ମମିତା ହତ୍ୟା ମାମଲା: ପାଟଣାଗଡ଼ରେ ଭୁଲିଆ ସମାଜର ବିକ୍ଷୋଭ

Advertisment
ମମିତା ହତ୍ୟା ମାମଲା: ପାଟଣାଗଡ଼ରେ ଭୁଲିଆ ସମାଜର ବିକ୍ଷୋଭ

ପାଟଣାଗଡ଼ : ମମିତା ହତ୍ୟା ମାମଲାରେ ଶାସକ ଦଳର ନେତା ମନ୍ତ୍ରୀମାନଙ୍କ ସମ୍ପୃକ୍ତି ଥିବା ଦର୍ଶାଇ ଏହାର ଏସ୍‌ଆଇଟି ତଦନ୍ତ ସହ ପରିବାରକୁ କ୍ଷତିପୂରଣ ଦାବିରେ ଭୁଲିଆ ସମାଜ ପକ୍ଷରୁ ପାଟଣାଗଡ଼ରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଏହା ସହିତ ଉପଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି।

publive-image

ପୂର୍ବରୁ ପାଟଣାଗଡ଼ ଭୁଲିଆ ସମାଜ ଧର୍ମଶାଳାଠାରୁ ସମାଜର ବହୁ କର୍ମକର୍ତ୍ତା ଓ ସଦସ୍ୟ ଶୋଭାଯାତ୍ରାରେ ବାହାରି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚିଥିଲେ। ଅଫିସରେ ଉପଜିଲ୍ଲାପାଳ ନଥିବାରୁ ସେଠାରେ ଉତ୍ତେଜନା ପ୍ରକାଶ ପାଇଥିଲା। ବିକ୍ଷୋଭକାରୀମାନେ ଅଫିସ ଭିତରକୁ ଧସେଇ ପଶିବା ପାଇଁ ଉଦ୍ୟମ କରିଥିଲେ। ବହୁ ସମୟ ଧରି ହୋହଲ୍ଲା ହେବା ପରେ ପୁଲିସ ଗେଟ ବନ୍ଦ କରିବାରେ ସମର୍ଥ ହୋଇଥିଲା। ଉପଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ସହକାରୀ ଜିଲ୍ଲାପାଳ କ୍ଷୀରୋଦ ସାହୁ ଦାବିପତ୍ର ଗ୍ରହଣ କରିଥିଲେ।

ଏହି ବିକ୍ଷୋଭରେ ଭୁଲିଆ ସମାଜ କେନ୍ଦ୍ର ବୋର୍ଡର ସଭାପତି ଡା. ବୃନ୍ଦାବନ ମେହେର, ସମ୍ପାଦକ ଗୋଲାପରାମ ମେହେର, ଅନିଲ ମେହେର, ଘନଶ୍ୟାମ ମେହେର, ସନ୍ତୋଷ ମେହେର, ଭୁଲିଆ ସମାଜ ବିକାଶ ପରିଷଦର ସଭାପତି ଦୀନବନ୍ଧୁ ମେହେର, ସମ୍ପାଦକ ବସନ୍ତ ମେହେର, ପ୍ରହ୍ଲାଦ ମେହେର ପ୍ରମୁଖଙ୍କ ସହ ବିଭିନ୍ନ ବୋର୍ଡର ବହୁ କର୍ମକର୍ତ୍ତା ଓ ସଦସ୍ୟ/ସଦସ୍ୟ‌ା ଯୋଗ ଦେଇଥିଲେ। ଅନ୍ୟପକ୍ଷରେ ସ୍ଥାନୀୟ ବିଧାୟକ ସରୋଜ ମେହେର ଭୁଲିଆ ଜାତି ସମାଜର ହୋଇଥିଲେ ମଧ୍ୟ ସେ ଏହି ଅବସରରେ ଅନୁ‌ପସ୍ଥିତ ଥିବାରୁ ନାନା ଚର୍ଚ୍ଚା ହେଉଛି। ତାଙ୍କୁ ଏ ସଂପର୍କରେ ଅବଗତ କରାଯାଇଥିଲେ ମଧ୍ୟ ସେ ଅନୁପସ୍ଥିତ ରହିବାକୁ କର୍ମକର୍ତ୍ତାମାନେ ନାପସନ୍ଦ କରିଥିବା ପ୍ରକାଶ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe