ମୋହନା: ବିଜେପି ନେତା ଓ ମନ୍ତ୍ରୀଙ୍କୁ ଧମକପୂର୍ଣ୍ଣ ମେସେଜ ଓ କଲ୍ କରିବା ଅଭିଯୋଗରେ ମୁମ୍ବାଇ ପୁଲିସ୍ ଜଣେ ଯୁବକକୁ ଗିରଫ କରିଛି। ଯୁବକ ଜଣକ ହେଲେ ଗଜପତି ଜିଲ୍ଲା ସେରଙ୍ଗ ଥାନା ଖଜୁରୀପଦା ଫାଣ୍ଡି ଅନ୍ତର୍ଗତ କେ.ଝାଲରସିଂ ଗାଁର ଆଶିଷ ପରିଛା। ଗତ କିଛି ଦିନ ପୂର୍ବରୁ ଯୁବକ ଜଣକ ମୁମ୍ବାଇ ସମେତ ଉତ୍ତର ପ୍ରଦେଶ, ହରିୟଣା ଓ ମହାରାଷ୍ଟ୍ରର ବହୁ ବିଜେପି ନେତା ଓ ମନ୍ତ୍ରୀମାନଙ୍କୁ ସୋସିଆଲ ମିଡ଼ିଆ ମଧ୍ୟମରେ ହତ୍ୟା ଧମକପୂର୍ଣ୍ଣ ମେସେଜ ସହ କଲ୍ କରିଥିଲା । ଏହାକୁ ନେଇ ମୁମ୍ବାଇ ବାଙ୍ଗୁରୁ ଲିଙ୍କ ରୋର୍ଡ ଥାନାରେ ଚଳିତ ମାସ ୫ ତାରିଖରେ ଏକ ମାମଲା ରୁଜୁ ହେବା ସହ ସଂପୃକ୍ତ ଯୁବକ ନାମରେ ମୁମ୍ବାଇ ସମେତ ହରିୟାଣା, ଉତ୍ତରପ୍ରଦେଶର ପ୍ରାୟ ୫ ଗୋଟି ଥାନାରେ ଆଇପିସି ଧାରା ୫୦୬)୫୦୭/୪୨୦ ଓ ଆଇଟି ଆକ୍କରେ ମାମଲା ରୁଜୁ ହୋଇଛି । ମୁମ୍ବାଇ ପୁଲିସ୍ ଗତ ୭ ତାରିଖ ଗାଁକୁ ଯାଇ ଯୁବକକୁ ୩ ଦିନ ରଖି ପଚାରା ଉଚରା କରିବା ସହ ଯୁବକ ଠାରୁ ମୋବାଇଲ୍ ଜବତ କରିଛି । ଯୁବକକୁ ୧୨ ତାରିଖରେ ପାରଳାଖେମୁଣ୍ଡି ସିଜେଏମ୍ କୋର୍ଟରେ ହାଜର କରି ଅଧିକ ପଚରା ଉଚରା କରିବା ପାଇଁ ମୁମ୍ବାଇ ନେଇଯାଇଛି।
ବିଜେପି ନେତା ଓ ମନ୍ତ୍ରୀଙ୍କୁ ଧମକପୂର୍ଣ୍ଣ ମେସେଜ ଦେବା ଅଭିଯୋଗରେ ଯୁବକ ଗିରଫ
Advertisment
Follow Us