ମମିତା ମେହେର ହତ୍ୟାକାଣ୍ଡ: ରହସ୍ୟରେ ଗୋବିନ୍ଦ ସାହୁ ମୃତ୍ୟୁ ଘଟଣା

Advertisment

କଡ଼ା ସୁରକ୍ଷା ବ୍ୟବସ୍ଥା ସତ୍ତ୍ବେ କଳାହାଣ୍ଡି ଜିଲ୍ଲା ମହାଲିଙ୍ଗସ୍ଥିତ ସନ୍‌ସାଇନ୍‌ ପବ୍ଲିକ୍‌ ସ୍କୁଲର ଅଧ୍ୟକ୍ଷା ମମିତା ମେହେର ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ କଣ୍ଟାବାଞ୍ଜି ଉପକାରଗାର ପରିସରରେ ବେକରେ ଗାମୁଛା ଲଗାଇ ଆତ୍ମହତ୍ୟା କରିଥିଲା।

କଡ଼ା ସୁରକ୍ଷା ବ୍ୟବସ୍ଥା ସତ୍ତ୍ବେ କଳାହାଣ୍ଡି ଜିଲ୍ଲା ମହାଲିଙ୍ଗସ୍ଥିତ ସନ୍‌ସାଇନ୍‌ ପବ୍ଲିକ୍‌ ସ୍କୁଲର ଅଧ୍ୟକ୍ଷା ମମିତା ମେହେର ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ କଣ୍ଟାବାଞ୍ଜି ଉପକାରଗାର ପରିସରରେ ବେକରେ ଗାମୁଛା ଲଗାଇ ଆତ୍ମହତ୍ୟା କରିଥିଲା।

fhhfhfhf

ଭବାନୀପାଟଣା: କଡ଼ା ସୁରକ୍ଷା ବ୍ୟବସ୍ଥା ସତ୍ତ୍ବେ କଳାହାଣ୍ଡି ଜିଲ୍ଲା ମହାଲିଙ୍ଗସ୍ଥିତ ସନ୍‌ସାଇନ୍‌ ପବ୍ଲିକ୍‌ ସ୍କୁଲର ଅଧ୍ୟକ୍ଷା ମମିତା ମେହେର ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ କଣ୍ଟାବାଞ୍ଜି ଉପକାରଗାର ପରିସରରେ ବେକରେ ଗାମୁଛା ଲଗାଇ ଆତ୍ମହତ୍ୟା କରିଥିଲା। ଯାହାକୁ ନେଇ ରାଜ୍ୟବ୍ୟାପୀ ତମ୍ବିତୋଫାନ ହେବା ସହ ସାଧାରଣରେ ମଧ୍ୟ ବିସ୍ମୟ ପ୍ରକାଶ ପାଇଥିଲା। ୨୦୨୧ ମସିହା ଅକ୍ଟୋବର ୮ ତାରିଖରେ ମମିତାଙ୍କୁ ହତ୍ୟା ପରେ ପୋଡ଼ି ଦେଇ ପୋତି ଦିଆଯାଇଥିଲା। ଏହି ଘଟଣାରେ ପୁଲିସ ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ଓ ତାଙ୍କ ସହଯୋଗୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା।

 ପୂର୍ବତନ ମନ୍ତ୍ରୀଙ୍କ ସମ୍ପୃକ୍ତି ନେଇ ଚର୍ଚ୍ଚା ହୋଇଥିଲା

ଏଥିରେ ପୂର୍ବତନ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ସମ୍ପୃକ୍ତି ନେଇ ମଧ୍ୟ ଚର୍ଚ୍ଚା ହୋଇଥିଲା। ଗିରଫ ‌ପରେ ଗୋବିନ୍ଦ ଟିଟିଲାଗଡ଼ ଥାନା ପରିସରରୁ ଚମ୍ପଟ ମାରିଥିବାବେଳେ ପରେ ଆତ୍ମସମର୍ପଣ କରିଥିଲା। ଗୋବିନ୍ଦ କଣ୍ଟାବାଞ୍ଜି ଜେଲରେ କଡ଼ା ସୁରକ୍ଷାରେ ଥିବାବେଳେ ସେଠାରେ ଆତ୍ମହତ୍ୟା କରିବା ଘଟଣା ଏବେ ବି ରହସ୍ୟ ଘେରରେ ରହିଛି। ଉଭୟ ମମିତା ଓ ଗୋବିନ୍ଦ ମୃତ୍ୟୁ ଘଟଣାରେ ପୁଲିସର ତଦନ୍ତକୁ ନେଇ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଗୋବିନ୍ଦ ମୃତ୍ୟୁ ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ ଶୀତଳ ଭଣ୍ଡାରରେ ରହିଛି। ଗତ ସରକାର ଏ ନେଇ କୌଣସି ଠୋସ ପଦକ୍ଷେପ ନେଇ ନଥିବା ଯୋଗୁଁ ଏବେ ମଧ୍ୟ ଏହାର ପର୍ଦ୍ଦାପଛରେ ଥିବା ଅଭିଯୁକ୍ତମାନଙ୍କୁ ପୁଲିସ ଠାବ କରି ପାରିନାହିଁ। ମମିତା ମେହେର ହତ୍ୟାକାଣ୍ଡକୁ ଚପାଇ ଦେବା ପାଇଁ ଗୋବିନ୍ଦ ମୃତ୍ୟୁ ଘଟଣା ଏକ ଷଡ୍‌ଯନ୍ତ୍ର ହୋଇଥାଇ ପାରେ ବୋଲି ମଧ୍ୟ ଆଲୋଚନା ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe