ମମିତା ମେହେର ହତ୍ୟା ମାମଲା: ଅଭିଯୁକ୍ତ ଗୋବିନ୍ଦ ସାହୁକୁ ଫାଶୀ ଦାବି କଲେ ମମିତାଙ୍କ ମା’

Advertisment
ମମିତା ମେହେର ହତ୍ୟା ମାମଲା: ଅଭିଯୁକ୍ତ ଗୋବିନ୍ଦ ସାହୁକୁ ଫାଶୀ ଦାବି କଲେ ମମିତାଙ୍କ ମା’

କଣ୍ଟାବାଞ୍ଜି: ବହୁଚର୍ଚ୍ଚିତ ମମିତା ମେହେର ହତ୍ୟା ମାମଲାର ସାକ୍ଷ୍ୟ ଗ୍ରହଣ ପ୍ରକ୍ରିୟା ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ଏଡିଜେ କୋର୍ଟରେ ଶୁକ୍ରବାର ମଧ୍ୟ ଜାରି ରହିଥିଲା। ଶୁକ୍ରବାର ଅଭିଯୁକ୍ତ ଗୋବିନ୍ଦ ସାହୁ ଓ ସହଯୋଗୀ ରାଧେଶ୍ୟାମ ଚଣ୍ଡୀ ହାଜର ହୋଇଥିଲେ। କଡ଼ା ସୁରକ୍ଷା ବଳୟରେ କୋର୍ଟରେ ହାଜର ପରେ ସାକ୍ଷ୍ୟ ଭାବେ ମମିତା ମେହେରଙ୍କ ମା’ ତୁଳସୀ ମେହେର ମଧ୍ୟ ହାଜର ହୋଇଥିଲେ। ମମିତାଙ୍କ ବାପାଙ୍କ ସ୍ୱାସ୍ଥ୍ୟାବସ୍ଥା ଠିକ୍ ନଥିରୁ ସେ ଉପସ୍ଥିତ ହୋଇପାରି ନାହାନ୍ତି। ଆଜି ମମିତାଙ୍କ ମା’ ତୁଳସୀ ମାନ୍ୟବର ଅଦାଲତଙ୍କୁ ଏହି ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁକୁ ଫାଶୀ ଦଣ୍ଡ ଦିଆଯାଉ ବୋଲି ଅନୁରୋଧ କରିଥିଲେ।

ସେହିପରି ମୃତ ମମିତାଙ୍କ ଆଉଜଣେ ସଂପର୍କୀୟ ଆୟୁଷ ମେହେରଙ୍କ ମଧ୍ୟ ସାକ୍ଷ୍ୟ ଗ୍ରହଣ କରାଯାଇଥିଲା। ଗୁରୁବାର ମମିତାଙ୍କ ସମ୍ପର୍କୀୟ ବଡ଼ବାପା କୌଶିକ ମେହେରଙ୍କ ସାକ୍ଷ୍ୟ ଗ୍ରହଣ କରାଯାଇଥିଲା। ଆଜିଯାଏ ମୋଟ ୫ ଜଣଙ୍କ ସାକ୍ଷ୍ୟ ଗ୍ରହଣ କରାଯାଇଛି। ମାନ୍ୟବର ଅଦାଲତ ଆଗାମୀ ୨୯ ଓ ୩୦ ତାରିଖ ଦୁଇଦିନ ସାକ୍ଷ୍ୟ ଗ୍ରହଣ କରିବାକୁ ଦିନ ଧାର୍ଯ୍ୟ କରିଛନ୍ତି। ଏହି ତାରିଖରେ ୧୬୯ ସାକ୍ଷୀଙ୍କ ମଧ୍ୟରୁ ଅନେକଙ୍କ ସାକ୍ଷୀଙ୍କ ସାକ୍ଷ୍ୟ ଗ୍ରହଣ ପ୍ରକ୍ରିୟା କରାଯିବ ବୋଲି ସୂଚନା ମିଳିଛି। ଅଦାଲତରେ ଗୋବିନ୍ଦ ସାହୁର ଓକିଲ ଦୁର୍ଗାପ୍ରସାଦ ପାଢ଼ୀ, ସ୍ୱତନ୍ତ୍ର ପିପି ଅମରେନ୍ଦ୍ର ମିଶ୍ରଙ୍କ ସହ ବଲାଙ୍ଗୀର ଏସ୍‌ପି ନିତିନ କୁଶଳକର ସାକ୍ଷ୍ୟ ଗ୍ରହଣ ସମୟରେ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe