ମମିତା ମେହେର ହତ୍ୟାକାଣ୍ଡ : କଳାହାଣ୍ଡି ରାଜନୀତି ଉଷ୍ମ

ବିଜେପିର ଦୀପଦାନ, କଂଗ୍ରେସର ବାଇକ୍‌ ରାଲି, ଅସନ୍ତୁଷ୍ଟଙ୍କୁ ଆଣିବା ପାଇଁ ବିଜେଡିର ଉଦ୍ୟମ

ମମିତା ମେହେର ହତ୍ୟାକାଣ୍ଡ : କଳାହାଣ୍ଡି ରାଜନୀତି ଉଷ୍ମ

ଭବାନୀପାଟଣା : ମମିତା ମେହେର ହତ୍ୟାକାଣ୍ଡ ଘଟଣାରେ ଗୋଟିଏ ପଟେ କଂଗ୍ରେସ ଓ ବିଜେପି ରାଜ୍ୟ ସରକାରଙ୍କୁ ଘେରିବାରେ ଲାଗିଛି। ଅନ୍ୟପଟେ, ଶାସକ ବିଜେଡି ପୃଥକ୍‌ ରଣକୌଶଳ ଆପଣାଇବାରେ ଲାଗିଛି। ବିଶେଷକରି, କଳାହାଣ୍ଡି ଜିଲ୍ଲାରେ ଏହାର ପ୍ରତିଫଳ ଦେଖିବାକୁ ମିଳିଛି। ଯାହାକୁ ନେଇ କଳାହାଣ୍ଡି ଜିଲ୍ଲା ରାଜନୀତି ଉଷ୍ମ ହୋଇ ଉଠିଛି।

କିଛିଦିନ ଧରି ଉଭୟ ବିଜେପି ଓ କଂଗ୍ରେସ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରୁଥିବା ଦେଖିବାକୁ ମିଳିଛି। ଗତ ୩ ତାରିଖ ଦିନ କଳାହାଣ୍ଡି ବିଜେପି ପକ୍ଷରୁ ଗୁରୁବାର ଜିଲ୍ଲାବ୍ୟାପୀ ଦୀପଦାନ କରାଯାଇଥିଲା। ଠିକ୍ ସେହିଦିନ କଂଗ୍ରେସ ପକ୍ଷରୁ ଭକ୍ତ ଦାସଙ୍କ ନେତୃତ୍ବରେ ଏକ ମୋଟର୍‌ସାଇକଲ୍‌ ଶୋଭାଯାତ୍ରାର ଆୟୋଜନ କରାଯାଇଥିଲା। ଅନ୍ୟପକ୍ଷରେ, ଆସନ୍ତା ୮ ତାରିଖ ଦିନ ମୁଖ୍ୟମନ୍ତ୍ରୀଙ୍କ ଗସ୍ତପୂର୍ବରୁ ବିରୋଧୀ ଦଳଙ୍କ ଗତିରେ ଅଙ୍କୁଶ ଲଗାଇବା ପାଇଁ ବିଜେଡି ଏକ ସ୍ବତନ୍ତ୍ର ରଣନୀତି ଆପଣାଇଛି। ସୂଚନା ଅନୁସାରେ, ବିରୋଧୀ ଦଳର କିଛି ନେତାଙ୍କୁ ଅସନ୍ତୁଷ୍ଟମାନଙ୍କୁ ଦଳକୁ ଆଣିବା ପାଇଁ ପ୍ରାଣମୂର୍ଚ୍ଛା ଉଦ୍ୟମ ଆରମ୍ଭ କରିଛି। ଲାଞ୍ଜିଗଡ଼ର ପୂର୍ବତନ ବିଧାୟକ ଶିବାଜୀ ମାଝୀ, ବିଜେଡିରୁ ନିଲମ୍ବିତ ହୋଇଥିବା ଶାରଦା ପ୍ରସନ୍ନ ସ୍ବାଇଁଙ୍କ ସମେତ ବହୁ ତୁଙ୍ଗନେତାଙ୍କୁ ବିଜେଡିକୁ ଆଣିବା ପାଇଁ ଉଦ୍ୟମ ଚାଲିଥିବା ନେଇ ସାଧାରଣରେ ଚର୍ଚ୍ଚା ହେଉଛି। ସେହିଭଳି ପ୍ରାୟ ୧୪ଜଣ ନେତାଙ୍କୁ ବିଜେଡିକୁ ଆଣିବା ପାଇଁ ଏକ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ ହୋଇଥିବା ଏକ ବିଶେଷସୂତ୍ରରୁ ଜଣାପଡ଼ିଛି। ଏହିଭଳି ଚର୍ଚ୍ଚା ଚାଲିଥିବା କଳାହାଣ୍ଡି ରାଜନୀତିରେ ହଲଚଲ ସୃଷ୍ଟି ହୋଇଛି। ତେବେ, କଂଗ୍ରେସ ଓ ବିଜେପିର ଆନ୍ଦୋଳନରେ ଅଙ୍କୁଶ ଲଗାଇବା ପାଇଁ ବିଜେଡି କେତେଦୂର ସକ୍ଷମ ହେବ, ତାହା ଦେଖିବାକୁ ବାକି ରହିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe