ମମିତା ମେହେର ହତ୍ୟା ମାମଲା: ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ବ୍ୟବହାର କରିଥିବା ସ୍କୁଟି ଓ ଜେସିବି ଜବତ

Advertisment
ମମିତା ମେହେର ହତ୍ୟା ମାମଲା: ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ବ୍ୟବହାର କରିଥିବା ସ୍କୁଟି ଓ ଜେସିବି ଜବତ

କଣ୍ଟାବାଞ୍ଜି: ମମିତା ମେହେର ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ବ୍ୟବହାର କରିଥିବା ଜେସିବି ଓ ସ୍କୁଟି ଜବତ ହୋଇଥିବାର ସୂଚନା ମିଳିଛି। ଗତକାଲି ସନ୍ଧ୍ୟା ସମୟରେ ସିନ୍ଧେଇକେଲା ଥାନା ପୁଲିସ ଏହା ଜବତ କରିଥିବ ଜଣାପଡ଼ିଛି। ଏହାଛଡ଼ା ଅଭିଯୁକ୍ତ ଗୋବିନ୍ଦ ସାହୁର ପରିବାର ଲୋକଙ୍କୁ ମଧ୍ୟ ପୁଲିସ ଜେରା କରୁଥିବାର ସୂଚନା ରହିଛି। ହତ୍ୟାକାଣ୍ଡରେ ଆଉ କାହାର ସମ୍ପୃକ୍ତି ଅଛି ସେ ନେଇ ପୁଲିସ ତଦନ୍ତ ଜାରି ରଖିଛି।
ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ପଲଟିଥିବା ମହଲିଙ୍ଗ ସନସାଇନ ସ୍କୁଲ ଅଧ୍ୟକ୍ଷା ମମିତା ମେହେର ହତ୍ୟାକାଣ୍ଡ ଘଟଣାର ଅନେକ ଦିଗରେ ପୁଲିସ ତଦନ୍ତ ଜାରି ରଖିଛି। ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ଏବଂ ସହଯୋଗୀ ରାଧେଶ୍ୟାମ ଚଣ୍ଡୀକୁ ଗିରଫ କରି ଜେଲ ହାଜତରେ ରଖିଛି।

ସୂଚନାଯୋଗ୍ୟ, କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ମହାଲିଙ୍ଗସ୍ଥିତ ସନସାଇନ୍‌ ପବ୍ଲିକ ସ୍କୁଲର ମାଲିକ ଗୋବିନ୍ଦ ସାହୁକୁ  ବଲାଙ୍ଗୀର ପୁଲିସ ବଙ୍ଗୋମୁଣ୍ଡା ବ୍ଲକ ବୁଢ଼ିପଦରରୁ ଗିରଫ କରିଥିଲା। ଗିରଫ ସମୟରେ ଗୋବିନ୍ଦ ନିଜର ସାନଭଉଣୀ ଘରେ ଲୁଚିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe