ଫେମିନା-୬୫ରେ ମାଲକାନଗିରି ଝିଅ ଜୟନ୍ତୀ

Advertisment

ଲବ୍ଧ ପ୍ରତିଷ୍ଠିତ ଫୋର୍ବସ୍‌ ଇଣ୍ଡିଆ ମାଗାଜିନ୍‌ ପରେ ଫେମିନାର ଫେବ୍‌-୬୫  ତାଲିକାରେ ସ୍ଥାନ ପାଇଛନ୍ତି ମାଲକାନଗିରି ଜିଲ୍ଲାର ଆଦିବାସୀ ଝିଅ ଜୟନ୍ତୀ ବୁରୁଦା। ଜିଲ୍ଲାର ପ୍ରଥମ ଆଦିବାସୀ ସାମ୍ବାଦିକ ତଥା ସମାଜସେବୀ ଭାବେ ତାଙ୍କ ଜୀବନ କାହାଣୀ...

ଲବ୍ଧ ପ୍ରତିଷ୍ଠିତ ଫୋର୍ବସ୍‌ ଇଣ୍ଡିଆ ମାଗାଜିନ୍‌ ପରେ ଫେମିନାର ଫେବ୍‌-୬୫  ତାଲିକାରେ ସ୍ଥାନ ପାଇଛନ୍ତି ମାଲକାନଗିରି ଜିଲ୍ଲାର ଆଦିବାସୀ ଝିଅ ଜୟନ୍ତୀ ବୁରୁଦା। ଜିଲ୍ଲାର ପ୍ରଥମ ଆଦିବାସୀ ସାମ୍ବାଦିକ ତଥା ସମାଜସେବୀ ଭାବେ ତାଙ୍କ ଜୀବନ କାହାଣୀ...

00

ମାଲକାନଗିରି: ଲବ୍ଧ ପ୍ରତିଷ୍ଠିତ ଫୋର୍ବସ୍‌ ଇଣ୍ଡିଆ ମାଗାଜିନ୍‌ ପରେ ଫେମିନାର ଫେବ୍‌-୬୫  ତାଲିକାରେ ସ୍ଥାନ ପାଇଛନ୍ତି ମାଲକାନଗିରି ଜିଲ୍ଲାର ଆଦିବାସୀ ଝିଅ ଜୟନ୍ତୀ ବୁରୁଦା। ଜିଲ୍ଲାର ପ୍ରଥମ ଆଦିବାସୀ ସାମ୍ବାଦିକ ତଥା ସମାଜସେବୀ ଭାବେ ତାଙ୍କ ଜୀବନ କାହାଣୀ ଫେମିନାର ଡିସେମ୍ବର ସଂଖ୍ୟାରେ ପ୍ରକାଶ ପାଇଛି। ଜଙ୍ଗଲରାଣୀ ଓ ବଡ଼ିଦିଦି ଭାବେ ପରିଚିତ ଜୟନ୍ତୀଙ୍କୁ ଏହି ଉପଲବ୍ଧି ନିମନ୍ତେ ବିଭିନ୍ନ ମହଲରେ ଶୁଭେଚ୍ଛା ଜଣାଯାଇଛି। ଫେମିନା ପକ୍ଷରୁ ସଦ୍ୟ ପ୍ରକାଶିତ ତାଲିକାରେ ଦେଶର ଅନେକ ଶକ୍ତିଶାଳୀ ମହିଳା ସ୍ଥାନ ପାଇଛନ୍ତି। ତାଲିକାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ସିନେ ଅଭିନେତ୍ରୀ ଆଲିଆ ଭଟ୍ଟ, ନିତା ଅମ୍ବାନୀ, କିରଣ ରାଓ ରହିଛନ୍ତି। ପୂର୍ବରୁ ଜୟନ୍ତୀ ଏଫ୍‌ଡବ୍ଲୁଏମ୍‌ଆଇ, ୱିମେନ୍‌ ଆଣ୍ଡ୍‌ ନେଟଵର୍କରେ ଫିଲୋସିପ୍‌ ଗ୍ରହଣ କରିଥିଲେ। ଏହାପରେ ଜଙ୍ଗଲରାଣୀ ଭଳି ଅଭିଯାନ ଆରମ୍ଭ କରି ମାଲକାନଗିରି ଜିଲ୍ଲାର ଆଦିବାସୀଙ୍କ ପରଂପରା, ସଂସ୍କୃତି ଲୋକଲୋଚନକୁ ଆଣିଥିଲେ।

ଆଦିବାସୀ ଝିଅଙ୍କୁ ଟେକ୍ନୋଲୋଜି ବିଷୟରେ ଶିକ୍ଷା ଦେବା ସହ ଦେଶ ଓ ଦୁନିଆର ପ୍ରତି ଖବର ଯେପରି ସେମାନଙ୍କ ନିକଟରେ ପହଞ୍ଚିବ ସେଥିପାଇଁ ପ୍ରୟାସ ଜାରି ରଖିଛନ୍ତି। ବଡ଼ିଦିଦି ସଂଗଠନ ଗଢ଼ି ୬ବର୍ଷରୁ ଅଧିକ ହେଲା ଆଦିବାସୀ କିଶୋରୀ, ଯୁବତୀ ଏବଂ ମହିଳାଙ୍କୁ ଋତୁସ୍ରାବ ବିଷୟରେ ସଚେତନ କରୁଛନ୍ତି। ୨୦ଜଣ ଶିକ୍ଷିତ ଆଦିବାସୀ ଯୁବତୀ ବଡ଼ିଦିଦି ସଂଗଠନ ପାଇଁ ବର୍ତ୍ତମାନ କାମ କରୁଛନ୍ତି। ଦୁର୍ଗମ ଅଞ୍ଚଳରେ ଆଦିବାସୀ ମହିଳା ଓ ଯୁବତୀଙ୍କୁ ସାନିଟାରେ ପ୍ୟାଡ୍‌ କିଛି ବଦାନ୍ୟ ବ୍ୟକ୍ତିଙ୍କ ସହଯୋଗରେ ପ୍ରଦାନ କରୁଛନ୍ତି। କିଛି ସ୍ଥାନରେ ପ୍ୟାଡ୍‌ ବ୍ୟାଙ୍କ ମଧ୍ୟ ନିଜସ୍ବ ଉଦ୍ୟମରେ ତିଆରି କରିଛନ୍ତି। ଆଗକୁ ଆହୁରି ଅନେକ କାମ କରିବାକୁ ବାକି ରହିଛି ବୋଲି ପ୍ରତିକ୍ରିୟାରେ ଜୟନ୍ତୀ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe