ବାଲେଶ୍ୱର: ମତଦାନ ଅଧିକାର ସାବ୍ୟସ୍ତ କଲେ କଂଗ୍ରେସ ପ୍ରାର୍ଥୀ ମମତା କୁଣ୍ଡୁ

ବାଲେଶ୍ୱର: ମତଦାନ ଅଧିକାର ସାବ୍ୟସ୍ତ କଲେ କଂଗ୍ରେସ ପ୍ରାର୍ଥୀ ମମତା କୁଣ୍ଡୁ

ବାଲେଶ୍ୱର: ଉପନିର୍ବାଚନ ପାଇଁ ବାଲେଶ୍ୱରରେ ଆଜି ସକାଳେ ମତଦାନ ଆରମ୍ଭ ହୋଇଛି। କଂଗ୍ରେସ ପ୍ରାର୍ଥୀ ମମତା କୁଣ୍ଡୁ ଆଜି ସକାଳେ ଗୋପାଳଗାଁସ୍ଥିତ ସାବିତ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟରେ ନିଜର ମତଦାନ ଅଧିକାର ସାବ୍ୟସ୍ତ କରିଛନ୍ତି। ଏହାଛଡ଼ା ବାଲେଶ୍ୱର ସଦରର ଚର୍ଚ୍ଚିତ ସ୍ୱାଧୀନ ପ୍ରାର୍ଥୀ ବେଣୁଧର ବାରିକ ବି ନିଜର ମତ ସାବ୍ୟସ୍ତ କରିଛନ୍ତି। ଏଯାବତ୍ ମତଦାନ କେନ୍ଦ୍ରରେ ମତଦାତାଙ୍କ ବିଶେଷ ଭିଡ଼ ପରିଲକ୍ଷିତ ହୋଇନାହିଁ। ୧୦ଟା ପରେ ଅଧିକ ସଂଖ୍ୟାରେ ମତଦାତା ମତଦାନ କେନ୍ଦ୍ରରେ ପହଞ୍ଚିବେ ବୋଲି ଆଶା କରାଯାଉଛି।

ସୂଚନାଯୋଗ୍ୟ, ବାଲେଶ୍ୱରରେ ଆଜି ୨ଲକ୍ଷ ୩୦ହଜାର ୨୯୭ ଜଣ ଭୋଟର ୩୪୬ଟି ବୁଥରେ ଭୋଟ ଦେଉଛନ୍ତି । କରୋନା କଟକଣା ଭିତରେ ଜାରି ରହିଛି ଭୋଟ ଗ୍ରହଣ। ମତଦାନ ସମୟରେ ଭୋଟରଙ୍କ ଧାଡି ମଧ୍ୟରେ ୬ ଫୁଟର ଦୂରତା ରଖାଯାଇଛି । ଭୋଟର କେମିତି ଲାଇନରେ ଠିଆ ହେବେ, କେମିତି ଭୋଟ ଦେବେ, ସେସବୁ ନେଇ ଆଗୁଆ କଟକଣା ଜାରି କରାଯାଇଥିଲା । ଏହାକୁ ପାଳନ କରି ଏଥର ମତଦାନ ଚାଲିଛି । ଧାଡିରେ ଠିଆ ହେବାବେଳେ ଭୋଟର-ଭୋଟରଙ୍କ ମଧ୍ୟରେ ଅତି କମରେ ଛଅ ଫୁଟର ଦୂରତା ରଖିବାକୁ କୁହାଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe