ଚାକିରି କରାଇଦେବାକୁ କହି ୧୫ଲକ୍ଷ ଠକେଇ, ଯୁବକ ଗିରଫ

Advertisment
ଚାକିରି କରାଇଦେବାକୁ କହି ୧୫ଲକ୍ଷ ଠକେଇ, ଯୁବକ ଗିରଫ

କୋରାପୁଟ: ଚାକିରି ଦେବା କହି ଜଣେ ଯୁବକଙ୍କ ଠାରୁ ୧୫ ଲକ୍ଷ ଟଙ୍କା ନେବା ଘଟଣାରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିଛି କୋରାପୁଟ ଟାଉନ ପୁଲିସ। ଏହାସହ ମିଥ୍ୟା ନିଯୁକ୍ତିର ପ୍ରମାଣ ପତ୍ର ଦେବା ସହ ଟଙ୍କା ନ ଫେରେଇବା ଅଭିଯୋଗରେ ପୁଲିସ ଜଣେ ଯୁବକଙ୍କୁ ଗିରଫ କରିବା ସହ ଆଜି କୋର୍ଟ ଚାଲାଣ କରିଛି। ଗିରଫ ଅଭିଯୁକ୍ତ ହେଲା ବ୍ୟାସଦେବ ପାଳ (୪୬)।

ସୂଚନା ମୂତାବକ କୋରାପୁଟ ଜିଲ୍ଲା ପଟ୍ଟାଙ୍ଗୀ ଅଞ୍ଚଳର ଅଶୋକ କୁମାର ପାଙ୍ଗୀଙ୍କୁ ଚାକିରି କରାଇଦେବା କହି କଳାହାଣ୍ଡି ଜିଲ୍ଲା କୋଟଗାଁର ବ୍ୟାସଦେବ ପାଲ ୨ବର୍ଷ ତଳେ ୧୫ଲକ୍ଷ ଟଙ୍କା ନେଇଥିଲେ। ପରେ ୩ଟି ଜାଲି ନିଯୁକ୍ତି ପ୍ରମାଣ ପତ୍ର ଦେଇଥିଲେ। ଅଶୋକ ଏହା ଜାଣିବାକୁ ପାଇବା ପରେ ଅଭିଯୁକ୍ତ ବ୍ୟାସଦେବଙ୍କୁ ସେ ଟଙ୍କା ମାଗିବାରୁ ଆଜି ଦେବି, କାଲି ଦେବି କହି ପରେ ୨ଟି ଚେକ୍‌ ସେ ଦେଇଥିଲା। ବ୍ୟାଙ୍କ ଯାଇ ଯାଞ୍ଚ କରିବାରୁ ସେ ଚେକ ଦୁଇଟି ବ୍ଲାଙ୍କ ଥିବା ବେଳେ ସେହି ଆକାଉଣ୍ଟ ଗୁଡିକ ବନ୍ଦ ଥିବା ଅଶୋକ ଜାଣିବାକୁ ପାଇଥିଲେ । ଏ ସଂକ୍ରାନ୍ତରେ ଗତ ନଭେମ୍ବର ୨୮ ତାରିଖ ଦିନ ଅଶୋକ କୋରାପୁଟ ଟାଉନ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଟାଉନପୁଲିସ କେସ ନମ୍ବର ୩୧୩/୨୨ରେ ଏକ ମାମଲା ରୁଜୁ କରି ଜୟପୁରର ଲିଙ୍ଗରାଜ ନଗରରେ ଭଡାଘରେ ରହୁଥିବା ବ୍ୟାସଦେବଙ୍କୁ ଗିରଫ କରି ଆଇପିସି ଧାରା ୪୨୦,୪୬୮,୪୭୧ ,୨୯୪ , ଓ ୫୦୭ରେ ଆଜି କୋର୍ଟ ଚାଲାଣ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe