କୁଚିଣ୍ଡା: ସମ୍ବଲପୁର ଜିଲ୍ଲା ମହୁଲପାଲି ଥାନା ବନ୍ଧକାନୀ ଗ୍ରାମରେ ନିଜ ଶ୍ବଶୁର ଓ ଶଳାଙ୍କୁ ହତ୍ୟା ଉଦ୍ୟମ ଅଭିଯୋଗରେ ପୁଲିସ୍ ବାଉରୀଗୋଡ଼ା ଗ୍ରାମ ଭାଲୁପଡ଼ାର ବେଦବ୍ୟାସ ଶବର (୨୩)କୁ ଗିରଫ କରି କୋର୍ଟଚାଲଣ କରିଛି। ଏହା ସହ ତା’ ନିକଟରୁ ପୁଲିସ୍ ଏକ ଦେଶୀ ବନ୍ଧୁକ, ୨୦ ରାଉଣ୍ଡ ଗୁଳି ଓ ଗନ୍ପାଉଡର୍ ଜବତ କରିଛି। ପ୍ରାପ୍ତ ସୂଚନାନୁସାରେ ବେଦବ୍ୟାସ ୬ ବର୍ଷ ତଳେ ବନ୍ଧକାନୀ ଗ୍ରାମର କୁଞ୍ଜବନ ରଣାଙ୍କ ଝିଅଙ୍କୁ ପ୍ରେମ ବିବାହ କରିଥିଲା। ଏବେ ତା’ର ଏକ ଶିଶୁ ପୁତ୍ର ଅଛି। ତେବେ ଗତ କିଛି ଦିନ ହେଲା ବେଦବ୍ୟାସ ମଦ ପିଇ ମାତାଲ ଅବସ୍ଥାରେ ଘରକୁ ଆସି ପତ୍ନୀଙ୍କୁ ନିର୍ଯାତନା ଦେଉଥିଲା। ଫଳରେ ପତ୍ନୀ ପୁଅକୁ ନେଇ କେଉଁଆଡ଼େ ଚାଲି ଯାଇଛନ୍ତି। ଏଥିରେ ରାଗି ଯାଇ ବେଦବ୍ୟାସ ଶୁକ୍ରବାର ଅପରାହ୍ଣରେ ବନ୍ଧକାନୀ ଗାଁ’ରେ ପହଞ୍ଚି ଶ୍ବଶୁର କୁଞ୍ଜବନ ଓ ଶଳା ନିର୍ମଳଙ୍କୁ ଗାଳିଗୁଲଜ କରିବା ସହ ହତ୍ୟା ଧମକ ଦେଇ ଏକ ରାଉଣ୍ଡ ଗୁଳି ଚଳାଇଥିଲା। ଗୁଳିଟି ଘର କବାଟରେ ବାଜିଥିଲା। ତେବେ ପୁଣି ଶନିବାର ସକାଳୁ ବେଦବ୍ୟାସ ବନ୍ଧକାନୀରେ ପହଞ୍ଚି କୁଞ୍ଜବନ ଓ ନିର୍ମଳଙ୍କୁ ହତ୍ୟା ଧମକ ଦେବାରୁ ସେମାନେ ଲୁଚି ଯାଇଥିଲେ। ପରେ ଏ ନେଇ ସେମାନେ ମହୁଲପାଲି ଥାନାରେ ଏତଲା ଦେବା ପରେ ପୁଲିସ୍ କେସ୍ ନଂ. ୯୨/୨୦୨୩, ଆଇପିସିର ଦଫା ୨୦୪/୩୦୭/ଆର୍ମ ଆକ୍ଟ ୨୫ରେ ମାମଲା ରୁଜୁ କରି ଆଜି ବେଦବ୍ୟାସକୁ ଗିରଫ କରି କୋର୍ଟଚାଲାଣ କରିଥିଲା। ତା’ ନିକଟରୁ ଏକ ଦେଶୀ ବନ୍ଧୁକ, ୨୦ ରାଉଣ୍ଡ ଗୁଳି ଓ ୨୦୦ ଗ୍ରାମ୍ ଗନ୍ ପାଉଡର ଜବତ କରାଯାଇଛି।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us