ମମିତା ମେହେର ପ୍ରସଙ୍ଗ ଉଠାଇଲେ ଏନ୍‌ସିଡବ୍ଲ୍ୟୁ ଅଧ୍ୟକ୍ଷା: ‘ତଦନ୍ତ ଭାର ସିବିଆଇକୁ ଦିଆଯାଉ’

ରାଜ୍ୟ ସରକାର ଗୃହ ରାଷ୍ଟ୍ରମନ୍ତ୍ରୀଙ୍କୁ ବହିଷ୍କାର କରନ୍ତୁ, ରିପୋର୍ଟ ମାଗିଲେ ବି ଦେଉନାହାନ୍ତି ଓଡ଼ିଶା ପୁଲିସ

ମମିତା ମେହେର ପ୍ରସଙ୍ଗ ଉଠାଇଲେ ଏନ୍‌ସିଡବ୍ଲ୍ୟୁ ଅଧ୍ୟକ୍ଷା: ‘ତଦନ୍ତ ଭାର ସିବିଆଇକୁ ଦିଆଯାଉ’

Deccan Chronicle

କଟକ : ରାଜ୍ୟକୁ ଗସ୍ତରେ ଆସିଥିବା ଜାତୀୟ ମହିଳା କମିସନ (ଏନ୍‌ସିଡବ୍ଲ୍ୟୁ) ଅଧ୍ୟକ୍ଷା ରେଖା ଶର୍ମା ମମିତା ଆଜି ମେହେର ପ୍ରସଙ୍ଗ ଉଠାଇଛନ୍ତି। ନରାଜସ୍ଥିତ ଜାତୀୟ ଆଇନ ବିଶ୍ବବିଦ୍ୟାଳୟ(ଏନ୍‌ଏଲ୍‌ୟୁ)ରେ ଆୟୋଜିତ ଏକ ସାମ୍ବାଦିକ ସମ୍ମଳନୀରେ ମମିତା ହତ୍ୟାକାଣ୍ଡର ତଦନ୍ତ ଭାର ସିବିଆଇକୁ ଦେବାପାଇଁ ଦାବି କରିଛନ୍ତି।

ମହିଳା କମିସନ ଅଧ୍ୟକ୍ଷା ସାମ୍ବାଦିକ ସମ୍ମିଳନୀରେ ସିଧାସଳଖ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍‌ କରିଥିଲେ। ସେ କହିଥିଲେ, ମମିତା ମାମଲାରେ ରାଜ୍ୟ ପୁଲିସ ସ୍କୁଲ୍‌ ମାଲିକ ଗୋବିନ୍ଦ ସାହୁଙ୍କୁ ଗିରଫ କରି ତାଙ୍କ ଦାୟିତ୍ବ ଶେଷ କରିଦେଇଥିବା ଭାବୁଛନ୍ତି। ମାତ୍ର ଏହି ଘଟଣାରେ ଅନେକ ବ୍ୟକ୍ତି, ଏପରିକି ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ନାମ ଆସୁଛି। କରୋନା ଲକ୍‌ଡାଉନ୍‌ ସମୟରେ ଏକାଧିକ ମନ୍ତ୍ରୀ ଓ ନେତା ଏହି କଲେଜକୁ କାହିଁକି ଯାଉଥିଲେ? ସେଠାକୁ ଯିବା ପଛରେ କି ଉଦ୍ଦେଶ୍ୟ ଥିଲା? ଏହାକୁ ମଧ୍ୟ ସରକାର ସ୍ପଷ୍ଟ କରନ୍ତୁ । ମନ୍ତ୍ରୀ ଶ୍ରୀ ମିଶ୍ର ପଦରେ ଥିବାବେଳେ ତାଙ୍କ ବିରୋଧରେ ଆସୁଥିବା ଅଭିଯୋଗର ତଦନ୍ତ ରାଜ୍ୟ ପୁଲିସ ସଠିକ୍‌ ଭାବେ କରିପାରିବନାହଁ। ମମିତାଙ୍କ ପରିବାର ସଦସ୍ୟ ମନ୍ତ୍ରୀଙ୍କ ହାତଥିବା କହୁଥିଲେ ମଧ୍ୟ ପୁଲିସ୍‌ ଚାର୍ଜସିଟ୍‌ରେ ତାଙ୍କ ନଁା ନାହିଁ। ଏଥିରୁ ଜଣାପଡୁଛି, ରାଜ୍ୟ ପୁଲିସ ମନ୍ତ୍ରୀ ଦିବ୍ୟଶଙ୍କରଙ୍କୁ ସୁରକ୍ଷା ଦେବା ପାଇଁ ଉଦ୍ୟମ କରୁଛି। ମମିତା ଓ ଗୋବିନ୍ଦଙ୍କ ମଧ୍ୟରେ ଥିବା ବିବାଦକୁ ସମାଧାନ କରିବା ପାଇଁ ମନ୍ତ୍ରୀ ରାଞ୍ଚି ଯାଇଥିବା ବିଷୟକୁ ପ୍ରଥମରୁ ଖଣ୍ଡନ କରାଯାଉଥିଲା। ମାତ୍ର ମନ୍ତ୍ରୀ ରାଞ୍ଚି ଯାଇଥିବାର ପ୍ରମାଣ ଏବେ ଗଣମାଧ୍ୟମରେ ଦେଖିବାକୁ ମିଳୁଛି ବୋଲି ସେ କହିଥିଲେ। ତେଣୁ, ମନ୍ତ୍ରୀ ପଦରୁ ଶ୍ରୀମିଶ୍ରଙ୍କୁ ବହିଷ୍କାର କରିବା ସହିତ ସିବିଆଇ ହାତକୁ ତଦନ୍ତ ଭାରଦେଇ ଦେଇ ରାଜ୍ୟ ସରକାର ମମିତାଙ୍କୁ ନ୍ୟାୟ ପ୍ରଦାନ ଦିଗରେ ଉଦ୍ୟମ କରନ୍ତୁ ବୋଲି ଶ୍ରୀମତୀ ଶର୍ମା ଦାବି କରିଥିଲେ।

ସେ ଆହୁରି ମଧ୍ୟ କହିଥିଲେ ଯେ ୨୦୧୯ରୁ ୨୦୨୧ ମଧ୍ୟରେ ଓଡ଼ିଶାରେ ମହିଳାଙ୍କ ଉପରେ ହୋଇଥିବା ଅନେକ ଅପରାଧ ମଧ୍ୟରୁ ୧୨୭ଟି ମାମଲା ଉପରେ ରାଜ୍ୟ ପୁଲିସ କି ପଦକ୍ଷେପ ନେଇଛନ୍ତି ସେ ସମ୍ପର୍କରେ ରାଷ୍ଟ୍ରୀୟ ମହିଳା ଆୟୋଗଙ୍କ ପକ୍ଷରୁ ଜବାବ ମଗାଯାଇଥିଲା। ମାତ୍ର ଓଡ଼ିଶା ପୁଲିସ ତରଫରୁ କୌଣସି ଜବାବ ରଖାଯାଇ ନାହିଁ।

ଏଥିସହିତ, ଶ୍ରୀମତୀ ଶର୍ମା ଏହି ପ୍ରସଙ୍ଗରେ ରାଜ୍ୟ ପୁଲିସ ମହାନିର୍ଦ୍ଦେଶ ସୁନୀଲ ବଂଶଲଙ୍କୁ ଭେଟି ଆଲୋଚନା କରିଥିଲେ। ସେହପରି ରାଜ୍ୟର ଆଦିବାସୀ ମହିଳାଙ୍କ ନିକଟରେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ସମସ୍ତ ଯୋଜନା ଯେପରି ପହଞ୍ଚିବ ତାହା ଉପରେ ଗୁରୁତ୍ବ ଦେବାକୁ ସେ ସରକାରଙ୍କୁ ପରାମର୍ଶ ଦେଇଥିଲେ। ଉଲ୍ଲେଖଯୋଗ୍ୟ , ଜାତୀୟ ଆଇନ ବିଶ୍ବବିଦ୍ୟାଳୟରେ ଆୟୋଜିତ ‘ଫୌଜଦାରୀ ଆଇନର ସମୀକ୍ଷା; ମହିଳାଙ୍କ ସ୍ଥିତିରେ ଉନ୍ନତି’ ଶୀର୍ଷକ ଏକ ଆଲୋଚନାଚକ୍ରରେ ଯୋଗଦେବାକୁ ଶ୍ରୀମତୀ ଶର୍ମା କଟକ ଆସିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe