କେନ୍ଦ୍ର ଅବହେଳା କଥା କହିଲେ ମମତା, ଦିଲ୍ଲୀ ଦଙ୍ଗା ନେଇ ଉଦ୍‌ବେଗ ଜଣାଇଲେ

Advertisment

ଏନ୍‌ଆର୍‌ସି, ସିଏଏ ଆଲୋଚନା ହୋଇନି, କୋଇଲା ରୟାଲଟି ସଂଶୋଧନ ପାଇଁ ଦାବି

ଏନ୍‌ଆର୍‌ସି, ସିଏଏ ଆଲୋଚନା ହୋଇନି, କୋଇଲା ରୟାଲଟି ସଂଶୋଧନ ପାଇଁ ଦାବି

ଦିଦିଙ୍କୁ ଶୁଭେଚ୍ଛାର ସୁଅ; ‘ବଙ୍ଗ ବାଘୁଣୀ’ ଆଖ୍ୟା ଦେଲେ ପ୍ରଶଂସକ

ଭୁବନେଶ୍ବର : ଦିଲ୍ଲୀରେ ସାମ୍ପ୍ରଦାୟିକ ଦଙ୍ଗାରେ ୩୯ ଜଣଙ୍କର ପ୍ରାଣହାନୀ ଘଟିବା ନେଇ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ସୁଶ୍ରୀ ମମତା ବାନାର୍ଜୀ ଗଭୀର ଉଦବେଗ ପ୍ରକାଶ କରିଛନ୍ତି। ସାରାଦେଶରେ କିପରି ଶାନ୍ତି ବଜାୟ ରହିବ ସେଥିପାଇଁ ଉଦ୍ୟମ ହେବା ସହ ଦିଲ୍ଲୀର ଦଙ୍ଗା କ୍ଷତିଗ୍ରସ୍ତଙ୍କୁ ପର୍ଯ୍ୟାପ୍ତ ପରିମାଣରେ କେନ୍ଦ୍ର ସରକାର କ୍ଷତିପୂରଣ ଦେବା ଦରକାର। ଏହାସହିତ ପଶ୍ଚିମବଙ୍ଗ ପାଇଁ କେନ୍ଦ୍ରର ଅବହେଳା ସମ୍ପର୍କରେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କୁ ଅବଗତ କରାଇବା ସହ କୋଇଲା ରୟାଲଟି ସଂଶୋଧନ ନେଇ ସୁଶ୍ରୀ ବାନାର୍ଜୀ ଦାବି ରଖିଛନ୍ତି।

ଶୁକ୍ରବାର ଭୁବନେଶ୍ବରରେ ଆୟୋଜିତ ପୂର୍ବାଞ୍ଚଳ ପରିଷଦ ବୈଠକରେ ଯୋଗଦେବା ପରେ ସୁଶ୍ରୀ ବାନାର୍ଜୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିମନ୍ତ୍ରଣରେ ନବୀନ ନିବାସରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହଙ୍କ ସମେତ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ମଧ୍ୟାହ୍ନ ଭୋଜନ କରିଥିଲେ। ଏହି ଅବସରରେ ଗଣମାଧ୍ୟମକୁ ନିଜର ପ୍ରତିକ୍ରିୟା ଦେଇ ମମତା କହିଥିଲେ ଯେ ପୂର୍ବାଞ୍ଚଳ ପରିଷଦ ବୈଠକରେ ନାଗରିକ ସଂଶୋଧନ ଆଇନ (ସିଏଏ), ଜାତୀୟ ନାଗରିକ ପଞ୍ଜିକା (ଏନ୍‌ଆର୍‌ସି) ନେଇ କିଛି ବି ଆଲୋଚନା ହୋଇନଥିଲା। ଦିଲ୍ଲୀରେ ହିଂସା ଓ ଦଙ୍ଗା ଯୋଗୁଁ ଯେଭଳି ଅଶାନ୍ତ ପରିସ୍ଥିତି ଉପୁଜିଛି, ଯଥାଶୀଘ୍ର ତାର ପ୍ରଶମନ ହେବା ଦରକାର। ହିଂସାକାଣ୍ଡର ଶିକାର ହୋଇଥିବା ଦିଲ୍ଲୀ ପୁଲିସର ଜଣେ କନଷ୍ଟେବଳ ଓ ଗୁଇନ୍ଦା ଅଧିକାରୀଙ୍କ ମୃତ୍ୟୁରେ ସେ ଗଭୀର ଭାବେ ମର୍ମାହତ। ବର୍ତ୍ତମାନ କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀଙ୍କ ଇସ୍ତଫା ଦାବି କରିବା ସମୟ ନୁହଁ। ପ୍ରଥମେ ଶାନ୍ତି ଫେରିବାକୁ ସମସ୍ତ ଉଦ୍ୟମ କରିବା ଦରକାର।

ପରିଷଦ ବୈଠକରେ ନିଜ ରାଜ୍ୟ ସ୍ବାର୍ଥ ସମ୍ବଳିତ ପ୍ରସଙ୍ଗ ଉଠାଇଥିବା ମମତା କହିଥିଲେ ଯେ ପଶ୍ଚିମବଙ୍ଗକୁ କେନ୍ଦ୍ର ସରକାର ଅନେକ କ୍ଷେତ୍ରରେ ଅବହେଳା କରିଛନ୍ତି। ବାତ୍ୟା ଫନି ଓ ବୁଲବୁଲ୍‌ ପରି ପ୍ରାକୃତିକ ଦୁର୍ବିପାକ ପାଇଁ କେନ୍ଦ୍ର ସରକାରଙ୍କଠାରୁ ଯେତିକି ଆର୍ଥିକ ସହାୟତା ମିଳିବା କଥା ତାହା ଏଯାଏ ମିଳିନାହିଁ। ଏପରିକି ତାଙ୍କ ରାଜ୍ୟ କେନ୍ଦ୍ରଠାରୁ ୫୦ ହଜାର କୋଟି ଟଙ୍କା ପାଇବାକୁ ବାକି ଅଛି ବୋଲି ସୁଶ୍ରୀ ବାନାର୍ଜୀ ସୁଚନା ଦେଇଥିଲେ। ଖାଲିସେତିକି ନୁହେଁ, ଜିଏସ୍‌ଟି କ୍ଷତିଭରଣା ବାବଦ ଅର୍ଥ ଦେବାରେ କେନ୍ଦ୍ରୀୟ ଅବହେଳା ଓ କେନ୍ଦ୍ରୀୟ ଟିକସରୁ ରାଜ୍ୟ ଅଂଶ ବୃଦ୍ଧି କରିବାକୁ ବୈଠକରେ ସେ ଦାବି କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe