ଭବାନୀପାଟଣା : ମମିତା ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ଜେଲ୍ ଯିବାପରେ ଗତ କିଛିଦିନ ଧରି ପୁଲିସର ତଦନ୍ତ ଅଟକି ଯାଇଥିଲା। ‘ସମ୍ବାଦ’ରେ ଏନେଇ ଖବର ପ୍ରକାଶନ ପରେ ବଲାଙ୍ଗୀର ପୁଲିସ ତତ୍ପରତା ହୋଇଉଠିଛି। ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ଼ ପୁଲିସ ମହାଲିଙ୍ଗ ଆସି ଗୋବିନ୍ଦ ସାହୁର ପରିବାରବର୍ଗଙ୍କୁ ଜେରା କରିଛି। ହତ୍ୟାକାଣ୍ଡରେ ବ୍ୟବହୃତ ଜେସିବି ଓ ଗୋବିନ୍ଦ ବ୍ୟବହାର କରିଥିବା ସ୍କୁଟିକୁ ଜବତ କରି ସିନ୍ଧେକେଲା ଥାନାକୁ ନେଇଥିବା ଜଣାପଡ଼ିଛି।
ମମିତା ହତ୍ୟାକାଣ୍ଡରେ ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ଓ ତାର ସହଯୋଗୀ ରାଧେ ଚଣ୍ଡୀ ଜେଲ୍ରେ ଅଛନ୍ତି। ଉଭୟେ ଟିଟିଲାଗଡ଼ ହାଜତରେ ଥିବାବେଳେ ଅର୍ଥାତ୍ ଫେରାର୍ ହେବାପୂର୍ବରୁ ଗୋବିନ୍ଦ ସାହୁ ତାର ସ୍କୁଲ୍ର ଜଣେ ପିଅନ ହାତରେ ଘରୁ ପୋଷାକ ମଗାଇଥିଲା। ଏହି ଘଟଣାକୁ ନେଇ ରବିବାର ଦିନତମାମ ପୁଲିସ ତନାଘନା କରିଥିଲା। ସୂଚନା ଅନୁସାରେ, କଳାହାଣ୍ଡି ଜିଲ୍ଲା କଲମପୁରରେ ରହୁଥିବା ଗୋବିନ୍ଦର ପରିବାର ସଦସ୍ୟଙ୍କୁ ମହାଲିଙ୍ଗ ଡକାଇ ଜେରା କରିଥିଲା। ଅପରାହ୍ଣରେ ପରିବାର ଲୋକେ ପୁଣି କଲମପୁର ଫେରି ଯାଇଥିବା ସୂଚନା ମିଳିଛି।
Follow Us