ମମିତା ମେହେର ହତ୍ୟା ଘଟଣା: କଣ୍ଟାବାଞ୍ଜି ଏଡିଜେ କୋର୍ଟରେ ହାଜର ହେଲେ ଗୋବିନ୍ଦ, ରାଧେ

Advertisment
ମମିତା ମେହେର ହତ୍ୟା ଘଟଣା: କଣ୍ଟାବାଞ୍ଜି ଏଡିଜେ କୋର୍ଟରେ ହାଜର ହେଲେ ଗୋବିନ୍ଦ, ରାଧେ

କଣ୍ଟାବାଞ୍ଜି : ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ଏଡିଜେ କୋର୍ଟରେ ହାଜର ହୋଇଛନ୍ତି ବହୁଚର୍ଚ୍ଚିତ ମମିତା ମେହେର ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ଓ ତା’ର ସହଯୋଗୀ ରାଧେଶ୍ୟାମ ଚଣ୍ଡୀ। ଗତ ଏପ୍ରିଲ ୫ ତାରିଖ ଦିନ ଗୋବିନ୍ଦର ଓକିଲ ସାଇଣ୍ଟିଫିକ୍‌ ପରୀକ୍ଷା ରିପୋର୍ଟ ମିଳି ନଥିବା ନେଇ ଏକ ପିଟିସନ ଫାଇଲ କରିଥିବାରୁ ସେ ଉପରେ ଏପ୍ରିଲ ୧୮ତାରିଖ ଦିନ ଶୁଣାଣି ହେବ ବୋଲି ଅଦାଲତ ଧାର୍ଯ୍ୟ କରିଥିଲେ। ହେଲେ ଭୀଷଣ ଗ୍ରୀଷ୍ମପ୍ରବାହ ଯୋଗୁ କଣ୍ଟାବାଞ୍ଜି ବାର୍‌ ଆସୋସିଏନସନ ପକ୍ଷରୁ କାର୍ଯ୍ୟବନ୍ଦ ପ୍ରସ୍ତାବ ଗ୍ରହଣ ଥିବାରୁ କେସ୍‌ର ଶୁଣାଣି ମେ ୫ ତାରିଖକୁ ଘୁଞ୍ଚିଥିଲା।

ଗୁରୁବାର ଦିନ ପୁଲିସର କଡ଼ା ସୁରକ୍ଷା ବଳୟରେ କୋର୍ଟ ଭ୍ୟାନ୍‌ରେ ଏହି କେସ୍‌ ପାଇଁ କଣ୍ଟାବାଞ୍ଜି ଏଡିଜେ କୋର୍ଟରେ ହାଜର ହୋଇଥିଲେ ଦୁଇ ଅଭିଯୁକ୍ତ। କୋର୍ଟର ରିମାଣ୍ଡ ତାରିଖ ପ୍ରତି ଚଉଦ ଦିନରେ ଥରେ ହୋଇଥିଲା। ସେଥିପାଇଁ ବ୍ୟକ୍ତିଗତ ଭାବେ କୋର୍ଟରେ ହାଜର ହୋଇଥିଲେ। ଗ୍ରୀଷ୍ମପ୍ରବାହ ଯୋଗୁ କଣ୍ଟାବାଞ୍ଜି ବାର୍‌ ଏସୋସିଏସନ ପକ୍ଷରୁ କାର୍ଯ୍ୟବନ୍ଦ ଥିବାରୁ କୋର୍ଟ ପରିଚାଳନା ହୋଇପାରିଲା ନାହିଁ। ସେଥିପାଇଁ ପରବର୍ତ୍ତୀ ଶୁଣାଣି ୧୯ ତାରିଖ ଦିନ ଧାର୍ଯ୍ୟ କରିଥିଲେ ଏଡିଜେ। ଗୋବିନ୍ଦର ଓକିଲ ଦୁର୍ଗାପ୍ରସାଦ ପାଢ଼ୀ ଓ ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ସରକାରୀ ଓକିଲ ଭାବେ ନିଯୁକ୍ତ ଅମରେନ୍ଦ୍ର ମିଶ୍ର କୋର୍ଟକୁ ଆସିନଥିବାରୁ ତାଙ୍କର ପ୍ରତିକ୍ରିୟା ମିଳିପାରି ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe