ବାହାନଗା ରେଳ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଯାତ୍ରୀଙ୍କ ସଂଖ୍ୟାକୁ ନେଇ ମମତା-ଅଶ୍ବିନୀ କଥା କଟାକଟି

Advertisment
ବାହାନଗା ରେଳ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଯାତ୍ରୀଙ୍କ ସଂଖ୍ୟାକୁ ନେଇ ମମତା-ଅଶ୍ବିନୀ କଥା କଟାକଟି

ଭୁବନେଶ୍ୱର: ବାହାନଗାଠାରେ ଶୁକ୍ରବାର ସଂଧ୍ୟାରେ ହୋଇଥିବା ମର୍ମନ୍ତୁଦ ରେଳ ଦୁର୍ଘଟଣାକୁ ଦେଶର ଅନ୍ୟତମ ବଡ଼ ରେଳ ଦୁର୍ଘଟଣା ଭାବେ ଗଣାଯାଉଛି। ଏହାକୁ ନେଇ ସାରାବିଶ୍ବରୁ ଶୋକସମ୍ବାଦ ପହଞ୍ଚିବାରେ ଲାଗିଛି। କିନ୍ତୁ, ଏହି ବିପଦ ସମୟରେ ବି ରାଜନେତାମାନେ ନିଜ ନିଜର ମତଭେଦକୁ ଦୂର କରିପାରୁନାହାନ୍ତି। ଏହାର ଏକ ଜ୍ବଳନ୍ତ ଦୃଷ୍ଟାନ୍ତ ଦେଖିବାକୁ ମିଳିଥିଲା ଆଜି ଦୁର୍ଘଟଣାସ୍ଥଳରେ।

ଦୁର୍ଘଟଣାରେ ପ୍ରାଣ ହରାଇଥିବା ଯାତ୍ରୀଙ୍କ ସଂଖ୍ୟାକୁ ନେଇ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବଂ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ କଥା କଟାକଟି ହୋଇଥିଲେ। ମମତା ଆଜି ସକାଳେ ଦୁର୍ଘଟଣାସ୍ଥ​ଳ ପରିଦର୍ଶନ କରିବାକୁ ଆସି ଗଣମାଧ୍ୟମ ଆଗରେ ପ୍ରତିକ୍ରିୟା ରଖୁଥିଲେ। ଏହିସମୟରେ ତାଙ୍କ ସହ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ମଧ୍ୟ ଉପସ୍ଥିତ ଥିଲେ। ଏହି ମର୍ମନ୍ତୁଦ ଦୁର୍ଘଟଣା କାହିଁକି ଘଟିଲା ତାହାର ଏକ ଉଚ୍ଚସ୍ତରୀୟ ତଦନ୍ତ ଆବଶ୍ୟକ। ସ୍ଥାନୀୟ ଲୋକେ କହୁଛନ୍ତି ଦୁର୍ଘଟଣାରେ ୫୦୦ରୁ ଅଧିକ ଲୋକ ମୃତ୍ୟୁବରଣ କରିଛନ୍ତି। ମମତାଙ୍କ ଏହି ମନ୍ତବ୍ୟକୁ ନେଇ ବୈଷ୍ଣବ କହିଥିଲେ, ରାଜ୍ୟ ସରକାରଙ୍କ ତଥ୍ୟାନୁସାରେ ଏପର୍ଯ୍ୟନ୍ତ ମୃତ୍ୟୁସଂଖ୍ୟା ୨୩୮ ରହିଛି। ଏହାର ଉତ୍ତରରେ ମମତା କହିଥିଲେ, ତାହାହେଉଛି ଗତରାତିର ତଥ୍ୟ। ଆଜିସୁଦ୍ଧା ମୃତ୍ୟୁସଂଖ୍ୟା ଆହୁରି ବଢ଼ିଗଲାଣି। ଆହୁରି ୩ଟି ବଗିରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଏହାର ଜବାବରେ ବୈଷ୍ଣବ କହିଥିଲେ ଯେ ସମସ୍ତ ବଗିରୁ ଉଦ୍ଧାର କାମ ଶେଷହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe