ମମତା ପାଇବେ ‘ଜୀବନ ରକ୍ଷା’ ପଦକ

Advertisment

ରାଷ୍ଟ୍ରପତି ଭବନରୁ ଡାକରା, ଜିଲ୍ଲାପାଳ ଦେଲେ ଲକ୍ଷେ ଟଙ୍କାର ଚେକ୍‌

ରାଷ୍ଟ୍ରପତି ଭବନରୁ ଡାକରା, ଜିଲ୍ଲାପାଳ ଦେଲେ ଲକ୍ଷେ ଟଙ୍କାର ଚେକ୍‌

ମମତା ପାଇବେ ‘ଜୀବନ ରକ୍ଷା’ ପଦକ

କେନ୍ଦ୍ରାପଡ଼ା/ରାଜନଗର : କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକ ଡ଼ାଙ୍ଗମାଳ ପଞ୍ଚାୟତ ବାଙ୍କୁଆଳ ଗାଁର ନିର୍ମଳ ଦଳେଇଙ୍କ ଝିଅ ମମତା ଦଳେଇ(୭) ନିଜର ସାହସିକତା ପାଇଁ ରାଷ୍ଟ୍ରପତିଙ୍କଠାରୁ ‘ଜୀବନ ରକ୍ଷା’ ପଦକ ପାଇବାକୁ ମନୋନୀତ ହୋଇଛନ୍ତି। ସ୍ୱାଧୀନତା ଦିବସ ଅବସରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ମମତାଙ୍କୁ ଏହି ପଦକ ପ୍ରଦାନ କରିବେ। ଆଜି ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟରୁ ଆସିଥିବା ୧ଲକ୍ଷ ଟଙ୍କାର ପୁରସ୍କାର ରାଶି ଜିଲ୍ଲା ପ୍ରଶାସନ ପକ୍ଷରୁ ମମତାଙ୍କୁ ପ୍ରଦାନ କରାଯାଇଛି।

ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଅତିରିକ୍ତ ଜିଲ୍ଲାପାଳ ବସନ୍ତ କୁମାର ରାଉତ ମମତାଙ୍କ ବାପା ନିର୍ମଳଙ୍କୁ ୧ ଲକ୍ଷ ଟଙ୍କାର ଚେକ୍‌ ପ୍ରଦାନ କରିଛନ୍ତି। ମମତା ଆସନ୍ତା ୧୪ ତାରିଖରେ ଭୁବନେଶ୍ୱର ବିମାନ ବନ୍ଦରରୁ ଦିଲ୍ଲୀ ଯିବେ। ସ୍ୱାଧୀନତା ଦିବସରେ ରାଷ୍ଟ୍ରପତିଙ୍କଠାରୁ ଏହି ପଦକ ପାଇବେ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି।

ଉଲ୍ଲେଖଯୋଗ୍ୟ, ୨୦୧୭ ଏପ୍ରିଲ୍‌ ୪ ତାରିଖରେ ମମତା କୁମ୍ଭୀର ଆକ୍ରମଣରୁ ଭଉଣୀକୁ ବଞ୍ଚାଇ ଚର୍ଚ୍ଚାକୁ ଆସିଥିଲେ। ଏଥିପାଇଁ ମମତା ଗତ ଜାନୁଆରି ୨୫ ତାରିଖରେ ଜାତୀୟ ସାହସିକତା ପୁରସ୍କାର ପାଇଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନୂଆଦିଲ୍ଲୀଠାରେ ମମତାଙ୍କୁ ସମ୍ମାନଜନକ ‘ବାପୁ ଗେୟାଧାନୀ’ ପୁରସ୍କାରରେ ସମ୍ମାନିତ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe