ମମିତା ହତ୍ୟା ମାମଲା: ଚାର୍ଜସିଟରେ କ’ଣ ଅଛି? ମୁହଁ ଖୋଲୁନି ପୁଲିସ

Advertisment

୨୦୦୦ ପୃଷ୍ଠାର ଚାର୍ଜସିଟ, ୧୩ ଜଣଙ୍କ ୧୬୪ ଓ ୧୦୦ ଜଣଙ୍କ ୧୬୧ ବୟାନ ରେକର୍ଡ ହୋଇଛି

୨୦୦୦ ପୃଷ୍ଠାର ଚାର୍ଜସିଟ, ୧୩ ଜଣଙ୍କ ୧୬୪ ଓ ୧୦୦ ଜଣଙ୍କ ୧୬୧ ବୟାନ ରେକର୍ଡ ହୋଇଛି

ମମିତା ମେହେର ହତ୍ୟା ମାମଲା: ପରିବାର ଲୋକଙ୍କୁ ୧୦ ଲକ୍ଷର ସହାୟତା

ବଲାଙ୍ଗୀର : ମମିତା ହତ୍ୟାକାଣ୍ଡର କାହିଁକି ଚାର୍ଜସିଟ ଦାଖଲ ହୋଇନି ବୋଲି ତମ୍ବିତୋଫାନ କରିଥିଲେ ବିରୋଧୀ। ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁକୁ କୋର୍ଟଚାଲାଣ କରିବାର ୧୨୦ ଦିନ ଭିତରେ ପୁଲିସ ଚାର୍ଜସିଟ ଦାଖଲ କରିବାର ଥିଲା। ଆସନ୍ତା ୧୫ ତାରିଖ ୧୨୦ ଦିନ ପୂରିଥାଆନ୍ତା। ଧାର୍ଯ୍ୟ ସମୟର ଚାରିଦିନ ଆଗରୁ ବଂଗୋମୁଣ୍ଡା ଜେଏମ୍‌ଏଫ୍‌ସି କୋର୍ଟରେ ଚାର୍ଜସିଟ ଦାଖଲ କରିଛି ସିନ୍ଧେକେଲା ପୁଲିସ। ସେହି ଚାର୍ଜସିଟ ଚୂଡ଼ାନ୍ତ ଥିଲା ନା ପ୍ରାଥମିକ ସେ ନେଇ ମୁହଁ ଖୋଲିନଥିଲା ବଲାଙ୍ଗୀର ପୁଲିସ। ଆଜି କିନ୍ତୁ ଏ ସବୁ ସନ୍ଦେହକୁ ଦୂର କରିଛନ୍ତି ଉତ୍ତରାଚଂଳ ଡିଆଇଜି ଦୀପକ କୁମାର।

ଶନିବାର ଅପରାହ୍ଣରେ ବଲାଙ୍ଗୀର ଜିଲ୍ଲାରେ ନିର୍ବାଚନୀ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିବା ପାଇଁ ଏସ୍‌ପି ଅଫିସରେ ପହଞ୍ଚିଥିଲେ ଡିଆଇଜି। ଡିଆଇଜି ଯିବା ପାଇଁ ବାହାରିବା ସମୟରେ ମମିତା ହତ୍ୟାକାଣ୍ଡ ଚାର୍ଜସିଟ୍‌ ସଂର୍ପକରେ ଗଣମାଧ୍ୟମର ପ୍ରତିନିଧିଙ୍କ ସାମ୍ନା କରିଥିଲେ। ସେଠାରେ ମମିତା ମେହେର ହତ୍ୟାକାଣ୍ଡର ଫାଇନାଲ ଚାର୍ଜସିଟ ଦାଖଲ କରାଯାଇଥିବା ନେଇ ସୂଚନା ଦେଇଥିଲେ ଡିଆଇଜି। ପାଖାପାଖି ଦୁଇ ହଜାର ପୃଷ୍ଠାର ଚାର୍ଜସିଟ ଦାଖଲ କରାଯାଇଥିବା ବେଳେ ୧୩ ଜଣଙ୍କ ୧୬୪ ବୟାନ ରେକର୍ଡ କରାଯାଇଛି। ପାଖାପାଖି ୧୦୦ ଜଣଙ୍କର ୧୬୧ ବୟାନ ରେକର୍ଡ କରାଯାଇଥିବା ଚାର୍ଜସିଟରେ ଉଲ୍ଲେଖ ରହିଛି। ଫରେନସିକ, ସାଇଣ୍ଟିଫିକ, ଡାଇରେକ୍ଟ ଏବଂ ଇନଡାଇରେକ୍ଟ ଏଭିଡେନସକୁ ତଥା ବିଭିନ୍ନ ପ୍ରକାର ତଥ୍ୟ ପ୍ରମାଣକୁ ଭିତ୍ତି କରି ପୁଲିସ ଫାଇନାଲ ଚାର୍ଜସିଟ ଦେଇଥିବା କହିଛନ୍ତି ଡିଆଇଜି ଦୀପକ କୁମାର। କିନ୍ତୁ ମମିତା ମେହେରଙ୍କ ପେନଡ୍ରାଇଭ, ମୋବାଇଲ ଫୋନ୍‌ ସଂର୍ପକରେ କିଛି ବି ଉତ୍ତର ଦେଇନଥିଲେ ଡିଆଇଜି। ଏପରିକି ଏହି ହତ୍ୟାକାଣ୍ଡରେ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଂକର ମିଶ୍ରଙ୍କ ସଂପୃକ୍ତି ସଂର୍ପକରେ ମଧ୍ୟ ମୁହଁ ଖୋଲିନଥିଲେ।

ଗତ କିଛିଦିନ ତଳେ ମମିତା ମେହେରଙ୍କ ବଡ଼ବାପା କୌଶିକ ମେହେର ଖୋଲାଖୋଲି ଭାବେ ବଡ଼ବଡ଼ିଆଙ୍କ ସଂପୃକ୍ତି ଅଭିଯୋଗ କରିଥିଲେ। ମମିତା ମେହେର ପେନଡ୍ରାଇଭରେ ବିଭିନ୍ନ ବଡ଼ବଡ଼ିଆଙ୍କ ସେକ୍ସ ଭିଡିଓ ରହିଥିଲା। ମମିତାଙ୍କ ପେନଡ୍ରାଇଭ ହାତେଇବା ପାଇଁ ହିଁ ତାକୁ ଡାକି ହତ୍ୟା କରିଥିଲା ଗୋବିନ୍ଦ। ଏବେ କେଉଁଠି ମମିତାଙ୍କ ପେନଡ୍ରାଇଭ ଏବଂ ମୋବାଇଲ ଫୋନ। କଣ ପାଇଁ ଏତେ ବଡ଼ ଏଭିଡେନସ ସଂର୍ପକରେ ତଦନ୍ତ କରୁନି ପୁଲିସ? ଚାର୍ଜସିଟରେ ପେନଡ୍ରାଇଭ ଏବଂ ମୋବାଇଲ ଫୋନ ସଂର୍ପକରେ ଉଲ୍ଲେଖ ଅଛି ତ? ଏ ସଂର୍ପକରେ କାହିଁକି ମୁହଁ ଖୋଲୁନି ପୁଲିସ? ପୁଲିସ ମହାଲିଙ୍ଗ କଲେଜର ସେକ୍ସ ସ୍କାଣ୍ଡାଲ ସଂର୍ପକରେ କାହିଁକି ତଦନ୍ତ କରୁନି? କାହାକୁ ବଂଚାଇବା ପାଇଁ ଚୁପଚାପ ପୁଲିସ ତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ମମିତା ମେହେରଙ୍କ ବଡ଼ବାପା କୌଶିକ ମେହେର। ପୁଲିସ ଫାଇନାଲ ଚାର୍ଜସିଟ ଦାଖଲ କରିସାରିଥିବା ବେଳେ ଏବେ ମମିତା ହତ୍ୟାକାଣ୍ଡର ନ୍ୟାୟିକ ପ୍ରକ୍ରିୟା ଫାଷ୍ଟଟ୍ରାକ କୋର୍ଟରେ ହେବ ନା ନାହିଁ ତାକୁ ନେଇ ଚର୍ଚ୍ଚା ଜୋର୍‌ ଧରିଛି। କେବଳ ଗୋବିନ୍ଦ ଓ ରାଧେକୁ ପୁଲିସ ଅଭିଯୁକ୍ତ କରି ଗିରଫ କରି କୋର୍ଟଚାଲାଣ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe