କବି ମମତା ଦାଶ ପାଇବେ ଭାରତୀୟ ଭାଷା ପରିଷଦ ପୁରସ୍କାର

Advertisment
କବି ମମତା ଦାଶ ପାଇବେ ଭାରତୀୟ ଭାଷା ପରିଷଦ ପୁରସ୍କାର

ଭୁବନେଶ୍ୱର : ବିଶିଷ୍ଟ ଓଡ଼ିଆ କବି ମମତା ଦାଶ ୨୦୧୮ ବର୍ଷ ପାଇଁ ଭାରତୀୟ ଭାଷା ପରିଷଦ ପ୍ରଦତ୍ତ ‘କୃତିତ୍ୱ ସମଗ୍ର ସମ୍ମାନ’ ପାଇବାଲାଗି ମନୋନୀତ ହୋଇଛନ୍ତି। ଆସନ୍ତା ମାର୍ଚ୍ଚ ୧୦ ତାରିଖରେ ଏକ ଉତ୍ସବରେ ତାଙ୍କୁ ମାନପତ୍ର ଓ ଅଙ୍ଗବସ୍ତ୍ର ସହିତ ଏକ ଲକ୍ଷ ଟଙ୍କା ପୁରସ୍କାର ରାଶି ପ୍ରଦାନ କରାଯିବ।

ଉଲ୍ଲେଖଯୋଗ୍ୟ ଯେ ପ୍ରତିବର୍ଷ ଭାରତୀୟ ଭାଷା ପରିଷଦ ପକ୍ଷରୁ ଭାରତୀୟ ଭାଷାର ଜଣେ କୃତିବିଦ୍ୟ ଲେଖକଙ୍କୁ ଏହି ଜାତୀୟ ପୁରସ୍କାର ଦିଆଯାଏ। ଜଣେ ଶକ୍ତିଶାଳୀ କବି ଭାବେ ପରିଚିତ ଶ୍ରୀମତୀ ଦାଶଙ୍କ କବିତା ମାନବବାଦ, ସମ୍ବେଦନା ତଥା ସୂକ୍ଷ୍ମ ଆତ୍ମବିଶ୍ଳେଷଣ ଓ ଆତ୍ମ ଅନେ୍ଵଷଣ ପାଇଁ ବେଶ୍‌ ପରିଚିତ। ନଅଟି କବିତା ସଂଳଳନର ସ୍ରଷ୍ଟା ଭାବେ ମୁଖ୍ୟତଃ ଜଣେ କବି ଭାବେ ପରିଚିତ ହେଉଥିଲେ ହେଁ ତାଙ୍କର ଚାରିଟି ଗଳ୍ପ ସଂକଳନ, ଗୋଟିଏ ଉପନ୍ୟାସ, ଗୋଟିଏ ସମାଲୋଚନା ଗ୍ରନ୍ଥ ତଥା ୧୫ଟି ଅନୁବାଦ ବହି ପ୍ରକାଶିତ। ଇଂରାଜିରେ ମଧ୍ୟ ତାଙ୍କର ଏକ ମୌଳିକ କବିତା ସଂକଳନ ରହିଛି। ପୂର୍ବରୁ ସେ ଓଡ଼ିଶା ସାହିତ୍ୟ ଏକାଡେମି ପୁରସ୍କାର, ଭାନୁଜୀ ରାଓ ପୁରସ୍କାର ଓ ବିଷୁବ କବିତା ପୁରସ୍କାର ଭଳି ଅନେକ ସମ୍ମାନ ପାଇ ସାରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe