହଞ୍ଚି ଥିଲେ। ସେଠାରେ ପହଞ୍ଚିବା ପରେ ତାଙ୍କୁ ବିଏସଏଫର ସତିଶ ଚନ୍ଦ୍ର ବୁଦାକୋଟି, ଡିଆଇଜି ମଦନ ଲାଲ ଓ ଅନ୍ୟ ବରିଷ୍ଠ ଅଧିକାରୀ ସ୍ବାଗତ କରିଥିଲେ। ଶହୀଦ ସ୍ତମ୍ବରେ ରାଜ୍ୟପାଳ ପୁଷ୍ପମାଲ୍ୟ ସହ ଜାତି ପାଇଁ ସେମାନଙ୍କ ଜୀବନର ସର୍ବୋଚ୍ଚ ବଳିଦାନ ଦେଇଥିବା ଶହୀଦମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

ତାଙ୍କୁ କ୍ୟାମ୍ପରେ ବିଏସ୍ଏଫ୍‌ ପକ୍ଷରୁ  ଗାର୍ଡ ଅଫ୍ ଅନର ପ୍ରଦାନ କରାଯାଇଥିଲା। ଆଇଜି ବିଏସ୍ଏଫ୍ ରାଜ୍ୟପାଳଙ୍କୁ ବିଏସ୍ଏଫ୍ ନିୟୋଜନ ଏବଂ ବର୍ତ୍ତମାନର ମାଓ ନିୟନ୍ତ୍ରଣ ଓ ଦମନ ପରିସ୍ଥିତି ଏବଂ ଲୋକଙ୍କ ହୃଦୟ ଏବଂ ମନ ଜିତିବା ପାଇଁ ବିଏସ୍ଏଫ୍ ଦ୍ୱାରା ଆୟୋଜିତ ବିଭିନ୍ନ କାର୍ଯ୍ୟକ୍ରମ ବିଷୟରେ ରାଜ୍ୟପାଳଙ୍କୁ ସୂଚନା ଦେଇଥିଲେ। ଆଲୋଚନାବେଳେ ଅଞ୍ଚଳରେ ସ୍ୱାଭାବିକତା ତଥା ଶାନ୍ତି ଆଣିବା ପାଇଁ ମାଓବାଦୀ ଦମନ ଲଢେଇରେ ବିଏସ୍ଏଫ୍ ଦେଇଥିବା ପ୍ରତିବଦ୍ଧତା ଏବଂ ବଳିଦାନକୁ ପ୍ରଶଂସା କରିଥିଲେ। ଶେଷରେ କୋରାପୁଟ ଜିଲ୍ଲାପାଳ ଅବଦ୍ଦଲ ଏମ.ଅଖତର ଓ କଫିବୋର୍ଡର ଉପେନ୍ଦ୍ର ସାହା ରାଜ୍ୟପାଳଙ୍କୁ ପୁଷ୍ପଗୁଚ୍ଛ ପ୍ରଦାନ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe