ଖସିଗଲା ଗଣଦୁଷ୍କର୍ମ ମାମଲାର ମୁଖ୍ୟ ଅଭିଯୁକ୍ତ, ୨୦ ଦିନ ହେଲା ପୁୁଲିସର ହାତ ଖାଲି

Advertisment
ଖସିଗଲା ଗଣଦୁଷ୍କର୍ମ ମାମଲାର ମୁଖ୍ୟ ଅଭିଯୁକ୍ତ, ୨୦ ଦିନ ହେଲା ପୁୁଲିସର ହାତ ଖାଲି

Jasarat News

ଜୟପୁର: ଘଟଣାର ୨୦ଦିନ ବିତିଯାଇଥିଲେ ସୁଦ୍ଧା କୋରାପୁଟ ଜିଲ୍ଲା ବାମୁଣିଗାଁ ଗଣଦୁଷ୍କର୍ମ ମାମଲାର ମୁଖ୍ୟଅଭିଯୁକ୍ତ ଲାଲୁ ବାହାଦୁର ପୁଲିସ ହାତରେ ଧରା ପଡ଼ିନି। ପୁଲିସର ଗୋଟିଏ ସ୍ବତନ୍ତ୍ର ଟିମ୍ ଅଭିଯୁକ୍ତ ଲାଲୁକୁ ଧରିବା ପାଇଁ ସେ ରହୁଥିବା ବିଭିନ୍ନ ସ୍ଥାନ ଉପରେ ଚଢ଼ାଉ କରୁଥିଲେ ହେଁ ଏଯାଏଁ ସଫଳତା ମିଳି ପାରିନି ବୋଲି କହିଛନ୍ତି ଜୟପୁର ଏସଡିପିଓ ଅରୁଫ ଅଭିଶେଖ ବେହେରା।

ସୂଚନାଯୋଗ୍ୟ, ଗତ ଡିସେମ୍ବର ୨୪ତାରିଖ ଦିନ ଜୟପୁର ସଦରଥାନା ଅର୍ନ୍ତଗତ ବାମୁଣିଗାଁରେ ଜୈନେକା ବିବାହିତା ମହିଳାଙ୍କୁ ବନ୍ଧୁକ ଦେଖାଇ ତାଙ୍କ ସ୍ବାମୀ ଓ ଛୁଆକୁ ଜୀବନରେ ମାରିବାକୁ ଧମକ ଦେଇ ୨ଜଣ ଅଭିଯୁକ୍ତ ଲାଲୁ ବାହାଦୁର ଓ ମୀନ ବାରିକ ଦୁଷ୍କର୍ମ କରିଥିଲେ। ପୁଲିସ ଏହାରି ମଧ୍ୟରେ ସହ ଅଭିଯୁକ୍ତ ମୀନକୁ ଗିରଫ କରି କୋର୍ଟକୁ ଚାଳାଣ କରିଛି। ଏହି ମାମଲାକୁ ନେଇ ଜୟପୁରରେ ରାଜନୈତିକ ଉଷ୍ମତା ଦେଖା ଦେବା ସହ ବିଜେପି ଓ କଂଗ୍ରେସ ଏବେ ଏହାକୁ ପ୍ରମୁଖ ମୁଦ୍ଧା ମଧ୍ୟରେ ରଖିଛନ୍ତି।

ଅନ୍ୟପକ୍ଷରେ ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ମହିଳା ମାନବାଧିକାର କମିସନର ବି ଦ୍ବାରସ୍ଥ ହୋଇଛନ୍ତି। ବିଜେଡି ବି ମାମଲାକୁ ନିନ୍ଦା କରିବା ସହ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରାଯାଉ ବୋଲି ବି କୁହାଯାଇଥିଲା। ଜୟପୁର ଜିଲ୍ଲା ଓକିଲ ସଂଘ ବି ମାମଲାକୁ ନେଇ କ୍ଷୋଭ ପ୍ରକାଶ କରିବା ସହ କୌଣସି ଓକିଲ ଅଭିଯୁକ୍ତଙ୍କ ପାଇଁ ଲଢ଼ିବେ ନାହିଁ ବୋଲି ପୀଡ଼ିତାଙ୍କ ପରିବାରକୁ ଭେଟି ଆଶ୍ବାସନା ଦେଇଥିଲେ। ତେବେ କେଉଁ ପରିସ୍ଥିତିରେ ମୁଖ୍ୟ ଅଭିଯୁକ୍ତ ଖସିଗଲା ତାହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। ପୁଲିସର ଗୋଟିଏ ସ୍ବତନ୍ତ୍ର ଟିମ୍ ମୁଖ୍ୟଅଭିଯୁକ୍ତକୁ ଧରିବା ପାଇଁ ଗତ କିଛି ଦିନ ହେବ ପ୍ରୟାସ ଜାରି ରଖିଛି। ତେବେ ଚଢ଼ାଉ ପୂର୍ବରୁ ସେ ଖସି ପଳାଉଛି। ଅତି ଶୀଘ୍ର ଧରା ପଡ଼ିବ ବୋଲି କହିଛନ୍ତି ଜୟପୁର ଏସଡିପିଓ ଅରୁପ ଅଭିଶେଖ ବେହେରା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe