ପୁରୀରେ ମମତା: ଆଜି ଅପରାହ୍ଣରେ ମହାପ୍ରଭୁଙ୍କ ଦର୍ଶନ କରିବେ

Advertisment

୨୩ରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବେ

୨୩ରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବେ

ପୁରୀରେ ମମତା: ଆଜି ଅପରାହ୍ଣରେ ମହାପ୍ରଭୁଙ୍କ ଦର୍ଶନ  କରିବେ

ପୁରୀ: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନର୍ଜୀ ଆଜି ଅପରାହ୍ନରେ ପୁରୀରେ ପହଞ୍ଚିଛନ୍ତି। ପୁରୀ ସ୍ବତନ୍ତ୍ର ସର୍କିଟ୍‌ ହାଉସ୍‌ ସଂପ୍ରସାରଣ କାର୍ଯ୍ୟ ଚାଲିଥିବାରୁ ତାଙ୍କ ପାଇଁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟ ପୂର୍ତ୍ତ ବିଭାଗର ନିର୍ମାଣ ନିବାସରେ ଦୁଇଦିନର ରହଣି ବ୍ୟବସ୍ଥା କରାଯାଇଛି। ମିଳିଥିବା ସୂଚନା ଅନୁସାରେ, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଆସନ୍ତାକାଲି ପୂର୍ବାହ୍ନରେ ପଶ୍ଚିମବଙ୍ଗ ଯାତ୍ରୀଙ୍କ ପାଇଁ ବଳିଆପଣ୍ଡାରେ ନିର୍ମାଣ ହେବାକୁ ଥିବା ଅତିଥି ଭବନର ଭିତ୍ତିପ୍ରସ୍ତର ସ୍ଥାପନ କରିବେ। ଅପରାହ୍ନ ପ୍ରାୟ ୪ଟାରେ ମହାପ୍ରଭୁଙ୍କ ଦର୍ଶନ କରିବେ। ପରେ ନିର୍ମାଣନିବାସକୁ ଫେରି ରାତ୍ରୀଯାପନ କରିବେ। ପରଦିନ ଅର୍ଥାତ୍‌ ମାର୍ଚ୍ଚ ୨୩ ତାରିଖ ଅପରାହ୍ନ ୩ଟାରେ ଭୁବନେଶ୍ବର ଫେରିଯିବାର କାର୍ଯ୍ୟକ୍ରମ ରହିଛି। ଆଜି ପୁରୀରେ ପହଞ୍ଚିବା ପରେ ଶ୍ରୀମତୀ ବାନାର୍ଜୀ ଗଣମାଧ୍ୟମ ଭେଟିନାହାନ୍ତି କି କୌଣସି ମନ୍ତବ୍ୟ ରଖିନାହାନ୍ତି।

ଅନ୍ୟପକ୍ଷରେ, ମୁଖ୍ୟମନ୍ତ୍ରୀ ମମତାଙ୍କ ଗସ୍ତକୁ ଦୃଷ୍ଟିରେ ରଖି ନିର୍ମାଣ ନିବାସ ସହ ଅନ୍ୟାନ୍ୟ ସ୍ଥାନରେ ସୁରକ୍ଷା ବ୍ୟବସ୍ଥାକୁ ବଢ଼ାଇ ଦିଆଯାଇଛି। ବରିଷ୍ଠ ପଦାଧିକାରୀ ଓ ପୁଲିସ ଫୋର୍ସଙ୍କୁ ଏହି ଦାୟିତ୍ବରେ ନିୟୋଜିତ କରାଯାଇଥିବା ପୁରୀ ଏସ୍‌ପି ଡା. କେ. ବିଶାଳ ସିଂହ କହିଛନ୍ତି। ଉଲ୍ଲେଖଯୋଗ୍ୟ ଯେ ମୁଖ୍ୟମନ୍ତ୍ରୀ ମମତା ପଶ୍ଚିମବଙ୍ଗରୁ ଏକ ସ୍ବତନ୍ତ୍ର ବିମାନରେ ଭୁବନେଶ୍ବର ବିମାନବନ୍ଦରରେ ଅବତରଣ କରିବାପରେ କଡ଼ା ସୁରକ୍ଷା ମଧ୍ୟରେ କାର୍‌ ଯୋଗେ ପୁରୀଠାରେ ପହଞ୍ଚିଥିଲେ। ତାଙ୍କ ସହିତ କେତେଜଣ ମନ୍ତ୍ରୀ ଓ ଅଧିକାରୀ ପୁରୀ ଆସିଛନ୍ତି। ନିର୍ମାଣ ନିବାସର ସମସ୍ତ କକ୍ଷ ୨୩ ତାରିଖ ପର୍ଯ୍ୟନ୍ତ ଶ୍ରୀମତୀ ବାନାର୍ଜୀ ଓ ସାଙ୍ଗରେ ଆସିଥିବା ମନ୍ତ୍ରୀ, ଅଧିକାରୀଙ୍କ ପାଇଁ ବୁକିଂ ରଖାଯାଇଛି। ନିର୍ମାଣ ନିବାସର ୨୦୫ ନମ୍ବର କକ୍ଷରେ ମମତାଙ୍କ ରହିବା ବ୍ୟବସ୍ଥା କରାଯାଇଥିବାବେଳେ ବାକି କକ୍ଷରେ ମନ୍ତ୍ରୀ, ଅଧିକାରୀମାନେ ରହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe