ମମିତା ମେହେରଙ୍କ ନିଖୋଜ ଘଟଣା: ମାଟି ତଳୁ ଉଦ୍ଧାର ହେଲା ଦଗ୍ଧ ମୃତଦେହ

Advertisment
ମମିତା ମେହେରଙ୍କ ନିଖୋଜ ଘଟଣା: ମାଟି ତଳୁ ଉଦ୍ଧାର ହେଲା ଦଗ୍ଧ ମୃତଦେହ

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ଗୋଳାମୁଣ୍ଡା ବ୍ଲକ ଅନ୍ତର୍ଗତ ମହାଲିଙ୍ଗ ସନସାଇନ ପବ୍ଲିକ ସ୍କୁଲର ଅଧ୍ୟକ୍ଷା ମମିତା ମେହେରଙ୍କ ନିଖୋଜ ଘଟଣାର ତଦନ୍ତ ନୂଆ ମୋଡ଼ ନେଇଛି। ଆଜି ସକାଳୁ କଳାହାଣ୍ଡି ଓ ଗୋଳାମୁଣ୍ଡା ପୁଲିସ ମହାଳିଙ୍ଗ ହାଇସ୍କୁଲର ନିର୍ମାଣାଧୀନ ଷ୍ଟାଡିୟମରେ ଜେସିବି ସହାୟତାରେ ଖୋଳିବା ଆରମ୍ଭ କରିଥିଲେ। ପୁଲିସ୍ ଏକ ଦଗ୍ଧ ତଥା ଗଳିତ ମୃତଦେହ ମାଟି ତଳୁ ଉଦ୍ଧାର କରିଛି। ଏହି ଶବ ନିଖୋଜ ମମିତାଙ୍କର କି ନୁହେଁ ସେଥିପାଇଁ ପୁଲିସ ପକ୍ଷରୁ ପରିବାରକୁ ଡକାଯାଇଛି। ବଲାଙ୍ଗୀର ପୁଲିସ ପକ୍ଷରୁ ଗଳିତ ଶବର ଡିଏନଏ ପରୀକ୍ଷା କରାଯିବ ବୋଲି ସୂଚନା ଦିଆଯାଇଛି।

publive-image SambadEnglish

ସୂଚନାଯୋଗ୍ୟ, ମମିତା ମେହେରଙ୍କୁ ହତ୍ୟା କରି ପୋତି ଦିଆଯାଇଥିବା ସନ୍ଦେହ ଉପୁଜିବାରୁ ପୁଲିସ ଓ ମ୍ୟାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ନିର୍ମାଣାଧୀନ ମହାଲିଙ୍ଗ ଷ୍ଟାଡିୟମ ପରିସରରେ ଜେସିବି ଦ୍ୱାରା ମାଟି ଖୋଳା ହୋଇଥିଲା। ଏହାପୂର୍ବରୁ ସ୍କୁଲ ଷ୍ଟାଡିୟମ୍ ପରିସରକୁ ସିଲ୍ କରିଥିଲା ପୁଲିସ। ନିର୍ମାଣାଧୀନ ଷ୍ଟାଡିଅମ ପରିସରରେ ମାଜିଷ୍ଟ୍ରେଟଙ୍କ ସହ ୨ ପ୍ଲାଟୁନ ପୁଲିସ ଫୋର୍ସ ମୃତୟନ ଅଛନ୍ତି। ତେବେ ମହାଲିଙ୍ଗ ଷ୍ଟାଡିୟମ ପରିସରରରୁ ମିଳିଥିବା  ଶବ ମମିତାଙ୍କର କି ନୁହେଁ, ତା’ଉପରେ ରହିଛି ସମସ୍ତଙ୍କ ନଜର।

publive-image

କଳାହାଣ୍ଡି ଜିଲ୍ଲା ମହାଲିଙ୍ଗ ସନସାଇନ ପବ୍ଲିକ ସ୍କୁଲର ଅଧ୍ୟକ୍ଷା ମମିତା ମେହେରଙ୍କ ନିଖୋଜର ୧୨ ଦିନ ପରେ ମଧ୍ୟ ପୁଲିସର ହାତ ଖାଲି ରହିଛି । ଏହିଭଳି ଏକ ପରିସ୍ଥିତିରେ ୪ ଦିନ ଅଟକ ଥିବା  ସ୍କୁଲ୍ ମାଲିକ ଗୋବିନ୍ଦ ସାହୁ ରବିବାର ରାତିରେ ଟିଟଲାଗଡ଼ ପୁଲିସ ବାରାକରୁ ଚମ୍ପଟ ମାରିଥିଲେ। ଫଳରେ, ଘଟଣା ଭିନ୍ନମୋଡ଼ ନେଇଛି। ଗୋବିନ୍ଦଙ୍କ ଫେରାର ପରେ ବଲାଙ୍ଗୀର, କଳାହାଣ୍ଡି ଓ ନୂଆପଡ଼ା ଜିଲ୍ଲା ପୁଲିସର ନିଦ ହଜିଯାଇଛି। ସୋମବାର ସନ୍ଧ୍ୟାରେ କଳାହାଣ୍ଡି ଓ ବଲାଙ୍ଗୀର ପୁଲିସ ପକ୍ଷରୁ ବୋର୍ଡ଼ା ଫାଣ୍ଡିରେ ସ୍କୁଲ୍ ଓ କଲେଜର କିଛି କର୍ମଚାରୀଙ୍କୁ ଜେରା କରିବା ଘଟଣା ଏଠାରେ ଚର୍ଚ୍ଚାର ବିଷୟ ହୋଇଛି। ପୁଲିସ କଲେଜର ଅଧ୍ୟକ୍ଷ ରଣଜିତ ସାହୁଙ୍କୁ ଥାନାରେ ଅଟକ ରଖିଥିବା ଜଣାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe